Muscle building food: ଅତ୍ୟଧିକ ପତଳା କି ? ଖାଆନ୍ତୁ ଏସବୁ ଜିନିଷ ମିଳିବ ପ୍ରଚୁର ପ୍ରୋଟିନ୍
ଅଧିକନ୍ତୁ କୁହାଯାଏ ଯେ ଯଦି ଆପଣ ଅତ୍ୟଧିକ ପତଳା ତାହେଲେ ଆପଣ ଭେଜିଟେରିଆନ । ତାହେଲେ ଖାଆନ୍ତୁ ଏସବୁ ଜିନିଷ ଓଜନ ବଢ଼ିବା ସହ ଶକ୍ତି ମିଳିବ । ଓଜନ ବଢ଼ାଇବା ପାଇଁ ଭେଜିଟେରିଆନ ଫୁଡ଼ ଓଜନ ବଢ଼ାଇବା ପାଇଁ ହେଲେ ଠିକ୍ ଖାଦ୍ୟ ପାନୀୟ ଜରୁରୀ । ଯଦି ଆପଣ ଶାକାହାରୀ ତାହେଲେ ଏମିତି ଖାଦ୍ୟ ବାଛନ୍ତୁ ଯାହା ସ୍ବାସ୍ଥ୍ୟପାଇଁ ଭ
Muscle building food:
ଅଧିକନ୍ତୁ କୁହାଯାଏ ଯେ ଯଦି ଆପଣ ଅତ୍ୟଧିକ ପତଳା ତାହେଲେ ଆପଣ ଭେଜିଟେରିଆନ । ତାହେଲେ ଖାଆନ୍ତୁ ଏସବୁ ଜିନିଷ ଓଜନ ବଢ଼ିବା ସହ ଶକ୍ତି ମିଳିବ ।
ଓଜନ ବଢ଼ାଇବା ପାଇଁ ଭେଜିଟେରିଆନ ଫୁଡ଼
ଓଜନ ବଢ଼ାଇବା ପାଇଁ ହେଲେ ଠିକ୍ ଖାଦ୍ୟ ପାନୀୟ ଜରୁରୀ । ଯଦି ଆପଣ ଶାକାହାରୀ ତାହେଲେ ଏମିତି ଖାଦ୍ୟ ବାଛନ୍ତୁ ଯାହା ସ୍ବାସ୍ଥ୍ୟପାଇଁ ଭଲ ହେବା ସହ ଓଜନ ବଢ଼ିବ । ଆମିଷ ଠାରୁ ଅଧିକ ପ୍ରୋଟିନ ଏ ଖାଦ୍ୟରେ ଥାଏ । ଏବଂ ଶରୀରକୁ ମୋଟା କରିଥାଏ ।
ସୋୟା ଉତ୍ପାଦ
ସୋୟା ବୀନ୍ସ,, ସୋୟା ମିଲ୍କ ଓଜନ ବଢ଼ାଇଥାଏ । ଏଥିରେ ଅଧିକ ପ୍ରୋଟିନ ଏବଂ ଅନ୍ୟ ପୋଷଣ ତତ୍ତ୍ବ ମଧ୍ୟ ରହିଛି ।
ନଟ୍ସ ,ଏବଂ ଡ଼୍ରାଏ ଫ୍ରୁଟ୍ସ
ବାଦାମ,କାଜୁ, ଅଖରୋଟ ଏବଂ କିସମିସ ଖାଇବା ଦ୍ବାରା ଅଧିକ ପୋଷଣ ମିଳିବା ସହ କ୍ୟାଲୋରୀ ମିଳିଥାଏ । ଯାହା ଶରୀରର ଓଜନ ବଢ଼ାଇଥାଏ ।
ପନୀର ଏବଂ ଆଭୋକାଡ଼ୋ
ପନିରରେ ପ୍ରଚୁର ପରିମାଣର ପୋଷଣ ତତ୍ତ୍ବ ରହିଛି । ଏବଂ ଆଭୋକାଡ଼ୋରେ ଫ୍ୟାଟ୍ସ , ଭିଟାମିନ୍ସ, ଓ ମିନେରାଲ୍ସ ରହିଛି । ଯାହା ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ ।
ଡ଼ାଲି ଜାତୀୟ ଖାଦ୍ୟ
ମୁଗ, ହରଡ଼ ଏବଂ ଚଣା ଭଳି ଡ଼ାଲି ଜାତୀୟ ଜିନିଷରେ ଫାଇବର ଏବଂ ଅନ୍ୟ ପୋଷଣ ତତ୍ତ୍ବ ଭରପୁର ମାତ୍ରାରେ ରହିଛି ।
ଦହି
ଦହିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି । ଦହିରୁ କ୍ୟାଲସିୟମ ଏବଂ ଭିଟାମିନ ଡ଼ି ମିଳିଥାଏ । ଯାହା ଶରୀରରେ ଶକ୍ତି ବଢ଼ାଇଥାଏ ।
କନ୍ଦମୂଳ
ଏହା ଭଲ ସ୍ବାଦ ଏବଂ ପୋଷକ ତତ୍ତ୍ବ ପାଇଁ ସମସ୍ତଙ୍କ ପ୍ରିୟ ଅଟେ । ଏଥିରେ ଭିଟାମିନ, ଖଣିଜ, ଆଣ୍ଟିଅକ୍ସିଡ଼ାଣ୍ଟ ସହ ପୋଷଣ ଏବଂ ଫାଇବରର ମାତ୍ରା ଅଧିକ ଥାଏ ।