PM Modi reaction:


COMMERCIAL BREAK
SCROLL TO CONTINUE READING

ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ବିରୋଧରେ ଆମେରିକାର ଗୁରୁତର ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,ଆମର କୌଣସି ନାଗରିକଙ୍କ ବାବଦରେ ଯଦି କୌଣସି  ଦେଶ ଆମକୁ କିଛି ସୂଚନା ଦିଅନ୍ତି ତେବେ ଆମେ ନିଶ୍ଚିତ ଭାବେ ଏହା ଉପରେ ବିଚାର କରିବୁ ।  ଯଦି ଆମର କୌଣସି ନାଗରିକ କିଛି ଭୁଲ-ଠିକ କରିଛନ୍ତି ତେବେ ଆମେ ତାହା ଉପରେ ବିଚାର କରିବାକୁ  ପ୍ରସ୍ତୁତ ଅଛୁ । ଆମର ପ୍ରତିବଦ୍ଧତା ହେଉଛି ଆଇନର ଶାସନ  । ଆମେରିକା ନିକଟରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ବିରୋଧରେ ଶିଖ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ୍ ଫର ଜଷ୍ଟିସର ନେତା  ଗୁରୁପତନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ର  ଅଭିଯୋଗ ଆଣିଥିଲା ।


ପ୍ରଧାନମନ୍ତ୍ରୀ ମୋଦୀ କ’ଣ କହିଛନ୍ତି ?


ବ୍ରିଟିଶ ଖବରକାଗଜ ଫାଇନେସିଆଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିଦେଶରେ ଲୁଚି ରହିଥିବା କିଛି ଆତଙ୍କବାଦୀ ଅଭିବ୍ୟକ୍ତିର ସ୍ୱାଧୀନତା ଆଳରେ ଲୋକଙ୍କୁ ଭୟଭୀତ କରିବା ସହିତ ହିଂସା ଉସକାଇବାରେ ଲାଗିଛନ୍ତି ।


ନିକଟରେ ଆମେରିକାର ନ୍ୟାୟ ବିଭାଗ ଦାବି କରିଥିଲା ଯେ, ଭାରତ ସରକାରଙ୍କ କର୍ମଚାରୀ ତଥା  ୫୨ ବର୍ଷୀୟ ଭାରତୀୟ ନାଗରିକ ନିଖିଲ ଗୁପ୍ତା, ଉତ୍ତର ଭାରତରେ ଏକ ଅଲଗା ଶିଖ ରାଷ୍ଟ୍ରର ସମର୍ଥନ କରୁଥିବା ନ୍ୟୁୟର୍କ ସହରର ଜଣେ ବାସିନ୍ଦାଙ୍କ ହତ୍ୟା ଷଡ଼ଯନ୍ତ୍ର କରିଥିଲେ । ଆମେରିକା ନ୍ୟାୟ ବିଭାଗ ଗୁରପନ୍ତ ସିଂହ ପନ୍ନୁର ନାମ ନେଇନଥିଲେ ମଧ୍ୟ ସେହି ବ୍ୟକ୍ତି ପନ୍ନୁ ବୋଲି ଗଣମାଧ୍ୟମ କହୁଛି । କାରଣ ପନ୍ନୁ ନ୍ୟୁୟର୍କରେ ରୁହେ ।


ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସହଭାଗିତାର ମୁଖ୍ୟ କାରକ ହେଉଛି ସୁରକ୍ଷା ଏବଂ ଆତଙ୍କବାଦ ବିରୋଧୀ ସହଯୋଗ ।  ମୁଁ ଭାବୁଛି, କିଛି ଘଟଣାକୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସହ ଯୋଡିବା ଉଚିତ ନୁହେଁ । ଆମକୁ ଏହି ସତ୍ୟକୁ ଗ୍ରହଣ କରିବାକୁ ପଡିବ ଯେ ଆମେ ବହୁପକ୍ଷୀୟ ଯୁଗରେ ବାସ କରୁଛୁ  । ଦୁନିଆ ପରସ୍ପର ସହିତ ଯୋଡି ହେବା ସହିତ ପରସ୍ପର ଉପରେ ନିର୍ଭରଶୀଳ  । ଏହି ବାସ୍ତବତା ହିଁ ଆମକୁ ପରସ୍ପର ସହ ସହଯୋଗ କରିବାକୁ ବାଧ୍ୟ କରିଥାଏ, ଯେହେତୁ ସମସ୍ତ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସହମତି ହୋଇପାରିବ ନାହିଁ  ।           


ନିଖିଲ ଗୁପ୍ତା ମାମଲା କ’ଣ ?


ଆମେରିକାର ନ୍ୟାୟ ବିଭାଗ କହିଛି ଯେ, ୫୨ ବର୍ଷିୟ ଭାରତୀୟ ନାଗରିକ ନିଖିଲ ଗୁପ୍ତା  ନ୍ୟୁୟର୍କ ସହରରର ଜଣେ ନିବାସୀଙ୍କ ହତ୍ୟା ଯୋଜନା କରିଥିଲେ। ବିଭାଗ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କ ନାମ ନେଇ ନଥିଲେ ମଧ୍ୟ ଏହା ପନ୍ନୁ ଆଡ଼କୁ ସୂଚିତ କରୁଛି, କାରଣ ଗୁରୁପତବନ୍ତ ସିଂ ପନ୍ନୁ ଆମେରିକାର ନ୍ୟୁୟର୍କ ସହରରେ ରୁହନ୍ତି। ବିଭାଗ କହିବା ଅନୁଯାୟୀ, ଏହି ଭାରତୀୟ ନାଗରିକ ଉପରେ ହୋମଲାଣ୍ଡ୍ ସିକ୍ୟୁରିଟି ନଜର ରଖିଥିଲା । ନିଖିଲଙ୍କୁ ବୁଲଗେରିଆରେ ଅଟକ ରଖାଯାଇଥିଲା । ସେଠାରୁ ତାଙ୍କୁ ଆମେରିକା ପ୍ରତ୍ୟାର୍ପଣ କରାଯାଇଥିଲା । ଅନ୍ୟପକ୍ଷରେ ନିଖିଲଙ୍କ ପରିବାର ଏହାକୁ ନେଇ ସୁପ୍ରିମକୋର୍ଟରେ ପହଂଚିଛନ୍ତି । ପରିବାରର ଅଭିଯୋଗ ଯେ, ବୁଲଗେରିଆ ଜେଲରେ ନିଖିଲଙ୍କୁ ଗୋମାଂସ ଖାଇବାକୁ ଦିଆଯାଇଥିଲା ।


ପନ୍ନୁ ହତ୍ୟା ପାଇଁ ନିଖିଲ ଗୁପ୍ତା ମଧ୍ୟ ଏକ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି। ଏଥିମଧ୍ୟରୁ ୨୦୨୩ ଜୁନ ୯ ରେ  ୧୫ହଜାର ଡଲାରର ଅଗ୍ରୀମ ଦେୟ ପ୍ରଦାନ କରାଯାଇଥିଲା। କିନ୍ତୁ, ଏହି କାର୍ଯ୍ୟ ପାଇଁ ଯେଉଁ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇଥିଲା ସେ ଜଣେ ଆମେରିକୀୟ ଏଜେନ୍ସିର ଗୁପ୍ତଚର ଏଜେଣ୍ଟ ଥିଲେ |