ଲସ୍ ଆଞ୍ଜେଲସ୍: ହାସ୍ୟ ଅଭିନେତା Chris Rockଙ୍କୁ ଚାପୁଡ଼ା ମାରିବା Will Smithଙ୍କୁ ମହଙ୍ଗା ପଡିଛି। ଆସନ୍ତା ୧୦ ବର୍ଷ ପାଇଁ Oscar ପକ୍ଷରୁ ଆୟୋଜିତ ସମସ୍ତ ଉତ୍ସବରେ ତାଙ୍କୁ ବାରଣ କରାଯାଇଛି। ଶୁକ୍ରବାରଠାରୁ Will Smithଙ୍କ ଉପରେ ଏହି ବ୍ୟାନ ଲାଗିଛି। Oscar  2022 ପୁରସ୍କାର ବିତରଣ ଉତ୍ସବରେ Chris Rockଙ୍କୁ ଚାପୁଡା ମାରିଥିବାରୁ ଭେଟେରାନ ଅଭିନେତା ସ୍ମିଥଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।


COMMERCIAL BREAK
SCROLL TO CONTINUE READING

Will Smithଙ୍କୁ Academy Awardsରେ ବ୍ୟାନ କରିବା ନେଇ ଶୁକ୍ରାବାର The Academy of Motion Picture Arts and Sciences ବୋର୍ଡରେ ଏକ ଭୋଟିଂ ହୋଇଥିଲା। ବୋର୍ଡର ନିଷ୍ପତ୍ତିକ୍ରମେ ୱିଲ ସ୍ମିଥଙ୍କୁ ୧୦ ବର୍ଷ ପାଇଁ ଓସ୍କାର କାର୍ଯ୍ୟକ୍ରମରେ ବାରଣ କରାଯାଇଛି। ବୋର୍ଡର ନିଷ୍ପତ୍ତି ଏକାଡେମୀ ମୁଖିଆଙ୍କ ଚିଠିରେ ଦର୍ଶାଯାଇଛି ଯେ, ୱିଲ୍ ସ୍ମିଥ ଗତ ମାସରେ "କିଙ୍ଗ ରିଚାର୍ଡ" ପାଇଁ ଜିତିଥିବା ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରତ୍ୟାହାର କରାଯିବ ନାହିଁ କିମ୍ବା ଭବିଷ୍ୟତର ଓସ୍କାର ନାମାଙ୍କନ ଉପରେ କୌଣସି ନିଷେଧାଦେଶ ନାହିଁ।


Also Read: ସଲମାନଙ୍କ ଭାଗ୍ୟ ଖରାପ! ରିଲିଜ ପୂର୍ବରୁ ବନ୍ଦ ହେଲା ଏହି ୧୦ ଫିଲ୍ମ


ଏକାଡେମୀ ମୁଖ୍ୟ ଲେଖିଛନ୍ତି ଯେ, ୮ ଏପ୍ରିଲ୍ ୨୦୨୨ ଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ୱିଲ ସ୍ମିଥଙ୍କୁ କୌଣସି ଏକାଡେମୀ ଇଭେଣ୍ଟ କିମ୍ବା କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ। ଏହା ଉଭୟ ବ୍ୟକ୍ତିଗତ ଓ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମ ପାଇଁ ଲାଗୁ ହେବ। ଏହି ୫୩ ବର୍ଷିୟ ଅଭିନେତାଙ୍କ ଭାଗ୍ୟ ନିର୍ଦ୍ଧାର କରିବାକୁ ବସିଥିବା ବୈଠକରେ ଏକାଡେମି ବୋର୍ଡ ସଦସ୍ୟ ଷ୍ଟିଭେନ୍ ସ୍ପିଲବର୍ଗ ଏବଂ ହ୍ୱୋପି ଗୋଲଡବର୍ଗ ଉପସ୍ଥିତ ଥିଲେ। ହଲିଉଡର ଏହି ଶ୍ରେଷ୍ଠ ସଂସ୍ଥାରୁ ସ୍ମିଥଙ୍କୁ ନିଲମ୍ବନ କିମ୍ବା ବିହାଷ୍କାର କରିବା ନେଇ ଆଲୋଚନା ହୋଇଥିଲା। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ବୋର୍ଡ ସଦସ୍ୟ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା।


ୱିଲ୍ ସ୍ମିଥ୍ ଏକାଡେମୀ ପୁରସ୍କାରରୁ ତାଙ୍କ ଉପରେ ଲାଗିଥିବା ଦଶ ବର୍ଷର ପ୍ରତିବନ୍ଧକକୁ ଗ୍ରହଣ କରିଛନ୍ତି। ଏହା ସହ ଆଗାମୀ ଦିନରେ ବୋର୍ଡ ଯାହା ନିଷ୍ପତ୍ତି ନେବ, ସେ ତାହାକୁ ସମ୍ମାନ ଜଣାଇବେବୋଲି ମଧ୍ୟ କହିଛନ୍ତି। ଗତ ମାସ ୨୭ ତାରିଖରେ ଓସ୍କାର ପୁରସ୍କାର ବିତରଣ ସମାରୋହରେ ହାସ୍ୟ ଅଭିନେତା କ୍ରିସ୍ ରକ୍ ଷ୍ଟେଜ୍ ଉପରେ ୱିଲ୍ ସ୍ମିଥଙ୍କ ରୋଗିଣୀ ପତ୍ନୀଙ୍କୁ ନେଇ କୌତୁହଳ ବା ଥଟ୍ଟା କରିଥିଲେ। ଯାହାକୁ ନେଇ ସ୍ମିଥ ରାଗିଯାଇଥିଲେ ଓ କ୍ରିସଙ୍କୁ ସମସ୍ତଙ୍କ ଆଗରେ ଶକ୍ତ ଚାପୁଡା ମାରିଥିଲେ। ଆଉ ଏହାର ୨୪ ଘଣ୍ଟା ପରେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖି ନିଜର ଚରମ ପଦକ୍ଷେପର ସଫେଇ ଦେଇଥିଲେ।