କୋରାପୁଟ: ରାତି ପାହିଲେ ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ (Indipendent Day)। ଦେଶ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରେ ଅଜାଦି କି ଅମୃତ ମହୋତ୍ସବ ପାଳନ ଚାଲିଛି। ହେଲେ ଦେଶ କୁ ସ୍ୱାଧୀନତା ଆଣିବାରେ ପୁରୋଧା ସାଜିଥିବା ସେହି ସ୍ୱାଧୀନତା ସଂଗ୍ରାମୀ ଙ୍କୁ ଭୁଲି ଯାଉଛନ୍ତି ସରକାର। ସ୍ୱାଧୀନତା ସଂଗ୍ରାମୀ ଏ ଦେଶ ପାଇଁ ଗୁଳି ମାଡ ଖାଇଥିଲେ, ଅନେକ ଥର ଜେଲ ଦଣ୍ଡ ବି ଭୋଗିଥିଲେ । ହେଲେ ଭାବିନଥିଲେ ଯେଉଁ ଦେଶ ପାଇଁ ସେ ସର୍ବସ୍ବ ବଳିଦାନ ଦେଈଥିଲେ ତାଙ୍କ ଦାୟଦ ଦିନେ ଏପରି ଅସହାୟ ହୋଇଯିବେ ବୋଲି। ସରକାର ଏମାନଙ୍କ ପାଇଁ ପ୍ରତଶ୍ରୁତି ର ପାହାଡ ତ ଠିଆ କରିଥିଲା ।ହେଲେ ସ୍ୱାଧୀନତା ସଂଗ୍ରାମୀ ଙ୍କ ମୃତ୍ୟୁ ପରେ ଅସହାୟ ହୋଇ ଯାଇଛି ପରିବାର ଆଉ ସରକାର ଙ୍କ ପ୍ରତିଶୃତି ସତେଯେମିତି ପାଣିର ଗାର । ଆମେ କହୁଛୁ କୋରପୁଟ ଜିଲା ବୋରିଗୁମ୍ମା ବ୍ଲକ ଗୁଜୁନି ଗୂଡ଼ ଗ୍ରାମ ର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଅନୁରୁଧ ପଟନାୟକ ଙ୍କ ପରିବାର ର କଥା ।


COMMERCIAL BREAK
SCROLL TO CONTINUE READING

ବୋରିଗୁମ୍ମା ବ୍ଲକ ଗୁଜୁନିଗୁଡା ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଅନୁରୁଧ ପଟନାୟକଙ୍କ ପରିବାର। ଅନୁରୁଧ ଏବଂ ତାଙ୍କ ବଡ଼ ପୁଅ ଵିନୋଦ ପଟନାୟକଙ୍କ ପରଲୋକ ପରେ ଅସହାୟ ହୋଇଗଲେ ପରିବାର। ଏବେ ପରିବାର ଆଠ ଜଣ ସଦସ୍ୟଙ୍କ ଦାୟିତ୍ୱ ଏବେ ସାନ ପୁଅ ଏନ.ବି.ପଟନାୟକଙ୍କ ଉପରେ। ଘର ଚଳିବା ପାଇଁ ସମ୍ବଳ ବୋଲି କିଛି ନାହିଁ। ଏଭଳି ସ୍ଥିତିରେ ଖଟିଲେ ଖାଇବା ନ୍ୟାୟରେ ଅନ୍ୟ ଚାଷ କାମରେ ନିୟୋଜିତ ହୋଇଥାନ୍ତି ଏନ.ବି ପଟନାୟକ। ସରକାରୀ ଯୋଜନାରେ ମାସକୁ ୩୫ କିଲୋ ଚାଉଳ ମିଳୁଛି ସତ ହେଲେ ଏହା ସମୁଦ୍ରକୁ ଶଂଖେ। ଘର କହିଲେ ଚାଳ ଛପର ଘର। ଆଉ ଏହାରି ଭିତରେ ସ୍ତ୍ରୀ ଓ ଦୁଇ ପୁଅ ଝିଅ ସଙ୍ଗେ ସଙ୍ଗେ ବଡଭାଇଙ୍କ ସ୍ତ୍ରୀ, ପୁଅ ଏବଂ ଦୁଇ ଭଣଜା ଭାଣଜୀ ସମସ୍ତେ ରୁହନ୍ତି। ଅର୍ଥାଭାବରୁ ପୁଅ, ପୁତୁରା ଭଣଜା ଭାଣଜୀଙ୍କ ପାଠପଢା ମଧ୍ୟ ବନ୍ଦ ହୋଇଯାଇଛି। ସରକାରଙ୍କ ତରଫରୁ ଅନେକ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ସହଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ।


ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଅନୁରୁଧ ପଟନାୟକ ୧୮୯୨ ମସିହାରେ ଜନ୍ମଗ୍ରହଣ କରିଥିବାବେଳେ ସେ ୨୫ ବର୍ଷ ବୟସରେ ୧୯୧୭ ମସିହାରେ ଦେଶ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଆଉ ଦୀର୍ଘ ୩୦ବର୍ଷ ଧରି ଏ ଦେଶ ସ୍ୱାଧୀନତାର ସଂଗ୍ରାମରେ ରହି ଗୁଳି ମାଡ଼ ବି ଖାଇଲେ ଆଉ ଅନେକ ଥର ଜେଲଦଣ୍ଡ ବି କଟିଥିଲେ। ଆଉ ଦେଶକୁ ସ୍ୱାଧୀନତା ଆଣିବାରେ ସଫଳ ହୋଇଥିଲେ।ଦେଶ ସ୍ୱାଧୀନତାର ୫୦ତମ ସମାରୋହରେ ୧୯୯୭ ମସିହାରେ ତାଙ୍କୁ ମାନପତ୍ର, ସ୍ମାରକୀ ପ୍ରଦାନ କରି ସମ୍ମାନୀତ କରିଥିଲେ କୋରାପୁଟର ତତ୍କାଳୀନ ଜିଲାପାଳ। ଖାଲି ସେତିକି ନୁହେଁ ତାଙ୍କ ପରିବାର ର ସଦସ୍ୟ ଙ୍କୁ ଚାକିରି, ଜମି ଏବଂ ଘର ଯୋଗାଇ ଦେବା ନେଇ ପ୍ରତିଶୃତି ମଧ୍ୟ ମିଳିଥିଲା। ହେଲେ ଗତ ୨୦୦୦ ମସିହାରେ ୧୦୮ ବର୍ଷରେ ସ୍ୱାଧୀନତା ସଂଗ୍ରାମୀ ଅନୁରୁଧଙ୍କ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛନ୍ତି ତାଙ୍କ ଦାୟାଦ। ସରକାରଙ୍କ ତରଫରୁ ମିଳିଥିବା ପ୍ରତିଶୃତି କେବଳ ପାଣିର ଗାର ପାଲଟିଛି। ଏଭଳି ସ୍ଥିତିରେ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଅନୁରୁଧ ପଟନାୟକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ନେଇ ସ୍ଥାନୀୟ ବୁଦ୍ଧି ଜୀବୀ ଏବଂ ଲୋକପ୍ରତିନିଧି ମଧ୍ୟ ଦାବି କରିଛନ୍ତି।


ପ୍ରତି ବର୍ଷ ଅଗଷ୍ଟ ୧୫ ତାରିଖ ଆସିଲେ ଦେଶ ସ୍ଵାଧୀନ ପାଇଁ ଜୀବନ ହାରିଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ କଥା ମନେପଡେ। ସଂଗ୍ରାମୀଙ୍କ ପରିବାରଙ୍କୁ ସରକାରୀ ଯୋଜନା ରେ ସାମିଲ କରିବା କିମ୍ବା ସରକାରୀ ସ୍ତରରେ ଦିଆଯାଇଥିବା ପ୍ରତିଶୃତିକୁ ପାଳନ କରିବା ଭୁଲିଯାଉଛନ୍ତି ସରକାର। ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଅନିରୁଦ୍ଧ ପଟନାୟକ ଙ୍କ ପରିବାର ହେଉଛି ତାର ଜ୍ୱଳନ୍ତ ଉଦାହରଣ।