କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଜମି ଚିହ୍ନଟ
ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଶନିବାର ଦିନ ପ୍ରଶାସନ ପକ୍ଷରୁ ନୂତନ ଭାବେ କଲେଜ ପଡିଆ ନିକଟରେ ଥିବା ଜମିକୁ ଚିହ୍ନଟ କରାଯାଇଛି ।
ଦାରିଙ୍ଗବାଡି: Coronavirus in Odisha: କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଦାରିଙ୍ଗବାଡି ହେଲିପ୍ୟାଡ଼ ପଡ଼ିଆ ପାଖରେ ଥିବା ଜମିକୁ ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ କୁତୁବାଡି ନିକଟରେ ଥିବା ଜଙ୍ଗଲରେ କୋରୋନା ମୃତକଙ୍କ ଶବଦାହ କରିବା ପାଇଁ ଗତ ବର୍ଷ ଏପ୍ରିଲ ୧୩ ତାରିଖରେ ଜମି ଚିହ୍ନଟ ହୋଇଥିଲା । କିନ୍ତୁ ସେହି ସ୍ଥାନ ଦେଇ ଲୋକେ ଚାଷ ବାସ କରିବା ପାଇଁ ଯିବା ଆସିବା କରିବା ସହ ଜଙ୍ଗଲକୁ ଯାଉଥିଲେ । ଏପରିକି ସେହି ପାଖରେ ଲୋକଙ୍କ ଧାନ ବିଲ ମଧ୍ୟ ରହିଥିଲା । ଯାହା ଫଳରେ ଗ୍ରାମବାସୀ ଏହାକୁ ବିରୋଧ କରି ଶବଦାହ କରିବାକୁ ବିରୋଧ କରିଥିଲେ ।
ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩୪୬୪ କୋରୋନା ଆକ୍ରାନ୍ତ
ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଶନିବାର ଦିନ ପ୍ରଶାସନ ପକ୍ଷରୁ ନୂତନ ଭାବେ କଲେଜ ପଡିଆ ନିକଟରେ ଥିବା ଜମିକୁ ଚିହ୍ନଟ କରାଯାଇଛି । ଜମି ଚିହ୍ନଟ ସମୟରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ସମେତ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଳିକ ଓ ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ଦାରିଙ୍ଗବାଡି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।