Spy Satellite: ବିଜ୍ଞାନ ଦୁନିଆରେ ଭାରତ କ୍ରମାଗତ ଭାବେ ଅଗ୍ରଗତି କରୁଛି। ଦ୍ରୁତ ଗତିରେ ବିକଶିତ ହେଉଥିବା  ଭାରତ କିଛି  ପଡ଼ୋଶୀ ଦେଶ ପଟୁ  ବିପଦର ସମ୍ମୁଖୀନ ହେଉଛି। ଚୀନ୍ ନିଜ ମହାକାଶ ବାହିନୀ ଉପରେ ଯେଉଁଭଳି ଭାବେ କାମ କରୁଛି ଏବଂ ଏହାକୁ ଭାରତ ବିରୋଧରେ ବ୍ୟବହାର କରିବାର ଆଶଙ୍କା ରହିଛି,ସେହି ଦୃଷ୍ଟିରୁ ଭାରତକୁ ମଧ୍ୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି କରିବାର ନିତ୍ୟାନ୍ତ ଆବଶ୍ୟକତା ରହିଛି। ତେବେ ଖୁସୀର କଥା ହେଉଛି ଭାରତ ଏବେ ଏକ୍ଷେତ୍ରରେ ବିଶ୍ୱର ବଡ଼ବଡ଼ ଶକ୍ତିଙ୍କୁ ଚ୍ୟାଲେଂଜ୍ କରିବାର କ୍ଷମତା ରଖୁଛି। ଏହି କ୍ରମରେ ଭାରତ ଆଗାମୀ 5 ବର୍ଷରେ ଏମିତି କିଛି କରିବାକୁ ଯାଉଛି ଯାହା ଚୀନର ଚିନ୍ତା ବଢାଇ ଦେବ। ଭାରତ ଆଗାମୀ 5 ବର୍ଷ ମଧ୍ୟରେ 50 ଗୁଇନ୍ଦା ଉପଗ୍ରହ ଲଂଚ କରିବାକୁ ଯାଉଛି।


COMMERCIAL BREAK
SCROLL TO CONTINUE READING

5 ବର୍ଷରେ 50 ଗୁଇନ୍ଦା ଉପଗ୍ରହ
ଦେଶର ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଭାରତ ଆଗାମୀ ୫ ବର୍ଷ ମଧ୍ୟରେ ୫୦ଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି। ଏହି ଗୁପ୍ତଚର ଉପଗ୍ରହ ଜରିଆରେ ଏହା ଭାରତର ସୀମାନ୍ତ ଅଞ୍ଚଳରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଗୁଇନ୍ଦା ସୂଚନା ହାସଲ କରି ପାରିବ। ଇସ୍ରୋ ମୁଖ୍ୟ ଡକ୍ଟର ଏସ ସୋମନାଥ କହିଛନ୍ତି ଯେ ଏହି ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ୫୦ଟି ଉପଗ୍ରହ ଉତକ୍ଷେପଣ କରିବାକୁ ଆମର ପ୍ରୟାସ ହେବ, ଯାହାଦ୍ୱାରା ଶତ୍ରୁ ରାଷ୍ଟ୍ରର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇପାରିବ ।


ସାଟେଲାଇଟ୍ ଜରିଆରେ କାହା ଉପରେ ରହିବ ନଜର ?
ଏହି ଉପଗ୍ରହଗୁଡ଼ିକର ପ୍ରକୃତ ଉଦ୍ଦେଶ୍ୟ ହେବ ବିଭିନ୍ନ କକ୍ଷପଥରେ ଉପଗ୍ରହର ଏକ ସ୍ତର ନିର୍ମାଣ କରିବା ଯେଉଁଥିରେ ସୈନ୍ୟଙ୍କ ଗତିବିଧି ଉପରେ ନଜର ରଖିବା । ଏହି ଗୁଇନ୍ଦା ଉପଗ୍ରହ ସବୁ ହଜାର ହଜାର କିଲୋମିଟର ଅଞ୍ଚଳର ଫଟୋ ଉଠାଇବାର କ୍ଷମତା ରଖିବେ । ଡାଟା ବିଶ୍ଳେଷଣ ପାଇଁ ଏଆଇକୁ ବ୍ୟବହାର କରାଯିବ ଏବଂ ଡାଟା-ଆଧାରିତ ପ୍ରୟାସ ଦୃଷ୍ଟିରୁ ଉପଗ୍ରହର ସାମର୍ଥ୍ୟ ବୃଦ୍ଧି କରିବା ଗୁରୁତ୍ୱପୂର୍ଣ୍ଣ। ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଭାରତର ଏକ ଶକ୍ତିଶାଳୀ ରାଷ୍ଟ୍ର ହେବାର ଆକାଂକ୍ଷାକୁ ସାକାର କରିବା ପାଇଁ ଆବଶ୍ୟକ ଉପଗ୍ରହ ସଂଖ୍ୟା ଏପର୍ଯ୍ୟନ୍ତ ଯଥେଷ୍ଟ ନୁହେଁ । ଏହା ଆଜିର କ୍ଷମତାଠାରୁ ଦଶ ଗୁଣ ଅଧିକ ହେବା ଉଚିତ ।


ପଡ଼ୋଶୀ ଅଞ୍ଚଳକୁ ଟ୍ରାକିଂ କରିବାରେ ସକ୍ଷମ ଉପଗ୍ରହ
ଚୀନ୍ ନିଜ ମହାକାଶ ବାହିନୀ ଉପରେ ଯେଉଁଭଳି ଭାବେ କାମ କରୁଛି ଏବଂ ଏହାକୁ ଭାରତ ବିରୋଧରେ ବ୍ୟବହାର କରୁଛି, ସେହି ଦୃଷ୍ଟିରୁ ଭାରତର ଏହି ପ୍ରସ୍ତୁତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହି ଉପଗ୍ରହ ସାହାଯ୍ୟରେ ସୀମା ଉପରେ ନଜର ରଖିବା ସହଜ ହେବ । ଏହା ଭାରତର ସୀମା ସୁରକ୍ଷା ରେ ବହୁତ ସହାୟକ ସାବ୍ୟସ୍ତ ହେବ ।


ଉପଗ୍ରହରେ କ'ଣ ରହିବ ବିଶେଷତା
ଇସ୍ରୋ ମୁଖ୍ୟ ଡକ୍ଟର ଏସ୍ ସୋମନାଥ କହିଛନ୍ତି ଯେ ଏହି ଉପଗ୍ରହଗୁଡ଼ିକୁ ଲୋୟର ଆର୍ଥ ଅର୍ବିଟ୍ (ଏଲ୍ଇଓ) ଏବଂ ଜିଓଷ୍ଟେସନାରୀ ଇକ୍ୱେଟୋରିଆଲ୍ ଅର୍ବିଟ୍ (ଜିଇଓ)ରେ ସେଟ୍ କରାଯିବ। ଏହି ଉପାୟରେ ଉପଗ୍ରହକୁ କକ୍ଷପଥରେ ରଖି ଏହାର ଉତ୍ତମ ବ୍ୟବହାର କରାଯାଇପାରିବ ଏବଂ ଏକ ବଡ଼ ଅଂଶ ଉପରେ ନଜର ରଖାଯାଇପାରିବ । ଏହି ଉପଗ୍ରହଗୁଡ଼ିକରେ ଥର୍ମାଲ କ୍ୟାମେରା, ଭିଜିବୁଲ କ୍ୟାମେରା, ଇନଫ୍ରାରେଡ୍ କ୍ୟାମେରା ଏବଂ ରାଡାର ସିଷ୍ଟମ ରହିବ ଯାହା ଶତ୍ରୁ ଦେଶର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବ