Jaya Kishori quote:


COMMERCIAL BREAK
SCROLL TO CONTINUE READING

ଜୟା କିଶୋରିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଥିଲେ ଯେ କେତେବେଳେ ଦମ୍ପତ୍ତିଙ୍କୁ ପରସ୍ପରକୁ ଭୁଲ୍ ମାଗିବା ବା ସରି କହିବା ଉଚିତ୍ ନୁହେଁ । ଏବଂ ଭିଡ଼ିଓକୁ ସମସ୍ତେ ପସନ୍ଦ କରୁଛନ୍ତି ।  


ଏଥିରେ କୌଣସି ସନ୍ଦେହ ନାହିଁ ଯେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଯେତେ ପ୍ରେମ ଥାଉ ନା କାହିଁକି ତଥାପି କୌଣସି ନା କୌଣସି କଥାକୁ ନେଇ ସେମାନଙ୍କ ଭିତରେ ମତଭେଦ ଏବଂ ଝଗଡ଼ା ହୁଏ । ଅନେକ ଥର ଏହା ଘଟେ ଯେ ଆମେ ଆମର ଜୀବନ ସାଥୀ ଉପରେ ଅନ୍ୟର ରାଗ ବାହାର କରୁ କିମ୍ବା ଯେତେବେଳେ ଆମେ ହତାଶ ହୋଇଥାଉ, ଆମେ ଖରାପ ପାଟି କରୁ । ତଥାପି ଏହା ସତ୍ୟ ଯେ ଯେତେବେଳେ ଆମେ ଆମର ସାଥୀ ସହିତ ଝଗଡ଼ା କରିବା କିମ୍ବା ଯୁକ୍ତିତର୍କରେ ଥକି ଯାଉ ଆମେ ତୁରନ୍ତ ସରି ବୋଲି କହୁ । ଅନେକ ଥର, ଦମ୍ପତିମାନେ ନିଜ ସାଥୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ବାର୍ତ୍ତାଳାପକୁ ଶେଷ କରନ୍ତି, କିନ୍ତୁ ପରେ ସେହି ଝଗଡ଼ାକୁ ମନେ ପକାନ୍ତି ।


କିନ୍ତୁ ଏହା ବିଲକୁଲ୍ ଠିକ୍ ନୁହେଁ । କେବଳ ଆମେ ଏହା କହୁ ନାହୁଁ । ଲୋକପ୍ରିୟ ପ୍ରେରଣାଦାୟକ ବକ୍ତା ଜୟା କିଶୋରୀ ଏହାକୁ ବିଶ୍ବାସ କରନ୍ତି । ବାସ୍ତବରେ, ଜୟା କିଶୋରିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସରି କହିବାର ଉପଯୁକ୍ତ ସମୟ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣ ଦୁଖିତ ଅଛନ୍ତି ବୋଲି ଖାଲି ସରି କହିବା ଠିକ୍ ନୁହେଁ । ଏହାଦ୍ବାରା ଆପଣଙ୍କ ଭିତରେ କିଛି ଠିକ୍ ହେବ ନାହିଁ । ଯେତେବେଳେ ଆପଣ ଅନୁଭବ କରିବେ ଯେ ଆପଣ ଭୁଲ୍ ସେତେବେଳେ ସରି କୁହନ୍ତୁ ।


ସାଧାରଣତଃ ବିବାଦକୁ ଶେଷ କରିବାକୁ ଯାଇ ପ୍ରାୟତଃ ସମସ୍ତେ ସରି କୁହନ୍ତି । କିନ୍ତୁ ସେ କଥାକୁ ସେମାନେ ମନେ ରଖିଥାନ୍ତି । ସେମାନେ କଥାକୁ ସେଇଠି ଶେଷ କରନ୍ତି ନାହିଁ । ପରବର୍ତ୍ତି ମୁହୂର୍ତ୍ତରେ ମଧ୍ୟ ସେମାନେ ସେ କଥାକୁ ବ୍ୟବହାର କରି ପାରନ୍ତି, ଯାହା ଠିକ୍ ନୁହେଁ ।


ଏଭଳି କ୍ଷେତ୍ରରେ ସେ କହିଛନ୍ତି ଯେ ଆପଣ ଯଦି ସେ ଲୋକକୁ କ୍ଷମା କରି ପାରୁ ନାହାଁନ୍ତି ତାହେଲେ ତାକୁ ବିଲକୁଲ୍ ସରି କୁହନ୍ତୁ ନାହିଁ । ଯଦି ଆପଣଙ୍କ ମନରେ କଷ୍ଟ ରହିଛି ତାହେଲେ ଜମା କ୍ଷମା ମାଗନ୍ତୁ ନାହିଁ । ଯେତେବେଳ ପର୍ଯ୍ୟନ୍ତ ସବୁ ଠିକ୍ ନହୋଇଛି ।  


ଯଦି ଆପଣ ନିଜ ଭୁଲ ଅନୁଭବ କରୁଛନ୍ତି ତାହେଲେ ପ୍ରଥମେ ନିଜ ଭୁଲ୍ ସ୍ବିକାର କରି ଭୁଲ୍ ମାଗିବାକୁ ପ୍ରସ୍ତୁତ ରୁହନ୍ତୁ । ଏହାଦ୍ବାରା ଆପଣଙ୍କ ଭିତରେ ଭୁଲୁ ବୁଝାମଣା ସୃଷ୍ଟି ହେବ । ସମୟ ବାହାର କରି ପରସ୍ପର କଥା ହୁଅନ୍ତୁ । ଏବଂ ଦୁଇଜଣଙ୍କ ଇଗୋକୁ ବାହାର କରନ୍ତୁ ।  


ଲୋକମାନେ କ୍ଷମା ମାଗନ୍ତି, କିନ୍ତୁ ଝଗଡା ସମୟରେ ସେମାନେ ପରସ୍ପରକୁ କହିଥିବା ଭୁଲ ଶବ୍ଦ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ । ଏପରି ପରିସ୍ଥିତିରେ, ଯଦି ତୁମେ ଦୁହେଁ କହୁଛ ଯେ ଜଗଡ଼ା କରିବା ସମୟରେ ତୁମେ ବହୁତ ରାଗି ଯାଇଥିଲ ଏବଂ ତୁମେ ଏପରି କରିବା ଉଚିତ୍ ନୁହେଁ ।


ଏପରି ପରିସ୍ଥିତିରେ, ଆପଣଙ୍କ ସାଥୀ ଅନୁଭବ କରିବେ ଯେ ଆପଣ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟ ମଧ୍ୟରେ, ପରସ୍ପରକୁ ମଧ୍ୟ ନିଶ୍ଚିତ କର ଯେ ଭବିଷ୍ୟତରେ ତୁମେ ଆଉ ଏପରି ଭୁଲ କରିବ ନାହିଁ ।