PM Modi Bhutan Visit:ସେହି ଦେଶ ଯେଉଁଠି ଟିଭି ଓ ଟୁରିଷ୍ଟଙ୍କ ଉପରେ ଥିଲା ବ୍ୟାନ୍,ଭାରତକୁ ମାନେ ବଡ଼ ଭାଇ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି । ଯେଉଁଠାରେ ଭୁଟାନର ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା ହୋଇପାରିବ ।
PM Modi Bhutan Visit: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି । ଯେଉଁଠାରେ ଭୁଟାନର ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେ ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା ହୋଇପାରିବ । ଭୁଟାନ ଏବଂ ଭାରତ ମଧ୍ୟରେ ସମ୍ପର୍କ ସବୁବେଳେ ଭଲ ରହିଛି, ପିଏମ ମୋଦିଙ୍କ ଏହି ଗସ୍ତ ଏହି ସମ୍ପର୍କକୁ ଏକ ନୂଆ ଦିଗ ଦେଇପାରେ । ଏକ ଛୋଟ ଦେଶ ହୋଇଥିଲେ ମଧ୍ୟ ଭୁଟାନର ଏକ ଭିନ୍ନ ପରିଚୟ ରହିଛି। ଭୂଟାନ ଜିଡିପି (ମୋଟ ଘରୋଇ ଉତ୍ପାଦ) ରୁ ନୁହେଁ ବରଂ ଜିଏନ୍ଏଚ୍ (ମୋଟ ଜାତୀୟ ଖୁସି) ରୁ ଏହାର ଅଗ୍ରଗତିକୁ ମାପିଥାଏ । ଏହି କାରଣରୁ ଭୂଟାନ ହାପିନେସ୍ ଇଣ୍ଡେକ୍ସ(ଖୁସୀ ସୂଚକାଙ୍କ)ରେ ଭାରତ ଭଳି ଅନେକ ବଡ଼ ଦେଶଠାରୁ ବହୁତ ଆଗରେ ରହିଛି।
ଏକ ରିପୋର୍ଟ ଅନୁଯାୟୀ, ଜିଡିପିରେ ପଛୁଆ ଥିଲେ ମଧ୍ୟ ଅଧିକାଂଶ ଭୁଟାନବାସୀ ନିଜ ଜୀବନକୁ ନେଇ ଖୁସି ଅଛନ୍ତି। ଭୁଟାନର ଅଧାରୁ ଅଧିକ ଲୋକ କୃଷି ଓ ଜଳବିଦ୍ୟୁତରେ ନିୟୋଜିତ ଅଛନ୍ତି । ପାଖାପାଖି ୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ସବୁଜ ଜଙ୍ଗଲ, ପର୍ବତ ଓ ସୁନ୍ଦର ଦୃଶ୍ୟରେ ଘେରି ରହିଛି। ଯେଉଁଥିପାଇଁ ଏହାର ଆୟର ଏକ ବଡ଼ ଅଂଶ ପର୍ଯ୍ୟଟନରୁ ମଧ୍ୟ ଆସିଥାଏ । କିନ୍ତୁ ରୋଜଗାର ଅପେକ୍ଷା ଭୁଟାନ ସରକାର ସଂସ୍କୃତି ଓ ପରିବେଶକୁ ଭଲ ପାଆନ୍ତି, ସେତେବେଳେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ସୀମିତ ରହିଛି। ଖାଲି ସେତିକି ନୁହେଁ, ଏକ ସମୟ ଥିଲା ଯେତେବେଳେ ଭୁଟାନ ବାହାର ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ୧୯୭୦ ମସିହାରେ ଭୁଟାନ ବିଦେଶୀମାନଙ୍କୁ ଆସିବାକୁ ଅନୁମତି ଦେଇଥିଲା ।
ଟିଭି ଓ ଇଣ୍ଟରନେଟ୍ ବିହୀନ ଦେଶ
୧୯୯୯ ମସିହା ପର୍ଯ୍ୟନ୍ତ ଭୁଟାନରେ ଆନୁଷ୍ଠାନିକ ଭାବେ କୌଣସି ସାଟେଲାଇଟ୍ ଟିଭି ନଥିଲା, ଇଣ୍ଟରନେଟ୍ ନଥିଲା ଏବଂ ଟେଲିଭିଜନ ଷ୍ଟେସନ୍ ନଥିଲା। ୧୯୮୯ମସିହାରେ ଭୁଟାନ ସରକାର ଦେଶର ସଂସ୍କୃତିକୁ ବଞ୍ଚାଇବା ନାଁରେ ଏସବୁ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ୧୯୯୦ମସିହାରେ ୱାଶିଂଟନ୍ ପୋଷ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ଭୁଟାନ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ, ଆମେ ଆମ ଦେଶର ଆଧୁନିକୀକରଣ କରିବାକୁ ଚେଷ୍ଟା କରୁଛୁ, ପାଶ୍ଚାତ୍ୟକରଣ ନୁହେଁ। ୧୯୯୦ ଦଶକ ପର୍ଯ୍ୟନ୍ତ ବାହ୍ୟ ଜଗତ ସହିତ ଭୁଟାନବାସୀଙ୍କ ପାଇଁ ଏକମାତ୍ର ଯୋଗାଯୋଗର ଉତ୍ସ ଥିଲା ରେଡ଼ିଓ । କିନ୍ତୁ ସମୟ କ୍ରମେ ଭୁଟାନ ମଧ୍ୟ ନିଜର ନୀତି ବଦଳାଇଥିଲା ଏବଂ ୧୯୯୯ରେ ଭୁଟାନର ରାଜା ଜିଗ୍ମେ ଦୋର୍ଜେ ୱାଙ୍ଗଚୁକ୍ ଦେଶର ଟିଭିକୁ ସବୁଜ ସଙ୍କେତ ଦେଇ ଏହାକୁ ସାଇବର ଯୁଗର ଆଲୋକ ବୋଲି କହିଥିଲେ ।
କେମିତି ରହିଛି ଭାରତ-ଭୁଟାନ ସମ୍ପର୍କ ?
୧୯୬୮ ମସିହାରୁ ଭାରତ ଓ ଭୁଟାନ ମଧ୍ୟରେ କୂଟନୈତିକ ସମ୍ପର୍କ ରହିଛି। ଭାରତ ଭୁଟାନର ସବୁଠାରୁ ବଡ଼ ବାଣିଜ୍ୟ ସହଯୋଗୀ, ଅତୀତରେ ଭାରତ ଓ ଭୁଟାନର ନେତାଙ୍କ ମଧ୍ୟରେ ଗସ୍ତ ହୋଇଛି । ୨୦୧୩ମସିହାରେ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଭୁଟାନର ରାଜା ଭାରତ ଆସିଥିଲେ। ଏହାବ୍ୟତୀତ ଭାରତ ୧୯୬୧ ମସିହାରୁ ଭୁଟାନକୁ ନିଜର ୫ ବର୍ଷିଆ ଯୋଜନାରେ ସାହାଯ୍ୟ କରିଆସୁଛି ।