Henry Kissinger:


COMMERCIAL BREAK
SCROLL TO CONTINUE READING

ଆମେରିକାର ପୂର୍ବତନ ବୈଦେଶିକ ସଚିବ ହେନେରୀ କିସିଞ୍ଜରଙ୍କ 100 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। 1971 ମସିହାରେ, ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ ବିଖଣ୍ଡିତ କରି ବାଂଲାଦେଶ ସୃଷ୍ଟି କରିଥିଲେ, ସେତେବେଳେ କିସିଞ୍ଜର ଭାରତ ବିରୋଧରେ ମୋର୍ଚ୍ଚା ଖୋଲିଥିଲା। ଆମେରିକା ରାଷ୍ଟ୍ରପତି ରିଚାର୍ଡ୍ ନିକ୍ସନଙ୍କ ଭଳି ସେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଘୃଣା କରୁଥିଲେ। ରିଚାର୍ଡ ନିକ୍ସନ୍ ଏବଂ ହେନେରୀ କିସିଙ୍ଗର୍ କେବଳ ଇନ୍ଦିରାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିନଥିଲେ  ବରଂ ବୈଠକ  ପୂର୍ବରୁ ତାଙ୍କ ପାଇଁ ଅଶ୍ଳୀଳ ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ। ଚୀନ୍,ପାକିସ୍ତାନର ବନ୍ଧୁ କିସିଞ୍ଜର ଭାରତୀୟଙ୍କୁ ବାଷ୍ଟାର୍ଡ୍ ବୋଲି କହୁଥିଲେ ଓ ଇନ୍ଦିରାଙ୍କୁ ବିଚ୍ ବୋଲି ସମ୍ବୋଧନ କରୁଥିଲେ। ଆଉ ତାଙ୍କ ବନ୍ଧୁ ତଥା ରାଷ୍ଟ୍ରପତି ନିକ୍ସନ ଇନ୍ଦିରାଙ୍କୁ ‘କୁତି‘ ବୋଲି ପଛରେ ସମ୍ବୋଧନ କରୁଥିଲେ। କାରଣ ଏହି ଉଭୟ ନେତାଙ୍କ ପାଇଁ ଇନ୍ଦିରା ଥିଲେ ବଡ଼ ମୁଣ୍ଡବିନ୍ଧା।


ନଭେମ୍ବର 5, 1971 ରେ ୱାଶିଂଟନରେ ନିକ୍ସନ୍ ଏବଂ କିସିଙ୍ଗରଙ୍କ ମଧ୍ୟରେ ହୋଇଥିବା  ବାର୍ତ୍ତାଳାପ ର ରେକର୍ଡକୁ କିଛି ବର୍ଷ ତଳେ ସାର୍ବଜନୀନ କରାଯାଇଥିଲା। ଇନ୍ଦିରାଙ୍କୁ ନିକ୍ସନ ଭେଟିବାର କିଛି ଦିନ ଆଗରୁ ଏହି ବୈଠକ ହୋଇଥିଲା। ବୈଠରେ ଉଭୟ ନେତା ଇନ୍ଦିରାଙ୍କ ପ୍ରତି ଅଶ୍ଲୀଳ ଶବ୍ଦ ପ୍ରୟୋଗ କରିଥିଲେ।


କିସିଙ୍ଗର୍ ଏବଂ ନିକ୍ସନ୍ କ୍ରମାଗତ ଭାବରେ ଇନ୍ଦିରାଙ୍କୁ ବିଚ୍ ବୋଲି କହୁଥିଲେ।


ଏହାପୂର୍ବରୁ କିସିଙ୍ଗର ଏବଂ ନିକ୍ସନଙ୍କ  ବାର୍ତ୍ତାଳାପରେ ଇନ୍ଦିରା ଗାନ୍ଧୀ ଏବଂ ଭାରତୀୟଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ଉଭୟ ଇନ୍ଦିରା ଗାନ୍ଧୀଙ୍କୁ ବିଚ୍ ଏବଂ ଭାରତୀୟମାନେ ବାଷ୍ଟାର୍ଡ୍  ବୋଲି କହିଥିଲେ। ବୈଠକରେ ସେମାନେ ଏହା ମଧ୍ୟ ସ୍ଥିର କରିଥିଲେ ଯେ,  ଯେତେବେଳେ ଇନ୍ଦିରା ବୈଠକ ପାଇଁ ଆମେରିକା ଆସିବେ ସେତେବେଳେ ତାଙ୍କ ସହିତ କଠୋର ବ୍ୟବହାର କରାଯିବ।


1971 ମସିହାରେ, ଯେତେବେଳେ ପୂର୍ବ ପାକିସ୍ଥାନରେ ଦମନ ଯଥେଷ୍ଟ ବୃଦ୍ଧି ପାଇଲା ସେତେବେଳେ ଏହାର ପ୍ରଭାବ ଭାରତ ଏବଂ ଏହାର ଲୋକଙ୍କ ଉପରେ ପଡ଼ିବା ଆରମ୍ଭ କଲା। ଲକ୍ଷ ଲକ୍ଷ ସଂଖ୍ୟାରେ ଭାରତରୁ ଶରଣାର୍ଥୀ ଆସିବାକୁ ଲାଗିଲେ। ଯାହା ଭାରତର ଅର୍ଥନୀତିକୁ ପ୍ରଭାବିତ କରିବାକୁ ଲାଗିଲ। ଭାରତ ଏନେଇ ବିଶ୍ୱ ସଂପ୍ରଦାୟର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମେରିକା ଭଳି ପାଶ୍ଚାତ୍ୟ ରାଷ୍ଟ୍ରର ଗେହ୍ଲାପୁଅ ଥିଲେ। 


ନକ୍ସନଙ୍କ ଚେତାବନୀଙ୍କୁ ବେଖାତିର


ଭାରତ ବାଂଲା ମୁକ୍ତିବାହିନୀକୁ ସମର୍ଥନ କରି ପାକିସ୍ତାନ ଉପରେ ଆକ୍ରମଣ କରିବ ବୋଲି ଆମେରିକା ଆଶଙ୍କା କରୁଥିଲା। ତେଣୁ ନିକ୍ସନ ଇନ୍ଦିରାଙ୍କୁ ଚେତାବନୀ ଦେଇ କହିଥିଲେ ଯେ, “ଯଦି ଭାରତ ପୂର୍ବ ପାକିସ୍ତାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହସ କରେ, ତେବେ ଏହାର ପରିଣାମ ଭଲ ହେବ ନାହିଁ।” ଭାରତକୁ ଅନୁତାପ କରିବାକୁ ପଡ଼ିବ। ” ଅନ୍ୟ କୌଣସି ଦେଶ ଆମେରିକା ରାଷ୍ଟ୍ରପତିଙ୍କ ଧମକରେ ଭୟଭୀତ ହୋଇ ପଡିଥାନ୍ତା କିନ୍ତି ଇନ୍ଦିରା ଅଲଗା ଧାତୁରେ ତିଆରି ହୋଇଥିଲେ। ନିକ୍ସନଙ୍କ ଚେତାବନୀକୁ ଖାତିର ନକରି ସେ ସୋଭିଏତ ଋଷ ସହିତ ମିତ୍ରତା ଚୁକ୍ତି କରିଥିଲେ। ଫଳରେ ଯେତେବେଳେ ଡିସେମ୍ବର 3 ତାରିଖରେ ଯୁଦ୍ଧ ଆରମ୍ଭ ହେଲା ସେତେବେଳ ଋଷ ଖୋଲାଖୋଲି ଭାରତକୁ ସମର୍ଥନ ଦେଇଥିଲା। ଆମେରିକାର ସପ୍ତମ ନୌଭେଳା ଯବାବରେ ଋଷ ତାର ନୌସେନାକୁ ଭାରତ ମହାସାଗରକୁ ପଠାଇଥିଲା। ପରମାଣୁ ଯୁଦ୍ଧ ଆଶଙ୍କାରେ ଆମେରିକା ଖୋଲାଖୋଲି ପାକିସ୍ତାନକୁ ସମର୍ଥନ କରିନଥିଲା। ଯାହାଦ୍ୱାରା ବାଂଲାଦେଶର ଜନ୍ମ ହୋଇଥିଲା।


ନିକ୍ସନ ଓ କିସିଂଜର ଯେଉଁ ଭାରତୀୟ ନେତ୍ରୀଙ୍କୁ କୁତି କହୁଥିଲେ ସେହି ଭାରତୀୟ ନେତ୍ରୀ ଆମେରିକାକୁ ଏଭଳି ଶିକ୍ଷା ଦେଇଥିଲେ ଯାହାକୁ ଏପର୍ଯ୍ୟନ୍ତ ଆମେରିକା ଭୁଲି ନାହିଁ।