FB Insta rule:


COMMERCIAL BREAK
SCROLL TO CONTINUE READING

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ଆପଣଙ୍କ ଗୋଟିଏ ଭୁଲ ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିପାରେ । ଏହା ଆମେ କହୁନାହୁଁ ସରକାର କହୁଛନ୍ତି ।  ସରକାର ସୋସିଆଲ ମିଡିଆ ପାଇଁ ଏକ ନୂତନ ନିୟମ ଆଣିଛନ୍ତି, ଏହି ନିୟମ ଅନୁଯାୟୀ, ଯଦି ଆପଣ କେବଳ ଗୋଟିଏ ଭୁଲ କରନ୍ତି, ତେବେ ଆପଣଙ୍କର ଫେସବୁକ, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ସବୁଦିନ ପାଇଁ ଡିଲିଟ ହୋଇଯିବ। ଯଦି ଆପଣ ଏହା ଚାହୁଁ ନାହାଁନ୍ତି, ତେବେ ଆପଣ କେବେ ବି ଏହି ଭୁଲ୍ କରନ୍ତୁ ନାହିଁ ।


ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକ୍ସନର  ସୁପାରିଶ ପରେ ଏହି ନିୟମରେ ଏହି ପରିବର୍ତ୍ତନକୁ  ସରକାର କାର୍ଯ୍ୟକାରୀ କରିଛନ୍ତି । ଯେଉଁଥିରେ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାରକାରୀଙ୍କୁ ବିନା ନଜଣାଇ ତାଙ୍କ ଆକାଉଣ୍ଟକୁ ଡିଲିଟ କରାଯାଇ ପାରିବ ।  ଏଠାରେ ଆମେ ଆପଣଙ୍କୁ ବିସ୍ତୃତ ଭାବରେ ନୂଆ ନିୟମ ବାବଦରେ କହିବୁ ।


ଏହି ଗୋଟିଏ ଭୁଲ ପାଇଁ ଆପଣଙ୍କ ଆକାଉଣ୍ଟ ଡିଲିଟ୍ ହେବ


ସରକାରଙ୍କ ନୂତନ ନିୟମ ଅନୁଯାୟୀ, ସରକାର ସେହି ସମସ୍ତ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିପାରିବେ ,ଯେଉଁ ଆକାଉଣ୍ଟ ଗୁଡିକରେ ଗତ ତିନି ବର୍ଷ ମଧ୍ୟରେ କୌଣସି ଗତିବିଧି ଦେଖିବାକୁ ମିଳିନାହିଁ । ଅର୍ଥାତ ଯଦି ଆପଣ ଗତ ତିନିବର୍ଷ ମଧ୍ଯରେ ନିଜ ଆକାଉଣ୍ଟରେ ଲଗଇନ୍ କରିନାହାନ୍ତି କିମ୍ବା  ଏହି ଆକାଉଣ୍ଟ ମାଧ୍ୟମରେ କୌଣସି ପୋଷ୍ଟ କରିନାହାଁନ୍ତି,ତେବେ ନିଜ ଆକାଉଣ୍ଟକୁ ଅଲବିଦା କହିବାକୁ ପ୍ରସ୍ତୁତ ହୁଅନ୍ତୁ ।


ସୋସିଆଲ ମିଡିଆ ସମ୍ବନ୍ଧରେ ପ୍ରସ୍ତୁତ ଏହି ନିୟମ ଇ-କମର୍ସ କମ୍ପାନୀ, ଅନଲାଇନ୍ ମାର୍କେଟପ୍ଲେସ୍, ଗେମିଂ କମ୍ପାନୀ ଏବଂ ସମସ୍ତ ସୋସିଆଲ୍ ମିଡିଆ କମ୍ପାନୀ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରାଯାଇପାରିବ । ଏହାଦ୍ୱାରା ଭାରତରେ ପ୍ରକୃତରେ କେତେ ସଂଖ୍ୟକ ସୋସିଆଲ ମିଡିଆ ବ୍ୟବହାରକାରୀ ଅଛନ୍ତି ସେହି ସଂଖ୍ୟା ମଧ୍ୟ ଜଣା ପଡ଼ିବ ।


କେଉଁ ଉପଭୋକ୍ତା ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବେ?


ସରକାରଙ୍କ ଏହି ନିୟମ ସେହି ଉପଭୋକ୍ତାମାନଙ୍କ ପାଇଁ ଅଧିକ କ୍ଷତି ପହଞ୍ଚାଇବ ଯେଉଁମାନେ ମାସ ମାସ ଧରି ଆକାଉଣ୍ଟ ଖୋଲନ୍ତି ନାହିଁ ଏବଂ ଥରେ ସେମାନେ ନିଜ ଆକାଉଣ୍ଟର ପାସୱାର୍ଡ ଭୁଲିଗଲେ, ସେମାନେ ତାଙ୍କ ସ୍ଥାନରେ ଏକ ନୂତନ ସୋସିଆଲ ମିଡିଆ ଆକାଉଣ୍ଟ ସୃଷ୍ଟି କରନ୍ତି | ଯଦି ଆପଣ ଅନେକ ସମାନ ଖାତା ମଧ୍ୟ ସୃଷ୍ଟି କରିଛନ୍ତି, ତେବେ ଏହା ନିଶ୍ଚିତ ଯେ ଆପଣଙ୍କର ପୁରୁଣା ବନ୍ଦ ଆକାଉଣ୍ଟ ଡିଲିଟ୍ ହୋଇଯିବ |


ସୋସିଆଲ ମିଡିଆ କମ୍ପାନୀଗୁଡିକର ପରାମର୍ଶରେ ନିଆଯାଇଛି ନିଷ୍ପତ୍ତି


ଜନୈକ ସରକାରୀ ଅଧିକାରୀଙ୍କ ଅନୁସାରେ , 'ସୋସିଆଲ ମିଡିଆ କମ୍ପାନୀଗୁଡିକରୁ ସରକାର ମତାମତ ଗ୍ରହଣ କରିଛନ୍ତି। ଯେଉଁଥିରେ କୁହାଯାଇଥିଲା ଯେ ଯଦି ଆଇନ ଶୃଙ୍ଖଳା ସଂସ୍ଥା ବନ୍ଦ ଖାତାର ତଥ୍ୟ ସଂଗ୍ରହ କରିବାକୁ ଚାହୁଁଛନ୍ତି, ତେବେ ଆକାଉଣ୍ଟ ବନ୍ଦ କରିବାର ତିନି ବର୍ଷ ପରେ ଏହା ପାଇପାରିବେ।


କେଉଁମାନଙ୍କର କ୍ଷତି ହେବ ?


ସରକାରଙ୍କ ଏହି ନୂଆ ନିୟମ ଦ୍ୱାରା ସେହି ବ୍ୟବହାରକାରୀଙ୍କ କ୍ଷତି ହେବ ଯେଉଁମାନେ ଆକାଉଣ୍ଟ ଖୋଲିବା ପରେ ସକ୍ରୀୟ ନଥାନ୍ତି କିମ୍ବା ଏଭଳି ବ୍ୟବହାରକାରୀ ଯେଉଁମାନେ ପୁରୁଣା ପାସୱାର୍ଡ୍ ଭୁଲିଗଲା ପରେ ନୂଆ ଆକାଉଣ୍ଟ ଖୋଲିଥାନ୍ତି । ଏଭଳି ସ୍ଥିତିରେ ପୁରୁଣା ଆକାଉଣ୍ଟ ଗୁଡିକ ସ୍ଥାୟୀ ଭାବେ ବନ୍ଦ ହୋଇଯିବ ।