What is Dark Web: ଇଣ୍ଟରନେଟ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତି "ଡାର୍କ ୱେବ" ବିଷୟରେ କେବେ ନା କେବେ ଶୁଣିଥିବେ। ଯଦିଓ "ଡାର୍କ ୱେବ" ବିଷୟରେ ଆପଣ ହୁଏତ ଭଲ ଭାବରେ ଜାଣିନଥିବେ। ଏହା ହେଉଛି ଇଣ୍ଟରନେଟ ଦୁନିଆର ସେହି ଅଂଶ ଯାହାକୁ ଆପଣ ସର୍ବସାଧାରଣରେ ଦେଖିପାରିବେ ନାହିଁ। ଯେଉଁଥିରେ ବିଭିନ୍ନ ପ୍ରକାରର କାର୍ଯ୍ୟକଳାପ ଏବଂ ବିଷୟବସ୍ତୁ ଲୁଚି ରହିଥାଏ। "ଡାର୍କ ୱେବ୍" ବ୍ରାଉଜିଂ ସଫ୍ଟୱେର୍ ବ୍ୟବହାର କରି ଏକ ସ୍ୱତନ୍ତ୍ର ନେଟୱାର୍କ ମଧ୍ୟରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଲାଗି ଉପଲବ୍ଧ ହୋଇଥାଏ। ଯାହା ସାଧାରଣ ୱେବ୍ ବ୍ରାଉଜିଂ ପାଇଁ ଅଦୃଶ୍ୟ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

ଭୁଲ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ "ଡାର୍କ ୱେବ"
ଯଦିଓ "ଡାର୍କ ୱେବ" ସହ ଜଡ଼ିତ କିଛି ଅଂଶ ଆଇନଗତ କାର୍ଯ୍ୟକଳାପ ଯଥା ମୁଦ୍ରା ବିନିମୟ, କ୍ରିପ୍ଟୋକରେନ୍ସି କ୍ରୟ, ବ୍ଲଗିଂ ପ୍ଲାଟଫର୍ମ, ଗୋପନୀୟ ଯୋଗାଯୋଗ ପାଇଁ ଉଦ୍ଦିଷ୍ଟ ହୋଇଥାଏ। ହେଲେ ତଥାପି "ଡାର୍କ ୱେବ" ବେଆଇନ କାର୍ଯ୍ୟକଳାପ ଏବଂ ଅନୈତିକ ବିଷୟବସ୍ତୁ ପାଇଁ ଜଣାଶୁଣା ଯେପରିକି ଡ୍ରଗ୍ସ ଚୋରାଚାଲାଣ, ହ୍ୟାକିଂ ସେବା, କୌଣସି ତଥ୍ୟ ଚୋରି କରିବା ଏବଂ ଅନ୍ୟାନ୍ୟ ଆଇନଗତ ଅପରାଧିକ ସାମଗ୍ରୀ କ୍ରୟ ବିକ୍ରୟ ପାଇଁ ଏହାର ବ୍ୟବହାର ହୋଇଥାଏ। 


"ଡାର୍କ ୱେବ" ମଧ୍ୟରେ ବ୍ରାଉଜିଂ କରିବା ପାଇଁ ଏକ ବିଶେଷ ଧରଣର ପଦ୍ଧତି ଆବଶ୍ୟକ ହୋଇଥାଏ। ଯାହାକୁ କୌଣସି ସାଧାରଣ ଇଣ୍ଟରନେଟ ବ୍ୟବହାରକାରୀ ବ୍ୟବହାର କରୁଥିବା ସାଧାରଣ ୱେବ୍ ବ୍ରାଉଜିଂ ସଫ୍ଟୱେର୍ ବ୍ୟବହାର କରି କରାଯାଇ ପାରିବ ନାହିଁ। ଯାହା "ଡାର୍କ ୱେବ" (Dark Web) କୁ "ଡୀପ୍ ୱେବ" (Deep Web) ଠାରୁ ଭିନ୍ନ କରିଥାଏ। ଯାହା "ୱେବ" ର ଏକ ଅଂଶବିଶେଷ ହୋଇଥାଏ। ଏହାକୁ ସର୍ବଜନୀନ ସର୍ଚ୍ଚ ଇଞ୍ଜିନ୍ ଠାରୁ ଅଲଗା କରାଯାଇ ପାରିବ ନାହିଁ। ହେଲେ ଏହା ବେଆଇନ କାର୍ଯ୍ୟକଳାପ ପାଇଁ ଉଦ୍ଦିଷ୍ଟ ନୁହେଁ।


କାହିଁକି ଡାର୍କ ୱେବ ଠାରୁ ଦୂରରେ ରହିବାକୁ ଦିଆଯାଏ ପରାମର୍ଶ? 
"ଡାର୍କ ୱେବ" ଠାରୁ ଦୂରରେ ରହିବା ପରାମର୍ଶ ଏଥିପାଇଁ କାରଣ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ନିମ୍ନଲିଖିତ କାରଣ ହେତୁ "ଡାର୍କ ୱେବ୍" ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଥାଏ। ତାହା ହେଉଛି  
ବେଆଇନ କାର୍ଯ୍ୟକଳାପ: "ଡାର୍କ ୱେବ" ଦୁନିଆରେ ଅନେକ କାର୍ଯ୍ୟକଳାପ ବେଆଇନ ଗତିବିଧି ଏବଂ ଆଇନଗତ ଅପରାଧିକ କାର୍ଯ୍ୟକଳାପ ହୋଇଥାଏ। ଯେପରିକି ଡ୍ରଗ୍ସ କାରବାର, ହ୍ୟାକିଂ ସେବା, ଚୋରି ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ। ଯାହା ଆପଣଙ୍କୁ ଆଇନଗତ ଅସୁବିଧାରେ ପକାଇପାରେ।


ସାଇବର ସୁରକ୍ଷା: ଆପଣ "ଡାର୍କ ୱେବ" କାରଣରୁ ସାଇବର ବିପଦର ସାମ୍ନା କରିପାରନ୍ତି। ଆପଣଙ୍କର ବ୍ୟକ୍ତିଗତ ସୂଚନା, ପରିଚୟ, ଏବଂ ଆର୍ଥିକ ସୂଚନାକୁ ସୁରକ୍ଷିତ ରଖିବା କଷ୍ଟସାଧ୍ୟ ହୋଇପାରେ। କିଛି ଲୋକ "ଡାର୍କ ୱେବ" ମାଧ୍ୟମରେ ଫିସିଂ, ମାଲୱେୟାର ଏବଂ ଅନ୍ୟାନ୍ୟ ସାଇବର ଆକ୍ରମଣର ଶିକାର ହୋଇପାରନ୍ତି।


ନୈତିକ ଦୃଷ୍ଟିକୋଣ: "ଡାର୍କ ୱେବ" ହେଉଥିବା  ଅନୈତିକ କାର୍ଯ୍ୟକାଳପ ଏବଂ ଏଠାରେ ମହଜୁଜ ରହିଥିବା ବିଷୟବସ୍ତୁ ଆପଣଙ୍କ ନୈତିକ ମୂଲ୍ୟବୋଧ ବିରୋଧରେ ଯାଇପାରେ। 


ସଂକ୍ଷେପରେ ଡାର୍କ ୱେବ୍ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଥାଏ। କାରଣ ଏହା ଆପଣଙ୍କ ପାଇଁ ଆଇନଗତ, ସାଇବର ଏବଂ ନୈତିକ ବିପଦର ଉତ୍ସ ହୋଇପାରେ। ଏହି ସମସ୍ତ କାରଣ ହେତୁ ଆପଣ ଯାଥା ସମ୍ଭବ  "ଡାର୍କ ୱେବ" ଠାରୁ ଦୂରେଇ ରହିବା ଆବଶ୍ୟକ। 


ସତର୍କତା: ଉପରୋକ୍ତ ଖବର ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। Zee Odisha ଏହାକୁ ସୁନିଶ୍ଚିତ କରେ ନାହିଁ।