ନୂଆଦିଲ୍ଲୀ: ଭାରତୀୟ ରେଳ ଆଉ ଏକ ପାଦ ଆଗକୁ ଆଗେଇଛି। ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମକା ବୁକ ଅଫ ରେକର୍ଡ (ଏଲ୍‌ବିଆର୍‌) ରେ ସ୍ଥାନ ପାଇଛି। 


COMMERCIAL BREAK
SCROLL TO CONTINUE READING

ରେଳ ମନ୍ତ୍ରଣାଳୟ ଫେବୃୟାରୀ ୨୬ ତାରିଖ ୨୦୨୪ ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ ୨ ହଜାର ୧୪୦ଟି ସ୍ଥାନରେ ୪୦,୧୯,୫୧୬ ଜଣ ଲୋକ ଯୋଗଦେଇ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସଡ଼କ ଉପରେ ରେଳ ଓଭରବ୍ରିଜ୍‌ ଓ ସଡ଼କ ତଳେ ରେଳପଥ ଅଣ୍ଡରବ୍ରିଜ୍‌ ଉଦ୍‌ଘାଟନ ଏବଂ ରେଳ ଷ୍ଟେସନର ଶିଳାନ୍ୟାସ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭାରତୀୟ ରେଳପଥର ଏହି ବ୍ୟାପକ ପ୍ରୟାସ ଓ ଏକତ୍ରୀକରଣକୁ ମାନ୍ୟତା ମିଳିଛି ଏବଂ ଏହାକୁ ସମ୍ମାନଜନକ ଲିମ୍‌କା ବୁକ୍‌ ଅଫ୍‌ ବିଶ୍ୱ ରେକର୍ଡରେ ସାମିଲ କରାଯାଇଛି। 


ଅନ୍ୟପଟେ ଜୁଲାଇ ୮, ୨୦୨୧ରେ ପ୍ରଥମ ଥର ପାଇଁ ରେଳମନ୍ତ୍ରୀ ହୋଇଥିବା ଶ୍ରୀ ବୈଷ୍ଣବ ତାଙ୍କର ଦ୍ଵିତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି, ଯାହା ଆଶା ଓ ବିଶ୍ଵାସ ଆଣିଛି। ତାଙ୍କ ପୂର୍ବ କାର୍ଯ୍ୟକାଳରେ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଧାର୍ଯ୍ୟ ଦୂରଦର୍ଶୀ ଏଜେଣ୍ଡା ସହିତ ତାଳଦେଇ ଅନେକ ପରିବର୍ତନମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ କାର୍ଯ୍ୟକାରୀ କରିଥିଲେ । ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ଷ୍ଟେସନ ରୂପାନ୍ତରଣ, ନୂତନ ଟ୍ରେନ୍ ର ପ୍ରଚଳନ, ବ୍ୟାପକ ଷ୍ଟେସନ ପୁନଃବିକାଶ କାର୍ଯ୍ୟକ୍ରମ, ନୂତନ ରେଳ ଲାଇନ କାର୍ଯ୍ୟକ୍ଷମ ଏବଂ ବ୍ୟାପକ ବିଦ୍ୟୁତିକରଣ ପ୍ରୟାସ ସମେତ ରେଳ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ପୁନରୁଦ୍ଧାର ଅନ୍ତର୍ଭୁକ୍ତ ଥିଲା।