Zero Shadow Day Bengaluru: ଗତ ୧୮ ତାରିଖରେ ଦେଶର ଇଲେକଟ୍ରୋନିକ୍ସ ରାଜଧାନୀ କୁହାଯାଉଥିବା ବେଙ୍ଗାଲୁରୁ ଠାରେ ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା। ଅଗଷ୍ଟ ୧୮ ତାରିଖ ଶୁକ୍ରବାର ମଧ୍ୟାହ୍ନ ୧୨:୦୦ ସମୟରୁ ୧:୦୦ ମଧ୍ୟରେ ଏକ ଅଦ୍ଭୂତ କ୍ଷଣ ଆସିଥିଲା। ଯେତେବେଳେ ଦେଢ ମିନିଟ କୋଣସି ଛାଇ ଦେଖିବାକୁ ମିଳିନଥିଲା। ଏପରି ଅସାଧାରଣ ଘଟଣା ପୂର୍ବରୁ ଅପ୍ରେଲ ୨୫ ତାରିଖରେ ବେଙ୍ଗାଲୁରୁ ଠାରେ ଘଟିଥିଲା। ଏପରି ଖଗୋଳୀୟ ଘଟଣା ସାଧାରଣତଃ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି ମଧ୍ୟରେ ଅବସ୍ଥିତ ଅଞ୍ଚଳରେ ଘଟିଥାଏ।


COMMERCIAL BREAK
SCROLL TO CONTINUE READING

ଶୂନ୍ୟ ଛାୟା ଦିବସ କ'ଣ?
ଶୂନ୍ୟ ଛାୟା ଦିବସ (Zero Shadow Day) ହେଉଛି ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା (Rare Astronomical Phenomenon)। ଏହି ଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ସୂର୍ଯ୍ୟ ଆମ ମୁଣ୍ଡ ଉପରୁ ଆସିଥାଏ। ଏହି କାରଣରୁ ଆମର ଛାଇ ଅଦୃଶ୍ୟ ହୁଏ। ଏପରି ଅବସ୍ଥାକୁ ଶୂନ୍ୟ ଛାୟା ବୋଲି କୁହାଯାଏ। ସେଥିପାଇଁ ଏହି ଦିନକୁ ଶୂନ୍ୟ ଛାୟା ଦିବସ ଭାବେ ନାମିତ କରାଯାଇଛି।


କିପରି ସୃଷ୍ଟି ହୋଇଥାଏ ଶୂନ୍ୟ ଛାୟା ସ୍ଥିତି? 
ପୃଥିବୀର ଘୂର୍ଣ୍ଣନ ଅକ୍ଷ ଢଳି ଯିବା କାରଣରୁ ଏଭଳି ବିଶେଷ ଧରଣର ପରିସ୍ଥିତି ଉପୁଜିଥାଏ। ଯେତେବେଳେ ସୂର୍ଯ୍ୟଙ୍କ କକ୍ଷପଥରେ ସମତଳ ହେବା ପରିବର୍ତ୍ତେ ପୃଥିବୀର ଅକ୍ଷ ୨୩.୫ ଡିଗ୍ରୀ ଢଳିଯାଏ। ଏଭଳି ପରିସ୍ଥିତି କାରଣରୁ ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧ (Northern and Southern Hemispheres of Earth) ଠାରେ ସୂର୍ଯ୍ୟଙ୍କ ସ୍ଥିତି ବଦଳିଯାଏ। ଭାରତୀୟ ସଂସ୍କୃତିରେ (Indian Culture) ଯାହାକୁ ଉତ୍ତରାୟଣ ଏବଂ ଦକ୍ଷିଣାୟନ (Uttarayan-Dakshinayan) କୁହାଯାଏ।


ସୂର୍ଯ୍ୟ ଦିନର ସର୍ବୋଚ୍ଚ ସ୍ଥାନରେ (highest point of sun on the day) ଭୂମଧ୍ୟ ରେଖାର (Equator) ୨୩.୫ ଡିଗ୍ରୀ ଦକ୍ଷିଣରୁ ଭୂମଧ୍ୟ ରେଖା ୨୩.୫ ଡିଗ୍ରୀ ଉତ୍ତରକୁ ଯାଇଥାଏ। ହେଲେ ବର୍ଷେ ମଧ୍ୟରେ ପୁନର୍ବାର "ଦକ୍ଷିଣାୟନ" ଅର୍ଥାତ ଦକ୍ଷିଣ ଦିଗକୁ ଫେରି ଆସିଥାଏ। ଏହି ସମୟରେ ଏପରି ଏକ ଦିନ ଆସେ ଯେତେବେଳେ ସୂର୍ଯ୍ୟ ଆମ ମୁଣ୍ଡ ଉପରକୁ ଆସିଯାଏ। ଏହି କାରଣରୁ କୌଣସି ସିଧା କିମ୍ବା ଭୂଲମ୍ବ ବସ୍ତୁ କିମ୍ବା ଜୀବର ଛାୟା ଦୃଶ୍ୟମାନ ହୁଏ ନାହିଁ। ଯେଉଁ ଦିନ ଛାଇ ଦୃଶ୍ୟମାନ ହୁଏ ନାହିଁ ସେହି ଦିନକୁ ଶୂନ୍ୟ ଛାୟା ଦିବସ କୁହାଯାଏ। ଶୂନ ଛାୟା ଦିନ ବର୍ଷକୁ ଦୁଇ ଥର ଆସେ। ଯେତେବେଳେ ସୂର୍ଯ୍ୟ ଉଭୟ ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧ ଆଡକୁ ଗତି କରିଥାନ୍ତି। 


ଶୂନ୍ୟ ଛାୟା ଦିବସରେ ସୃଷ୍ଟି ହୋଇନଥାଏ କୌଣସି ଛାଇ?
ଏହା ନୁହେଁ ଯେ ଏହି ଦିନ ଛାଇ ସୃଷ୍ଟି ହୋଇନଥାଏ। ଯଦିଓ ଛାୟା ସୃଷ୍ଟି ହୋଇଥାଏ ହେଲେ ଆପଣ ଛାଇକୁ ଦେଖି ପାରିନଥାନ୍ତି। ଯଦି ମଣିଷ କଥା କୁହାଯାଏ ତାହେଲେ ଶୂନ୍ୟ ଛାୟା ଦିବସରେ ଛାଇ ପାଦ ତଳେ ଗଠିତ ହୋଇଥାଏ। ଯେଉଁ କାରଣରୁ ମଣିଷ ଏହାର ଛାଇ ଦେଖି ପାରିନଥାଏ।


କେଉଁଠାରେ ଘଟିଥାଏ ଏଭଳି ଘଟଣା?
ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଶୂନ୍ୟ ଛାୟା ଭଳି ଘଟଣା ଆମ ଦେଶରେ ସେହି ସ୍ଥାନରେ ଘଟିଥାଏ ଯାହା କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି ମଧ୍ୟରେ ଅବସ୍ଥିତ ରହିଛି। ସେହି ସମୟରେ ସୂର୍ଯ୍ୟ ଅକ୍ଷାଂଶ ଠିକ ରେଖା ଉପରେ ରହିଥାଏ।