ଚାଇନା ମାଲ୍, ଗଲେ ଚାନ୍ଦ ପର୍ଯ୍ୟନ୍ତ, ନଗଲେ ସନ୍ଧ୍ୟା ପର୍ଯ୍ୟନ୍ତ
ଚାଇନା ମାଲର କ୍ୱାଲିଟିକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ଚାଇନା ମାଲ ଉପରେ ଭରସା ନଥିବାରୁ ଲୋକ ଏଭଳି କୁହନ୍ତି । ଚୀନ ଠାରୁ ଭିକରେ ଟେକନିକ୍ ଆଣି ନିଜ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଚଳାଉଥିବା ପାକିସ୍ତାନ ହେଉଛି ଏହାର ବଡ଼ ଉଦାହରଣ । ଚୀନର ଜେ-20 ଲଢୁଆ ବିମାନ କିଣି ଫସିଥିବା ପାକିସ୍ତାନ ପାଇଁ ଏବେ ତା’ର କ୍ଷେପଣସ୍ତ୍ର କାର୍ଯ୍ୟକ୍ରମ ମୁଣ୍ଡବିନ୍ଧାର କାରଣ ହୋଇ
ଚାଇନା ମାଲର କ୍ୱାଲିଟିକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ । ଚାଇନା ମାଲ ଉପରେ ଭରସା ନଥିବାରୁ ଲୋକ ଏଭଳି କୁହନ୍ତି । ଚୀନ ଠାରୁ ଭିକରେ ଟେକନିକ୍ ଆଣି ନିଜ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଚଳାଉଥିବା ପାକିସ୍ତାନ ହେଉଛି ଏହାର ବଡ଼ ଉଦାହରଣ । ଚୀନର ଜେ-20 ଲଢୁଆ ବିମାନ କିଣି ଫସିଥିବା ପାକିସ୍ତାନ ପାଇଁ ଏବେ ତା’ର କ୍ଷେପଣସ୍ତ୍ର କାର୍ଯ୍ୟକ୍ରମ ମୁଣ୍ଡବିନ୍ଧାର କାରଣ ହୋଇଛି । ପାକିସ୍ତାନ ଚୀନ୍,ଉତ୍ତର କୋରିଆଠାରୁ କ୍ଷେପଣାସ୍ତ୍ର ଆଣି କେବଳ ନାମ ଓ ଲୋଗୋ ବଦଳାଇ ନାଁ’କୁ ମାତ୍ର ପରୀକ୍ଷଣ କରେ ବୋଲି କୁହାଯାଏ । ପାକିସ୍ତାନ ପାଇଁ ଏଭଳି କଥା ଲଜ୍ଜାଜନକ ହୋଇଥିବା ବେଳେ ଏବେ ତାକୁ ଆଉ ଗୋଟିଏ ଲଜ୍ଜା କଲବଲ କରୁଛି । ତା’ ହେଲେ ତା’ର ମିଶାଇଲ ମଝି ଆକାଶରେ ମିସ୍ ଫାୟାର କରି ନିଜ ଅଂଚଳରେ ଖସି ପଡ଼ୁଛନ୍ତି ।
ଶନିବାର ଦିନ ସେହିଭଳି ଗୋଟିଏ ଖବରକୁ ନେଇ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି ହୋଇଥିଲା । ସୋସିଆଲ ମଡିଆରେ ଦାବି ହୋଇଥିଲା ଯେ, ପାକିସ୍ତାନୀ ପଂଜାବର ଡେରା ଗାଜି ଖାନ ସ୍ଥିତ ପରମାଣୁ ପ୍ରତିଷ୍ଠାନ ଉପରେ ସାହିନ୍ ମିଶାଇଲ ଭୁଲରେ ଖସିପଡ଼ିବା ଫଳରେ ଜବରଦସ୍ତ ବିସ୍ଫୋରଣ ହୋଇଥିଲା ।
ଖବର ଅନୁସାରେ ବିସ୍ଫୋରଣ ପାକିସ୍ତାନୀ ପରମାଣୁ ଆୟୋଗ କାର୍ଯ୍ୟାଳୟ ନିକଚରେ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାର ଧ୍ୱନୀ ୪୦ରୁ ୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ଏହି କାର୍ଯ୍ୟାଳୟରେ ୟୁରାନିୟମର ଭଣ୍ଡର ରହିଛି । ଡେରା ଗାଜି ଖାନ ପୋଲିସ ସାହିନ୍ ମିଶାଇଲ ମିସଫାୟାର ହୋଇଥିବା ଖବରକୁ ଖଣ୍ଡନ କରିଥିଲେ ମଧ୍ଯ ଯେଉଁଭଳି ଭାବେ ସମ୍ପୃକ୍ତ ଅଂଚଳକୁ ବନ୍ଦ ରଖାଯାଇଛି ତାହା ସନ୍ଦେହ ସୃଷ୍ଟି କରିଛି । ପୋଲିସ ମିଡିଆକୁ ଉକ୍ତ ଅଂଚଳକୁ ଛାଡୁ଼ନଥିବା ବେଳେ ସାଧାରଣ ନାଗରିକଙ୍କୁ ଘରେ ରହିବାକୁ କହିଛି । ଏପରିକି ପାକ୍ ସେନା ଡେରା ଗାଜି ଖାନ୍ ଓ ଏହାର ନିକଟବର୍ତ୍ତି ଅଂଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଥିବା କୁହାଯାଉଛି । ଯେଉଁଭଳି ଭାବେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପାକିସ୍ତାନୀ ସେନା କ’ଣ ଲୁଚାଇବାକୁ ଚାହୁଁଛି ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି । ସୋସିଆଲ ମିଡିଆରେ ଦୁଇ ପ୍ରକାରର ଥିଓରୀ ସାମ୍ନାକୁ ଆସୁଛି । ଗୋଟିଏ ଥିଓରୀ ଅନୁସାରେ ଶାହିନ୍ ମିଶାଇଲର ଗୋଟିଏ ଫେଲ୍ ଟେଷ୍ଟ ଯୋଗୁ ଏହିଭଳି ବିସ୍ଫୋରଣ ହୋଇଛି । ଅନ୍ୟ ଏକ ଥିଓରୀ ଅନୁସାରେ ପାକିସ୍ତାନୀ ଆଣବିକ ପ୍ରତିଷ୍ଠାନ ଉପରେ କୌଣସି ଶତ୍ରୁ ରାଷ୍ଟ୍ର ଡ୍ରୋନ୍ ଆକ୍ରମଣ କରିଛି । ତେବେ ପାକିସ୍ତାନ ପାଇଁ ମିଶାଇଲ ମିସ୍ ଫାୟାର କିଛି ନୂଆ କଥା ନୁହେଁ । ଉଧାର ଟେକ୍ନୋଲୋଜିରେ କ୍ଷେପଣାସ୍ତ୍ର ତିଆରି କରୁଥିବା ପାକିସ୍ତାନର ପରୀକ୍ଷଣ ମାମଲାରେ ଟ୍ରାକ୍ ରେକର୍ଡ ଭଲ ନାହିଁ । ଆଗରୁ ଜମଶୋରୋ ରେ ଗୋଟିଏ ମିଶାଇଲ ପରୀକ୍ଷଣ କାଳରେ ଖସି ପଡ଼ିଥିଲା । ପାକିସ୍ତାନର ସିନ୍ଧ ରେଂଜରେ ଏହି ମିଶାଇଲକୁ ପ୍ରକ୍ଷେପିତ କରାଯାଇଥିଲା । ସେତେବେଳେ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ, ଭୁଲରେ ଭାରତରୁ ଆସିଥିବା ବ୍ରହ୍ମୋସ ମିଶାଇଲର ଯବାବରେ ଏହି କ୍ଷେପଣାସ୍ତ୍ର ମରାଯାଇଥିଲା । କିନ୍ତୁ ଏହା ଟାର୍ଗେଟ ପାଖରେ ପହଂଚିବା ପୂର୍ବରୁ ଅଧା ରାସ୍ତାରେ ତଳକୁ ଖସି ପଡ଼ିଥିଲା । ସେହିଭଳି ୨୦୨୦ରେ ମଧ୍ଯ ବାବର-୨ ମିଶାଇଲ ପରୀକ୍ଷଣ କାଳରେ ସମାନ ଘଟଣା ଘଟିଥିଲା । ପରୀକ୍ଷଣ କାଳରେ ଏହା ବଲୁଚିସ୍ତାନରେ କ୍ରାସ୍ କରିଥିଲା ।