ବିକାଶ ପଥରେ କଳାହାଣ୍ଡି, ମକରରେ ଭେଟିଦେଲେ ୨ ହଜାର କୋଟିର ପ୍ରକଳ୍ପ
ଆଜି ମକର ସଂକ୍ରାନ୍ତିରେ କଳାହାଣ୍ଡି ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତିରେ କଳାହାଣ୍ଡି ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ଦିନରେ କଳାହାଣ୍ଡିର ଉନ୍ନତି ପାଇଁ ୨୦୮୪ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ପ୍ରକଳ୍ପ ଉଦଘାଟନ କରିବେ । ନିମ୍ନରେ ପ୍ରଦତ୍ତ ମୁଖ୍ୟମନ୍ତ୍ରୀ ଗସ୍ତର ସୂଚୀ:
କଳାହାଣ୍ଡି: ଜୟପାଟଣାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସ୍ୱତନ୍ତ୍ର ହେଲିକପ୍ଟରରେ କନକପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଜୟପାଟଣାରେ ଜନସମାବେଶକୁ ସମ୍ୱୋଧନ କରିବେ ନବୀନ
୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
୧୦୨୦ କୋଟିରୁ ଅଧିକ ଟଙ୍କାର ୫୨ଟି ପ୍ରକଳ୍ପର ଶିଳାନ୍ୟାସ
ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିବେ
୯୮୬ କୋଟି ୭୧ ଲକ୍ଷରେ ନିର୍ମିତ ହୋଇଛି ଜଳସେଚନ ପ୍ରକଳ୍ପ
ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହେବ
ଜଳସେଚନ ପ୍ରକଳ୍ପରେ ୩ ଲକ୍ଷ ଲୋକ ଉପକୃତ ହେବେ
କେସିଙ୍ଗାରେ ରାଜ୍ୟର ପ୍ରଥମ ମଡେଲ ବସ୍ତିର ଶୁଭାରମ୍ଭ କରିବେ
ମଡେଲ ବସ୍ତିରେ ୪୪ଟି ପରିବାର ଏଠାରେ ରହିବେ
କମ୍ୟୁନିଟି ହଲଠାରୁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି