Friday Release : ଆସନ୍ତାକାଲି ଫିଲ୍ମ ପ୍ରାଇଡେରେ ପରଦାକୁ ଆସିବ ବିକ୍ରମ ବେଧା (Vikram Vedha ) ଓ ପୋନିୟିନ୍ ସେଲଭାନ୍ (Ponniyin Selvan: I) । ବିକ୍ରମ ବେଧା(Vikram Vedha ) ରେ ନଜର ଆସିବେ ବଲିଉଡର ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ସହ ସୈଫ୍ ଅଲ୍ଲୀଖାନ୍ ।  ଫିଲ୍ମର ଟିଜର, ଟ୍ରେଲର ଏବଂ ଗୀତ ଗୁ଼ଡିକ ଫ୍ୟାନ୍ସଙ୍କୁ ପସନ୍ଦ ଆସିଥିବା ବେଳେ  ଫିଲ୍ମଟିକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରା ଷ୍ଟାରକାଷ୍ଟ । ଆସନ୍ତାକାଲି (ଶୁକ୍ରବାର) ବିକ୍ରମ ବେଧା-ପୋନିୟିନ୍ ସେଲଭାନ୍ ବକ୍ସ ଅଫିସ୍ ଟକ୍କର ଦେବାକୁ ଯାଉଛି। କେଉଁ ଫିଲ୍ମ ବକ୍ସ ଅଫିସରେ ହିଟ କରିବ ତାହା ଦର୍ଶକଙ୍କ ରେସପନ୍ସ ହିଁ ସ୍ଥିର କରିବ । ପୋନିୟିନ୍ ସେଲଭାନ୍ (Ponniyin Selvan: I) କ୍ଲାସିକ୍ ତାମିଲ୍ ଉପନ୍ୟାସ ପୋନିୟିନ୍ ସେଲଭାନ୍ ମଣି ରତ୍ନମଙ୍କ ଡ୍ରିମ୍‌ ପ୍ରୋଜେକ୍ଟ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ବିକ୍ରମ ବେଧାଙ୍କ ଟିମ୍‌କୁ ପୋନିୟିନ ସେଲଭାନଙ୍କ ସହ ସଂଘର୍ଷ ବିଷୟରେ ପଚରାଯାଇଥିଲା । ହ୍ରିତିକ ରୋଶନ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ କେବଳ ତାଙ୍କ ଫିଲ୍ମ ଉପରେ ରହିଛି। ଏଥିସହିତ ସୈଫ୍‌ ଅଲି ଖାନ ପ୍ରଶଂସକମାନଙ୍କୁ ଉଭୟ ଫିଲ୍ମ ଦେଖିବା ପାଇଁ ଅନୁରୋଧ କରିଥିଲେ। ‘ବିକ୍ରମ ବେଧା’କୁ ପୁଷ୍କର-ଗାୟତ୍ରୀ ନିର୍ଦ୍ଦେଶନା ଦେଇଛନ୍ତି। ସେ କହିଛନ୍ତି ପୋନିୟିନ୍ ସେଲଭାନ୍ ଏକ କ୍ଲାସିକ୍ ଫିଲ୍ମ। ଆମେ ଆମର କାର୍ଯ୍ୟ କରିଛୁ ଓ ସେମାନେ ସେମାନଙ୍କର କାର୍ଯ୍ୟ କରିଛନ୍ତି। ଆଶା କରେ ଲୋକମାନେ ଉଭୟ ଚଳଚ୍ଚିତ୍ର ଦେଖିବେ। 


COMMERCIAL BREAK
SCROLL TO CONTINUE READING

ଉଭୟ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ‘ବିକ୍ରମ ବେଧା’ ହେଉଛି ତାମିଲ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍। ଏହା ଏକ ଆକ୍ସନ୍-ଥ୍ରୀଲର୍ । ଯାହା ତାମିଲ ଭର୍ସନ ୨୦୧୭ ରେ ମୁକ୍ତିଲାଭ କରିଥିଲା । ଅନ୍ୟପଟେ ପୋନିୟିନ୍ ସେଲଭାନ୍ ହେଉଛି ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର। ଯାହା ଚୋଳ ସାମ୍ରାଜ୍ୟର ସୁବର୍ଣ୍ଣ ଇତିହାସ ଦର୍ଶାଉଛି । ବହୁ ରିସର୍ଚ ପରେ ଚଳଚ୍ଚିତ୍ରଟି ଏକ ବଡ ବଜେଟରେ ପ୍ରସ୍ତୁତ କରାଯାଇଛି।  ପୋନିୟିନ୍ ସେଲଭାନ୍ (Ponniyin Selvan: I) ଫିଲ୍ମରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ(Aishwarya Rai Bachchan), ବିକ୍ରମ (Vikram), ଜୟରାମ ରବି(Jayam Ravi), କର୍ଥି (Karthi), ତ୍ରିଶା (Trisha), ଐଶ୍ବର୍ଯ୍ୟା ଲକ୍ଷ୍ମୀ(Aishwarya Lekshmi) ଓ ପ୍ରକାଶ ରାଜ(Prakash Raj) ପ୍ରମୁଖ ଅଭିନେତା ନଜର ଆସିବେ। 


ଏହାବି ପଢନ୍ତୁ  : Ekta Kapoor : ବନ୍ଧା ହେବେ ଏକତା କପୁର ଓ ତାଙ୍କ ମାଆ ଶୋଭା !



ସେହିପରି ବିକ୍ରମ ବେଧା ଫିଲ୍ମରେ ହ୍ରିତିକ୍ ରୋଶନ,ସୈଫ୍ ଅଲ୍ଲୀ ଖାନ୍ , ରାଧିକା ରାଧିକା ଆପତେ ,ରୋହିକ ସରାଫ,ୟୋଗିତା ବିହାନୀ,ସରିବ୍ ହାସମି ଓ ସତ୍ୟଦୀପ ମିଶ୍ରା ଅଭିନୟ କରିଛନ୍ତି। ହ୍ରିତିକ ବେଧାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କୁ ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ। ବିକ୍ରମର ଭୂମିକାରେ ନଜର ଆସିବେ ସୈଫ୍ ।  ଫିଲ୍ମରେ ବିକ୍ରମ ଜଣେ ସଚ୍ଚୋଟ ପୋଲିସ୍ ଇନ୍ସପେକ୍ଟର , ଯିଏ ଗ୍ୟାଙ୍ଗଷ୍ଟର ବେଦକୁ ଧରିବାକୁ ଚେଷ୍ଟା କରନ୍ତି। ଯେତେବେଳେ ବେଦ ଆତ୍ମସମର୍ପଣ କରେ, ଯେତେବେଳେ ବେଦ ତାଙ୍କୁ ତିନିଟି କାହାଣୀ ବର୍ଣ୍ଣନା କରନ୍ତି । ସେତେବେଳେ ବିକ୍ରମଙ୍କର ଭଲ ଏବଂ ମନ୍ଦ ବିଷୟରେ ଧାରଣା ପରିବର୍ତ୍ତନ ହେବାକୁ ଲାଗେ । ଆକ୍ସନ ଭରା ଏ ଫିଲ୍ମରେ ହ୍ରିତିକଙ୍କ ଦମଦାର ଅଭିୟନ ଦେଖିବାକୁ ପାଇବା ଦର୍ଶକ ।