Urvashi Rautela Trolled: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲ । ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ଓ୍ବାଲଟେର ଭେରାୟା(Waltair Veerayya)ର ପ୍ରମୋସନରେ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ସେ ଏହି ଫିଲ୍ମରେ ପ୍ରମୋସନାଲ ଇଭେଣ୍ଟରେ ଯୋଗଦେବା ପାଇଁ ବିଶାଖାପାଟନମରେ ପହଞ୍ଚିଥିଲେ। ଏନେଇ ଅଭିନେତ୍ରୀ ଜଣକ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି, ଯେ ଉର୍ବଶୀଙ୍କୁ ମଞ୍ଚରେ ଦେଖିବା ପରେ କ୍ରିକେଟର ଋଷଭ ପନ୍ଥଙ୍କ ନାଁ ନେଇ ତାଙ୍କୁ ଟ୍ରୋଲ କରିଥିଲେ।


COMMERCIAL BREAK
SCROLL TO CONTINUE READING

 


ମଞ୍ଚର ଉର୍ବଶୀଙ୍କୁ ଦେଖି ଫ୍ୟାନ୍ସ ଋଷଭଙ୍କ ନାଁ ନେଇ ଟ୍ରୋଲ କରିଛନ୍ତି : ଉର୍ବଶୀ ରୈତେଲା ମଞ୍ଚରେ ମାଇକ ଧରି ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବ ଦର୍ଶକ କ୍ରିକେଟର ଋଷଭଙ୍କ ନାଁ ନେଇ ତାଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ଉର୍ବଶୀ କିଛି ସମୟ ଚୁପ୍ ରହିଥିଲେ । ଏବଂ ତା’ପରେ ସେ ସୁପରଷ୍ଟାର ଚିରଞ୍ଜୀବୀଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା। ତେବେ, ଏଭଳି ପରିସ୍ଥିତିରେ ଟ୍ରୋଲର ଶୀକାର ହେବା  ପରେ ଉର୍ବଶୀ ନିଜ ଭାଷଣ ମଧ୍ୟ ସମାପ୍ତ କରିନ୍ତି । ତେବେ ଉର୍ବଶୀ ରୌତେଲାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।


Also Read: Rashmika Mandanna: କେଉଁ ଅପରାଧରେ ଜଡିତ ଅଛନ୍ତି ରଶ୍ମିକା ? ନିଜକୁ କାହଁକି ଭାବନ୍ତି ଦୋଷୀ


Also Read: Oscar 2023 : ‘ଯଦି ଓସ୍କାର ଜିତିବି ୧୭ ଥର ନାଟୁ ନାଟୁ ଗୀତରେ ଡ୍ୟାନ୍ସ କରିବି ’




ଉର୍ବଶୀ ରାଉତେଲା ଚିରଞ୍ଜୀବୀଙ୍କୁ ପ୍ରଶଂସା କରିଛନ୍ତି : ଉର୍ବଶୀ ରୌତେଲା ସାଉଥ ସୁପରଷ୍ଟାରେ ଚିରଞ୍ଜିବୀଙ୍କୁ ପ୍ରଶଂସା କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ,ଉର୍ବଶୀ ରୌତେଲା କୁହନ୍ତି, 'ଆପଣ ସମସ୍ତଙ୍କୁ ନମସ୍କାର। ମୁଁ ଏଠାରେ ଥିବାରୁ ବହୁତ ଖୁସି ଅଟେ ,ମୁଁ ଭାଗ୍ୟବାନ ଯେ ମେଗାଷ୍ଟାର ଚିରଞ୍ଜୀବୀ ସାରଙ୍କ ସହ କାମ କରିବାର ସୁଯୋଗ ପାଇଲି। ଆପଣଙ୍କ ସହିତ କାମ କରିବା ପରେ, ମୁଁ ଜାଣିଲି ସୁପରଷ୍ଟାର ଏବଂ ମେଗାଷ୍ଟାର ମଧ୍ୟରେ ପାର୍ଥକ୍ୟ କ’ଣ? ଚିରଞ୍ଜୀବୀ ସାର୍ ଙ୍କ ନାମ ଅମର ଅଟେ। ମୁଁ କହିବାକୁ ଚାହେଁ ଯେ, ମୁଁ ବି ଜଣେ ଆପଣଙ୍କର ବଡ ପ୍ରଶଂସକ । ତେବେ ଏହା ପୂର୍ବରୁ ମଧ୍ୟ ଋଷଭ ପନ୍ଥଙ୍କ ନାଁ ନେଇ ଉର୍ବଶୀ ରୌତେଲାଙ୍କୁ ଅନେକ ଥର ଟ୍ରୋଲ କରାଯାଇଛି।


 


ଏହି ଦିନ ଫିଲ୍ମ ମୁକ୍ତିଲାଭ କରିବ: ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଉର୍ବଶୀ ରୌତେଲାଙ୍କ ଫିଲ୍ମ ଓ୍ବାଲଟେର ଭେରାୟା(Waltair Veerayya) ଚଳିତ ମାସ ୧୩( ଜାନୁଆରୀ ୧୩)ରେ ରିଲିଜ୍ ହେବେ ।  ଏଥିରେ ରବି ତେଜା ଏବଂ ଶ୍ରୁତି ହାସନ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଉର୍ବଶୀଙ୍କର ଏକ ଆଇଟମ୍ ନମ୍ବର ଅଛି,ଯେଉଁଥିରେ ସେ ଚିରଞ୍ଜୀବୀଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ। ଏହାପୂର୍ବରୁ ଉର୍ବଶୀ ରୌତେଲାଙ୍କୁ ବଲିଉଡ ଫିଲ୍ମ ଭର୍ଜିନ ଭାନୁପ୍ରିୟା(Bollywood film Virgin Bhanupriya)ରେ ଦେଖିବାକୁ ମିଳିଥିଲା। ତେବେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହିଟ ହୋଇ ନ ଥିଲେ ମଧ୍ୟ  ସମାଲୋଚକମାନଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା ।