how to apply for duplicate voter id card: ଭୋଟର ପରିଚୟ ପତ୍ର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ। ବିଭିନ୍ନ ସରକାରୀ କାର୍ଯ୍ୟରେ ଏହାର ଅନେକ ମହତ୍ତ୍ୱ ରହିଛି। ଯଦି କୌଣସି କାରଣରୁ ଭୋଟର ଆଇଡ଼ି କାର୍ଡ ହଜିଯାଏ, ତାହେଲେ ଆପଣ ଏହାର ଡୁପ୍ଲିକେଟ କପି ମଧ୍ୟ ପାଇପାରିବେ। ଯାହା ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ଜାରି ହୋଇଥାଏ। ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କିପରି ଆପଣ କିପରି ଭୋଟର ଆଇଡ଼ି କାର୍ଡ ନକଲ କପି ପାଇପାରିବେ।


COMMERCIAL BREAK
SCROLL TO CONTINUE READING

ଭୋଟର ଆଇଡ଼ି କାର୍ଡ ନକଲ କପି ପାଇବା ପାଇଁ ଅନଲାଇନ୍ ପ୍ରକ୍ରିୟା
ଭୋଟର ଆଇଡ଼ି କାର୍ଡ ପାଇଁ ଅନଲାଇନ୍ ଆବେଦନ କରିବାକୁ ହେଲେ ଆପଣ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରନ୍ତୁ। 


  • ୧.ଭାରତୀୟ ନିର୍ବାଚନ ଆୟୋଗ ୱେବସାଇଟ ପରିଦର୍ଶନ କରନ୍ତୁ।

  • ୨. Online Services ଉପରେ Click କରନ୍ତୁ।

  • ୩.Voter ID Card ପାଇଁ ଆବେଦନ ବିକଳ୍ପ ଉପରେ Click କରନ୍ତୁ।

  • ୪.ଆପଣ ଆପଣଙ୍କ ରାଜ୍ୟ ଚୟନ କରନ୍ତୁ।

  • ୫.ଆପଣ ଆପଣଙ୍କ ମତାଦାତା ନାମାଙ୍କନ ସଂଖ୍ୟା (Voter Enrollment Number) ପ୍ରଦାନ କରନ୍ତୁ। 

  • ୬.ଆପଣ ଆପଣଙ୍କ ଆଧାର ନମ୍ବର ପ୍ରଦାନ କରନ୍ତୁ।

  • ୭.ଆପଣ ଆପଣଙ୍କ ମୋବାଇଲ୍ ନମ୍ବର ମାଧ୍ୟମରେ ଏକ OTP ଗ୍ରହଣ କରନ୍ତୁ।

  • ୮.ଆପଣଙ୍କ ପାଖକୁ ଆସିଥିବା OTP ପ୍ରଦାନ କରନ୍ତୁ।

  • ୯. ଆପଣ ଆପଣଙ୍କର ଆବେଦନ ସୂଚନା ପୂରଣ କରନ୍ତୁ।

  • ୧୦.ଆବଶ୍ୟକୀୟ Document Upload କରନ୍ତୁ।

  • ୧୧. ଆପଣଙ୍କର ଆବେଦନ ଦାଖଲ କରନ୍ତୁ। 


ଭୋଟର ପରିଚୟ ପତ୍ର ଆବଶ୍ୟକୀୟ ଦସ୍ତାବିଜ


  • ୧.ପାସପୋର୍ଟ ସାଇଜ ଫଟୋ (Passport Size Photo)

  • ୨.ପରିଚୟ ପ୍ରମାଣ ପତ୍ର ଯଥା, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍ କାର୍ଡ

  • ୩. ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଯଥା ବିଦ୍ୟୁତ୍ ବିଲ୍, ଟେଲିଫୋନ୍ ବିଲ୍, Bank Statement

  • ୪. ଯଦି ଭୋଟର ଆଇଡ଼ି କାର୍ଡ ହଜିଯାଏ କିମ୍ବା ଚୋରି ହୁଏ, ତାହେଲେ ଏନେଇ ଦାଖଲ ହୋଇଥିବା FIR Copy 


କିପରି ଯାଞ୍ଚ କରିବେ ଆବେଦନ ସ୍ଥିତି?
ଆପଣ ଆପଣଙ୍କ ଆବେଦନର ସ୍ଥିତି ଯାଞ୍ଚ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ୱେବସାଇଟ୍ ପରିଦର୍ଶନ କରିପାରିବେ। 
 
ଆବେଦନ ପାଇଁ ଦେବାକୁ ପଡ଼ିବ କେତେ ଶୁଳ୍କ?
ଭୋଟର ଆଇଡ଼ି କାର୍ଡ ଡୁପ୍ଲିକେଟ କପି ପାଇବା ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।


ଆବେଦନ ସମୟ
ଭୋଟର ଆଇଡ଼ି କାର୍ଡ ଡୁପ୍ଲିକେଟ କପି ସାଧାରଣତଃ ୧୫-୨୦ ମଧ୍ୟରେ ଜାରି ହୋଇଥାଏ। 


ଭୋଟର ଆଇଡ଼ି କାର୍ଡ ଡୁପ୍ଲିକେଟ କପି ପାଇଁ ଆବେଦନ କରିବା ବେଳେ ନିମ୍ନଲଖିତ କଥା ଉପରେ ଧ୍ୟାନ ଦିଅନ୍ତୁ।


  • ୧.ଯଦି ଆପଣଙ୍କ ଭୋଟର ଆଇଡ଼ି କାର୍ଡ ହଜିଯାଇଛି କିମ୍ବା ଚୋରି ହୋଇଛି, ତାହେଲେ ଏକ FIR ଦାଏର କରନ୍ତୁ।

  • ୨.ଆବେଦନ ଫର୍ମ ପୂରଣ କରିବା ବେଳେ ସମସ୍ତ ଆବଶ୍ୟକୀୟ ସୂଚନା ସଠିକ୍ ଭାବରେ ପ୍ରଦାନ କରନ୍ତୁ।

  • ୩.ଆବଶ୍ୟକୀୟ ଦସ୍ତାବିଜ (Document) ସ୍ୱଚ୍ଛ ଏବଂ ସୁସ୍ପଷ୍ଟ ରହିବା ଆବଶ୍ୟକ।