କଟକ: କଟକର ସିଡିଏ ସେକ୍ଟର-୯ ଅଞ୍ଚଳରେ ଆଜି ସକାଳେ ଏକ ମୋ ବସରେ ନିଆଁ ଲାଗିଯାଇଛି। ଫଳରେ ବସଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ଆଜି ସକାଳେ ପ୍ରଥମେ ବସର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି ଚାଳକ ଜଣକ ରାସ୍ତାରେ ବସଟିକୁ ଅଟକାଇଥିଲେ। ଏହାପରେ ଯାତ୍ରୀମାନେ ବସରୁ ଓହ୍ଲାଇ ପଡ଼ିଥିଲେ। ବସର ଭିତରେ ଥିବା ସିଟ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ହେଲେ ସେତେବେଳକୁ ବସଟି ପୋଡ଼ି ପାଉଁଶ ହୋଇଯାଇ ଥିଲା।