ଶରୀରରେ ପାଣିର ଅଭାବ ହେଲେ ଡ଼ିହାଇଡ଼୍ରେସନ ଭଳି ସମସ୍ୟା ହୋଇଥାଏ । ଏହାସହ ଆମ ଚର୍ମ ମଧ୍ୟ ଶୁଖିଲା ଦେଖାଯାଏ । ଶରୀରକୁ ଫିଟ୍ ଏବଂ ସୁସ୍ଥ ରଖିବାକୁ ହେଲେ ଖାଦ୍ୟ ଉପରେ ଯେତିକି ଧ୍ୟାନ ଦେବା ଜରୁରୀ ତାଠୁ ଅଧିକ ପାଣି ପିଇବା ଉପରେ  ଗୁରୁତ୍ବ ଦେବା ଆବଶ୍ୟକ । ପାଣି ଆମର ଡ଼ାଏଟ ପାଇଁ ଅଧିକ ଆବଶ୍ୟକ । ଯଦି ଆମେ ପ୍ରତ୍ୟେକ ଦିନ ଆବଶ୍ୟକତା ଅନୁଯାୟୀ ପାଣି ପିଉ ନାହେଁ ତାହେଲେ ଯେତେ ଡ଼ାଏଟ୍ ଉପରେ ଗୁରୁତ୍ବ ଦେଲେ ମଧ୍ୟ ସ୍ବାସ୍ଥ୍ୟ ଠିକ୍ ରହିବ ନାହିଁ । ପାଣି ନ ପିଇବା ଦ୍ବାରା ତାର ପ୍ରଭାବ ଶରୀର ଉପରେ ପଡ଼ିବ  ।


COMMERCIAL BREAK
SCROLL TO CONTINUE READING

 ଆସନ୍ତୁ ଜାଣିବା ପାଣି ପିଇବା ଦ୍ବାରା କଣ ଫାଇଦା ହୋଇଥାଏ


ଯେଉଁମାନଙ୍କର ପେଟରେ ସମସ୍ୟା ଥାଏ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ । ଯଦି ପାଚନ ପ୍ରକ୍ରିୟାରେ ସମସ୍ୟା ଥାଏ, କିମ୍ବା କୋଷ୍ଟକାଠିନ୍ୟ ସମସ୍ୟା ତାଏ ତାହେଲେ ପାଣି ପିଇବା ଦ୍ବାରା ଏସବୁ ସମସ୍ୟା ଦୂର ହୋଇଯାଏ । ପ୍ରତ୍ୟେକ ଦିନ ଅତି କମରେ ୫  ବଡ଼ ଗ୍ଲାସରେ ପାଣି ପିଇବା ଦରକାର ।


ଶରୀରରୁ ଟକ୍ସିନ୍ସ ବା ଅପରିଷ୍କାର ପଦାର୍ଥ ବାହାରିବା ନିହାତି ଦରକାର । ଟକ୍ସିନ୍ସ ନବାହାରିଲେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ । ପାଣି ପିଇବା ଦ୍ବାରା କିଛି ଦିନ ମଧ୍ୟରେ ଆପଣଙ୍କ ଶରୀର ଡ଼ିଟକ୍ସିଫାଏ ହୋଇଯିବ ।


ଶରୀରର ପ୍ରତ୍ୟେକ ଅଙ୍ଗ ସଠିକ୍ ଭାବେ କାମ କରିବାକୁ ହେଲେ ପ୍ରତ୍ୟେକ ଅଙ୍ଗକୁ ପାଣି ସଠିକ୍ ଭାବରେ ପହଂଚିବା ଦରକାର । କିଛି ଅଙ୍ଗ ମଧ୍ୟ ଏମିତି ଅଛି ଯେ ଯଦି ପାଣି ସଠିକ୍ ଭାବରେ ସେ ଅଙ୍ଗରେ ନପହଂଚିବ ତାହେଲେ ସେ ଅର୍ଗାନ ଗୁଡ଼ିକ ମଧ୍ୟ ଖରାପ ହୋଇଯିବ । ଯଦି ସଠିକ୍ ପରିମାଣରେ ପାଣି ନ ପିଇବେ ତାହେଲେ କିନନୀ ଏବଂ ଲିଭର ଖରାପ ହେବାର ଅଧିକ ସମ୍ଭାବନା ଥାଏ । ଏଂ ସଠିକ୍ ଭାବରେ ପାଣି ପିଇବା ଦ୍ବାରା ଆପଣଙ୍କୁ ସପ୍ତାହ ମଧ୍ୟରେ ହିଁ ପ୍ରଭାବ ଜଣା ପଡ଼ିଯିବ ।