Health benefits of Kiwi: ଖାଦ୍ୟ ସ୍ୱାସ୍ଥ୍ୟକର ହୋଇଥିଲେ ଅନେକ ରୋଗ ହେବାର ଆଶଙ୍କା କମିଯାଏ। ଖାଦ୍ୟରେ ଅସନ୍ତୁଳନ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥାଏ। କିୱି ଏଭଳି ଗୋଟିଏ ଫଳ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ହଜମକ୍ରିୟାକୁ ସକ୍ରିୟ ରଖିଥାଏ,ଚର୍ମ ଏବଂ ମେଟାବୋଲିଜିମ୍ ସୁଧାରିବା ପାଇଁ ମଧ୍ଯ ଏହା ଲାଭଦାୟକ ହୋଇଥାଏ। କିୱି ଖାଇବା ମଧ୍ୟ ଅନେକ ଗମ୍ଭୀର ରୋଗରୁ ରକ୍ଷା କରିଥାଏ। ଯାହାର ଅର୍ଥ ହେଲା, ଯଦି ଆପଣ ନିୟମିତ ଭାବେ କିୱି ଖାଉଛନ୍ତି, ତେବେ ଆପଣ ପ୍ରତି ମାସରେ ରୋଗ ପାଇଁ ହେଉଥିବା ଖର୍ଚ୍ଚକୁ ହ୍ରାସ କରିପାରିବେ।


COMMERCIAL BREAK
SCROLL TO CONTINUE READING

କିୱି ଏକ କମ୍ କ୍ୟାଲୋରୀଯୁକ୍ତ ଫଳ ଏବଂ ଏହା ଫାଇବରରେ ଭରପୂର। ଏଥିରେ ପ୍ରୋଟିନ୍ ହଜମକାରୀ ଏନଜାଇମ୍ ଏବଂ ଭିଟାମିନ୍ ସି ଥାଏ, ଯାହା ଓଜନ ହ୍ରାସ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ନିଜର ହୃଦୟର ସୁରକ୍ଷା ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି କିୱି ଖାଇବା ଏକ ଭଲ ବିକଳ୍ପ ହୋଇପାରେ।


କିୱି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
କିୱିରେ ଭିଟାମିନ୍ ସି ଭରପୂର ଅଟେ, କିୱିର 100 ଗ୍ରାମ ସେବନରୁ ଭିଟାମିନ୍ ସି’ର ଦୈନିକ ଆବଶ୍ୟକତାର ୮୦ ପ୍ରତିଶତ ପର୍ଯ୍ୟନ୍ତ ମିଳିପାରିବ। ଭିଟାମିନ୍ ସି ଶରୀରରେ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ ଏବଂ କୋଷଗୁଡ଼ିକୁ ଅକ୍ସିଡେଟିଭ୍ କ୍ଷତିରୁ ରକ୍ଷା କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ଅନେକ ପ୍ରକାରର ସଂକ୍ରାମକ ରୋଗର ଆଶଙ୍କା ହ୍ରାସ କରିଥାଏ, ତେଣୁ ପ୍ରତିଦିନ କିୱି ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।


କିୱି ପୋଟାସିୟମର ଏକ ଉତ୍ତମ ଉତ୍ସ
ହୃଦୟ, କିଡନୀ, ମାଂସପେଶୀ ଏବଂ ସ୍ନାୟୁ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ପୋଟାସିୟମ୍ ଆବଶ୍ୟକ। ଗୋଟିଏ କିୱିରେ ୨୧୫ ମିଗ୍ରା ପୋଟାସିୟମ୍ ଥାଏ, ତେଣୁ କିୱି ଖାଇବା ଆପଣଙ୍କ ରକ୍ତଚାପ ଏବଂ ସ୍ନାୟୁ ପାଇଁ ଲାଭଦାୟକ ଅଟେ। ଆହାର ମାଧ୍ୟମରେ ପୋଟାସିୟମ୍ ଅଭାବ ପୁରଣ କରିବା, ଉଚ୍ଚ ରକ୍ତଚାପ ଏବଂ ଷ୍ଟ୍ରୋକ୍ ଭଳି ହୃଦୟ ସମ୍ଭଧିତ ବିପଦକୁ ହ୍ରାସ କରିବାରେ, କିଡନୀ ପଥର ଏବଂ ଅଷ୍ଟିଓପୋରୋସିସ୍ ରୋଗରୁ ରକ୍ଷା କରିବାରେ ଏହା  ଲାଭଦାୟକ ହୋଇଥାଏ।


ରକ୍ତ ଜମାଟ ବାନ୍ଧିବା କମାଏ
ଶିରାରେ ରକ୍ତ ଜମାଟ ବାନ୍ଧିବା ଦ୍ୱାରା ହୃଦୟ ଏବଂ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବ୍ୟାହତ ହୋଇପାରେ, ଯାହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବଢାଇ ଦିଏ। କିୱି ରକ୍ତରେ ଚର୍ବି ସ୍ତର ହ୍ରାସ କରି ରକ୍ତ ଜମାଟ ବାନ୍ଧିବାକୁ ଦିଏନାହିଁ। ଦୈନିକ ଦୁଇରୁ ତିନୋଟି କିୱି ଫଳ ଖାଇବା ଦ୍ୱାରା ରକ୍ତ ପତଳା ହୋଇପାରେ ଏବଂ ସମୟ ସହିତ ହୃଦୟର ସ୍ୱାସ୍ଥ୍ୟରେ ଇନ୍ନତି ଆସେ।ଷ୍ଟ୍ରୋକର ଆଶଙ୍କା ହ୍ରାସ ପାଏ।


ହଜମ ପ୍ରକ୍ରିୟାକୁ ମଜବୁତ କରେ
କିୱିରେ ଉଭୟ ଅଦ୍ରବୀଭୂତ ଏବଂ ଦ୍ରବୀଭୂତ ଫାଇବର ଥାଏ । ଅଧ୍ୟୟନରୁ ଜଣାପଡିଛି ଯେ କିୱିରେ ପ୍ରାୟ ଏକ-ତୃତୀୟାଂଶ ଦ୍ରବୀଭୂତ ଏବଂ ଦୁଇ-ତୃତୀୟାଂଶ ଇନ୍ସୋଲବଲ୍ ଫାଇବର ଥାଏ । ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିବା ସହିତ ଫାଇବର ହୃଦୟ ଏବଂ ହଜମ ପ୍ରକ୍ରିୟାକୁ ଲାଭ ଦେଇଥାଏ ।  ଫାଇବର ଖାଇବା ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।