ଭୁବନେଶ୍ଵର: ଆସନ୍ତା ୧୯ ତାରିଖରେ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଅଛି। ଯେଉଁଥିରେ ନଡ୍ଡା ଯୋଗ ଦେବେ ବୋଲି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଆଜି ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ ବିଜେପି ସରକାର ଶପଥ ନେବା ପରେ ଏହା ଜେପି ନଡ୍ଡାଙ୍କ ପ୍ରଥମ ଓଡିଶା ଗ୍ରସ୍ତ। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ସାମଲ କହିଛନ୍ତି ଯେ, ବୈଠକରେ ଆଗାମୀ ଦିନର ରଣନୀତି ଓ କାର୍ଯ୍ୟପନ୍ଥା ଦଳ ପ୍ରସ୍ତୁତ କରିବ। ଶାସକ ଦଳ ହିସାବରେ ଆଗାମୀ ଦିନରେ ଦଳ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନେବ ସେ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ ବୋଲି ମନମୋହନ ସାମଲ ସୂଚନା ଦେଇଛନ୍ତି ।