India or Bharat: ଦେଶରେ ବିରାଟ ବିବାଦ ଚାଲିଛି। ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ କଂଗ୍ରେସ ସମସ୍ତେ ବିବାଦ ଭିତରକୁ କୁଦା ମାରିଛନ୍ତି। କାରଣ ହେଉଛି ଭାରତ ସରକାର ‘ଇଣ୍ଡିଆ’ ନାମକୁ ସବୁଦିନ ପାଇଁ ଲୋପ କରିବାକୁ ଚାହୁଁଛନ୍ତି। ଆଗକୁ ଭାରତ ବର୍ଷର ସରକାରୀ ନାମ କେବଳ ‘ଭାରତ’ ହିଁ ରହିବ। ଦ୍ୱିତୀୟ ନାମ "ଇଣ୍ଡିଆ" କୁ ସମ୍ବିଧାନରୁ ବାଦ ଦେବାକୁ ସରକାର ଚିନ୍ତା କରୁଥିବା କୁହାଯାଉଛି। ଜି-୨୦ ନୈଶ୍ଯ ଭୋଜି ପାଇଁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପତ୍ରରୁ ଏଭଳି ଅନୁମାନ କରାଯାଉଛି। ବିରୋଧି ଦଳଙ୍କ ମେଣ୍ଟ୍ I.N.D.I.A ପାଇଁ ସରକାର ଏମିତି କରୁଛନ୍ତି ବୋଲି କୁହାଯାଉଛି। ରାଜନୈତିକ ନେତାଙ୍କ ଠାରୁ କ୍ରିକେଟର ମଧ୍ଯ ଏହି ବିବାଦ ଭିତରୁ ଲମ୍ଫ ମାରିଛନ୍ତି।  କ୍ରିକେଟର ବୀରେନ୍ଦ୍ର ସେହୱାଗ ଭାରତ ପକ୍ଷରେ ଯୁକ୍ତି ବାଢୁଛନ୍ତି। ଆସନ୍ତୁ ଜାଣିବା ଭାରତର ନାମ କେମିତି ଭାରତ ହେଲା ଏବଂ ଇତିହାସରେ ଭାରତ କେତୋଟି ନାମରେ ପରିଚିତ ଥିଲା।


COMMERCIAL BREAK
SCROLL TO CONTINUE READING

ପୁରାଣରୁ ଭାରତ
ଲୋକକଥା ଅନୁସାରେ ମହାଭାରତର ମହର୍ଷି ବିଶ୍ୱମିତ୍ର ଓ ଅପସରା ମେନକାଙ୍କ ଝିଅ ଶକୁନ୍ତଳାଙ୍କ ସହ ପୁରୁବଂଶୀ ରାଜା ଦୁଷ୍ୟନ୍ତଙ୍କ ଗର୍ନ୍ଧବ ବିବାହ ହୋଇଥିଲା। ସେମାନଙ୍କ ଠାରୁ ଜନ୍ମିତ ସନ୍ତାନଙ୍କ ନାମ ଭରତ ଥିଲା। ଋଷି କନବଙ୍କ ଆର୍ଶିବାଦ ଥିଲା ଯେ ଦିନେ ଏହି ପିଲା ଚକ୍ରବର୍ତ୍ତୀ ସମ୍ରାଟ ହେବ ଏବଂ ତାଙ୍କ ନାମ ଅନୁସାରେ ଭୂଭାଗର ନାମ ‘ଭାରତ’ ହେବ। ମହାଭାରତ ଆଦିପର୍ବର ଏହି କଥା ଉପରେ ମହାକବି କାଳିଦାସ ‘ଅଭିଜ୍ଞାନ ଶକୁନ୍ତଳମ’ ନାମକ ମହାକାବ୍ୟର ରଚନା କରିଥିଲେ। ଅନ୍ଯପକ୍ଷରେ ଜୈନ ସମ୍ପ୍ରଦାୟ ଚକ୍ରବର୍ତ୍ତୀ ସମ୍ରାଟ ଭରତଙ୍କୁ ଜୈନ ଧର୍ମର ପ୍ରଥମ ତୀର୍ଥକରଙ୍କ ସବୁଠାରୁ ବଡ ପୁଅ ବୋଲି ମାନନ୍ତି। ତାଙ୍କରି ନାମରୁ ଭାରତ ବର୍ଷର ନାମ ଭାରତ ହୋଇଛି ବୋଲି ଜୈନ୍ଯ ଧର୍ମାବଳମ୍ବୀଙ୍କ ଦାବି। 


Also Read: India Vs Bharat: ଆଗରୁ ବି ବଦଳିଛି ଅନେକ ଦେଶର ନାଁ, ଦେଖନ୍ତୁ ତାଲିକା


 


ଇତିହାସରେ ଭାରତ
ଐତିହାସକଙ୍କ ମତରେ ୭ ହଜାର ୫୦୦ ବର୍ଷ ପୂର୍ବେ ଦଶ ରାଜାଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଯୁଦ୍ଧ ୧୦ ରାଜାଙ୍କ ମହାସଂଘ ଏବଂ ଭରତ ଜନଜାତି ରାଜବଂଶର ରାଜା ସୁଦାସଙ୍କ ମଧ୍ୟରେ ଲଢେଇ ହୋଇଥିଲା। ଏହି ଯୁଦ୍ଧରେ ରାଜା ସୁଦାସ ଦଶ ରାଜାଙ୍କ ଉପରେ ବିଜୟ ପ୍ରାପ୍ତ କରିଥିଲେ। ସେ ଭରତ ଜନଜାତିର ହୋଇଥିବାରୁ ଭାରତ ବର୍ଷର ଏପରି ନାମ କରଣ ହୋଇଥିବା ଜଣାଯାଏ।


ସିନ୍ଧୁରୁ ଇଣ୍ଡସ, ଇଣ୍ଡସରୁ ଇଣ୍ଡିଆ
ଗ୍ରୀକ ସମ୍ରାଟ ଆଲେକଜାଣ୍ଡରଙ୍କ ଆକ୍ରମଣ ପରେ ପ୍ରାଚୀନ ଗ୍ରୀକ-ଭାରତ ସହିତ ସମ୍ପର୍କ ସ୍ଥାପନ ହୋଇଥିଲା। ସିନ୍ଧୁ ନଦୀକୁ ଗ୍ରୀକ ଐତିହାସିକ ଇଣ୍ଡସ ବୋଲି ଉଚ୍ଚାରଣ କରୁଥିଲେ। ଏହି ଇଣ୍ଡସ ଶବ୍ଦରୁ ଇଣ୍ଡିଆ ଶବ୍ଦର ଉତ୍ପତ୍ତି ବୋଲି କୁହାଯାଏ। ମୁସଲିମ ଆକ୍ରମଣକାରୀ ପରେ ଭାରତକୁ ହିନ୍ଦୁସ୍ତାନ କହିବା ଆରମ୍ଭ କରିଥିଲେ। କାରଣ ସେମାନଙ୍କ ନଜରରେ ଏହା କେବଳ ହିନ୍ଦୁଙ୍କ ବାସସ୍ଥାନ ଥିଲା। ବ୍ରିଟିଶ ଯେତେବେଳେ ଭାରତକୁ ଆସିଲେ, ସେତେବେଳେ ଭାଷାକୁ ନେଇ ସେମାନଙ୍କୁ ଖୁବ୍ ଅସୁବିଧା ହେଉଥିଲା। ପରବର୍ତ୍ତୀ ସମୟରେ ବ୍ରିଟିଶ ସରକାର ସରକାରୀ ଦସ୍ତାବିଜରେ ହିନ୍ଦୁସ୍ତାନ ଏବଂ ଭାରତ ବଦଳରେ ’ଇଣ୍ଡିଆ’ ନାମର ବ୍ୟବହାର ଆରମ୍ଭ କରିଥିଲେ।