IPL star Abhisek sharma: ମଡେଲଙ୍କ ମୃତ୍ୟୁ ରହସ୍ୟ ! ସନ୍ଦେହଘେରରେ କ୍ରିକେଟିୟର ! ୬ ମାସ ହେଲା କିଏ କାହାକୁ କରିଥିଲା ବ୍ଲକ୍ ? କ’ଣ ପାଇଁ ମଡେଲଙ୍କଠାରୁ ଦୂରେଇ ଯାଇଥିଲେ କ୍ରିକେଟିୟର ?


COMMERCIAL BREAK
SCROLL TO CONTINUE READING

ଆଇପିଏଲ ୨୪ ଆରମ୍ଭ ଆଗରୁ ସନରାଇଜର୍ସ ହାଇଦ୍ରାବାଦର ଖେଳାଳୀ ଅଡୁଆରେ । ଗୁଜୁରାଟର  ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣା ମାମଲାରେ ଚର୍ଚ୍ଚା ଓ ସନ୍ଦେହ ଘେରକୁ ଆସିଛନ୍ତି ଆଇପିଏଲ ଖେଳାଳି ଅଭିଷେକ ଶର୍ମା । ଆଇପିଏଲ ଫ୍ରାଂଚାଇଜ୍ ସନ୍ ରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ହେଉଛନ୍ତି ଅଭିଷେକ। ତାନିଆ ଓ ଅଭିଷେକଙ୍କ ମଧ୍ୟରେ କ’ଣ ହୋଇଥିଲା ? ଅଭିଶେକଙ୍କ ସହ ତାନିଆଙ୍କ ଲାଷ୍ଟ୍ କଲ ପଛର ରହସ୍ୟ କ’ଣ ? ଏସବୁର ସତ ଖୋଜିବ ଗୁଜୁରାଟ ପୋଲିସ । ଅଭିଶେକଙ୍କୁ ପଚରାଉଚରା ପାଇଁ ପୋଲିସ ଜାରି କରିଛି ସମନ ।


ସୁରଟ ପୋଲିସର ସୂଚନାନୁସାରେ ତନୟା ସିଂଙ୍କ କୋଠରୀରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳି ନାହିଁ। ତେଣୁ, ମଡେଲ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି,ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୁରଟ ଆସିଷ୍ଟାଣ୍ଟ ପୋଲିସ କମିଶନର ଭି.ଆର. ମଲହୋତ୍ରା କହିଛନ୍ତି ଯେ ଆମେ ବର୍ତ୍ତମାନ ସୁଦ୍ଧା ପାଇଥିବା ସୂଚନା ଅନୁଯାୟୀ କ୍ରିକେଟର ଅଭିଷେକ ଶର୍ମାଙ୍କର ମୃତ ମଡେଲଙ୍କ ସହ ବନ୍ଧୁତା ଥିଲା । ପୋଲିସର ସୂଚନା ଅନୁଯାୟୀ, ତାନିଆଙ୍କ ଫୋନରୁ ମିଳିଥିବା ଫଟୋ, କଲ୍ ଡିଟେଲ୍ ରିପୋର୍ଟ, IPDR ତଥ୍ୟକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି।


କେବଳ ଏତିକି ନୁହେଁ ତାନିଆଙ୍କ ଫୋନରୁ ସୁରଟ ପୋଲିସକୁ ଅଭିଷେକଙ୍କ ସହ ତାଙ୍କର ଫଟୋଗ୍ରାଫ୍ ଏବଂ ମେସେଜ ମଧ୍ୟ ମିଳିଛି। କ୍ରିକେଟରଙ୍କ ସହ ଥିବା ତାନିଆଙ୍କ ଫଟୋଗୁଡ଼ିକୁ ଦେଖିଲେ ଉଭୟଙ୍କର ସମ୍ପର୍କ ଅତି ଘନିଷ୍ଠ ଥିବା ଭଳି ଲାଗିବ । ଯେଉଁମାନେ ତାନିଆଙ୍କ ସହ ସମ୍ପର୍କରେ ଥିଲେ ସେମାନଙ୍କୁ ଡାକି ପଚରାଉଚରା କରାଯାଉଥିବା ପୋଲିସ ପକ୍ଷରୁ ଜଣାପଡିଛି ।


ସୁରଟ ପୋଲିସ ବର୍ତ୍ତମାନ ମଡେଲ ତାନିଆ ସିଂଙ୍କ ଫୋନ ସିଡିଆରର  ସବିଶେଷ ରେକର୍ଡ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ମଡେଲ ହ୍ୱାଟସ୍ ଆପ୍ ଚାଟ୍ ମାଧ୍ୟମରେ କ୍ରିକେଟର ଅଭିଷେକ ଶର୍ମାଙ୍କ ନିକଟକୁ ଫଟୋ  ପଠାଇଥିଲେ ।  ତେବେ ଅଭିଷେକ ଶର୍ମା ଏହାର କୌଣସି ଉତ୍ତର ଦେଇନଥିଲେ । ଗତ ୬ମାସ ହେଲା ତାନିଆଙ୍କ ସହ କୌଣସି ଯୋଗାଯୋଗ ରଖିନଥିଲେ ଅଭିଷେକ । ଏପରିକି ତାଙ୍କ ଫୋନ୍ ନମ୍ବରକୁ ବ୍ଲକ କରିଥିବା ଜଣାପଡିଛି । ତାଙ୍କ ମ୍ୟାସେଜର କୌଣସି ଉତ୍ତର ଦେଇନଥିଲେ ।


ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ତାନିଆ ଘରକୁ ଫେରିଥିଲେ । ଏବଂ ସୋମବାର ସକାଳୁ ପରିବାର ଲୋକ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ତବ୍ଧ ହୋଇ ଯାଇଥିଲେ । ପ୍ରେମ ବ୍ୟାପାର ନେଇ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ତେବେ ଏହା ପଛରେ ଅଭିଷେକ ଶର୍ମାଙ୍କ କୌଣସି ଭୂମିକା ରହିଛି କି ନାହିଁ ସେନେଇ ତଦନ୍ତ କରୁଛି ପୋଲିସ ।


ଅଭିଷେକ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତର ଅଣ୍ଡର 19 କ୍ରିକେଟ୍ ଦଳ ଏସିଆ କପ୍ ଜିତିଥିଲା। ଏହା ପରେ ସେ ପୃଥ୍ୱୀ ଶ’ଙ୍କ ଅଧିନରେ  ଅଣ୍ଡର 19 ବିଶ୍ୱକପ ଦଳରେ ସ୍ଥାନ ପାଇଥିଲେ ।  ଯେଉଁଥିରେ ସେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ସେତେବେଳେ ଭାରତୀୟ ଟିମ୍  ଅଣ୍ଡର 19 ବିଶ୍ୱକପ ଜିତିଥିଲା। 2018 ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସ୍ (ତତ୍କାଳୀନ ଡେୟାରଡେଭିଲ୍ସ) ଅଭିଷେକ ଶର୍ମାଙ୍କୁ 55 ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା. ଏହା ପରେ ସେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗ ଦେଇଥିଲେ। 2022 ମସିହାରେ, ସନରାଇଜର୍ସ ତାଙ୍କୁ ମେଗା ନିଲାମରେ 6.5 କୋଟି ଟଙ୍କାରେ କିଣିଥିଲା ।