କଳାହାଣ୍ଡି :  ଶାକ୍ତ ଭୂମି କଳାହାଣ୍ଡି ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ଦେବୀ ମାଆ ଡୋକରି (dokari devi)। ପାର୍ବଣ ସମୟରେ ମାଆଙ୍କ ଠାରେ କରାଯାଏ ସ୍ବତନ୍ତ୍ର ପୂଜାର୍ଚ୍ଚନା। କେଉଁଠି ମାଁଙ୍କୁ ଫୁଲ ପୁଷ୍ପରେ ପୂଜା କରାଯାଉଉଛି ତ ପୁଣି କେଉଁଠି ରକ୍ତ ମୁଖା ଦେବୀଙ୍କ ଅରାଧାନା କରାଯାଉଛି। କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ବୋର୍ଡା ଠାରେ ରହିଛି ମାଁ ଡୋକରିଙ୍କ ମନ୍ଦିର । ବର୍ଷ ତମାମ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଦଶହରାର ମହାଦଶମୀ ତିଥିରେ ମାଆଙ୍କ ବିଜୟ ପ୍ରତିମା ଛତର ବାହାରି ( Chhatar Yatra)ଥାଏ ।  ଯାହାକୁ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ହୋଇଥାଏ ।


COMMERCIAL BREAK
SCROLL TO CONTINUE READING

ପରମ୍ପରା ଅନୁଯାୟୀ ଆଶ୍ବିନ ମାସ କୃଷ୍ଣପକ୍ଷ ମୁଳାଷ୍ଟମୀ ଦିନ ମଧ୍ୟ ରାତ୍ରିରେ ମାନଙ୍କ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଥାଏ। ଆଉ ସେହି ଦିନ ଠାରୁ ମାଆଙ୍କ ଶୋଢଷ ଦିନାତ୍ମକ ପୂଜା ଆରମ୍ଭ ହୋଇଥିବା ବେଳେ ବିଜୟା ଦଶମୀ ତିଥିରେ ମାଙ୍କ ବିଜୟ ପ୍ରତିମା ଛତର ସହର ପରିକ୍ରମା କରିଥାଏ। ମହାଦଶମୀ ତିଥି ଅଧର୍ମ ଉପରେ ଧର୍ମର ଜୟ ହୋଇଥିବାରୁ ଏହି ଦିନ ମାନଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଦଶହରା ଦିନ ମିଲକି ଅଞ୍ଚଳର ଆରାଧ୍ୟ ଦେବୀ ମାଆ ଡୋକରି ଦେବୀଙ୍କ ମନ୍ଦିରରେ ଗୁପ୍ତ ରୀତିନୀତି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଦିନ ୨ ଟା ସମୟରେ ମାଆଙ୍କ ବିଜୟ ପ୍ରତିମା ଛତର ମନ୍ଦିର(dokari devi chhatar yatra)ରୁ ବାହାରି ସହର ପରିକ୍ରମା କରିଥିଲେ । ଏହି ସମୟରେ ମାନସିକଧାରୀ ନିଜ ନିଜ ମାନସିକ ଅନୁଯାୟୀ ବୋଦା, କୁକୁଡ଼ା ଆଦି ମାଆଙ୍କ ନିକଟରେ ବଳି ଦେଇଥିଲେ । ଫଳରେ ରକ୍ତ ରଞ୍ଜିତ ହୋଇ ଉଠିଥିଲା ମାଆ ଡୋକରୀ ଦେବୀଙ୍କ ମନ୍ଦିର ପରିସର। 


ଆଉ ମାଆଙ୍କ ଏହି ପବିତ୍ର ଛତର ଯାତ୍ରାରେ ସାମିଲ ହେବା ପାଇଁ ଜମିଥିଲା ହଜାର ହଜାର  ଶ୍ରଦ୍ଧାଳୁଙ୍କ ଭିଡ଼। ମାଆଙ୍କ ବିଜୟ ପ୍ରତିମା ଛତର ସହର ପରିକ୍ରମା ପରେ ମନ୍ଦିରରେ ପହଞ୍ଚି ଥିଲା ପରେ ମନ୍ଦିରରେ ଜେନା ବଳି ପଡିବା ପରେ ଗୁପ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିର ମୁଖ୍ୟ ଫାଟକ ବନ୍ଦ କରି ଦିଆଯାଇଥିଲା। ମାଆ ଡୋକରି ଦେବୀଙ୍କ ଉପରେ ଭକ୍ତଙ୍କ ଅଗାଢ ବିଶ୍ବାସ ରହିଛି ।  କିଛି ଭକ୍ତଙ୍କ କହିବା ଅନୁଯାୟୀ, ଯେତେବେଳେ ମାଆଙ୍କୁ ଆମେ ଯାହା ମାଗିଛୁ, ସେତେବେଳେ ସେ ଭକ୍ତର କଥାଶୁଣି ତାର ମନସ୍କାମନାପୂର୍ଣ୍ଣ କରନ୍ତି। ମାଆ ସବୁ ଇଚ୍ଛା ପୂରଣ କରନ୍ତି । ଏହି ମନ୍ଦିର ଉନବିଂଶ ଶତାବ୍ଦିରେ ହୋଇଥିଲା । ଗତ ଦୁଇ ବର୍ଷ କୋରୋନା କଟକଣା ଥିବାରୁ ମାଆଙ୍କ ଛତର ଛାତ୍ରା ଏତେ ଧୁମଧାମରେ କରାଯାଇ ନ ଥିଲା।  କେବଳ ନୀତିକାନ୍ତି କରାଯାଇଥିଲା। ଏପରିକି ମାଆଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ ହୋଇଥିଲେ। କିନ୍ତୁ ଚଳିତ ବର୍ଷ କଟକଣା କୋହଳ ଥିବାରୁ ଭକ୍ତମାନେ ମାଆଙ୍କ ଏ ଛତର ଯାତ୍ରାରେ ସାମିଲ ହୋଇ ଦେବୀଙ୍କ କୃପାଲାଭ କରିଛନ୍ତି ।