Lakshadweep History:ଲାକ୍ଷାଦ୍ୱିପକୁ ଇସଲାମ ଆସିଲା କେମିତି ?
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଯୋଗୁଁ ଲାକ୍ଷାଦ୍ୱିପ ପୁଣି ଥରେ ଖବରରେ ଅଛି। ନିଜର ସୌନ୍ଦର୍ଯ୍ୟ ସହିତ ଲାକ୍ଷାଦ୍ୱିପ ମଧ୍ୟ ଆଉ ଗୋଟିଏ କାରଣ ପାଇଁ ପରିଚିତ । ତାହା ହେଉଛି ଏହା ଧାର୍ମିକ ଜନସଂଖ୍ୟା । ଲାକ୍ଷାଦ୍ୱିପର ଜନସଂଖ୍ୟାର ୯୭% ହେଉଛନ୍ତି ମୁସଲମାନ । ୨୦୧୧ ଜନସଂଖ୍ୟା ଜନଗଣନା ଏହା କହୁଛି । କିନ୍ତୁ ଯଦି ଆମେ ଇତିହାସର ପୃଷ୍ଠା ଲେ
Lakshadweep History:
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଯୋଗୁଁ ଲାକ୍ଷାଦ୍ୱିପ ପୁଣି ଥରେ ଖବରରେ ଅଛି। ନିଜର ସୌନ୍ଦର୍ଯ୍ୟ ସହିତ ଲାକ୍ଷାଦ୍ୱିପ ମଧ୍ୟ ଆଉ ଗୋଟିଏ କାରଣ ପାଇଁ ପରିଚିତ । ତାହା ହେଉଛି ଏହା ଧାର୍ମିକ ଜନସଂଖ୍ୟା । ଲାକ୍ଷାଦ୍ୱିପର ଜନସଂଖ୍ୟାର ୯୭% ହେଉଛନ୍ତି ମୁସଲମାନ । ୨୦୧୧ ଜନସଂଖ୍ୟା ଜନଗଣନା ଏହା କହୁଛି । କିନ୍ତୁ ଯଦି ଆମେ ଇତିହାସର ପୃଷ୍ଠା ଲେଉଟାଉ ଯେ,ପ୍ରଥମେ ଏହି ଦ୍ୱିପର ଧର୍ମ ଥିଲା ହିନ୍ଦୁ । ହିନ୍ଦୁ ବହୁଳ ଲାକ୍ଷାଦ୍ୱିପରେ ଗୋଟିଏ ସମୟରେ ବୌଦ୍ଧ ଧର୍ମ ମଧ୍ୟ ଲୋକପ୍ରିୟ ହୋଇଥିଲା । କିନ୍ତୁ ସପ୍ତମ ଶତାବ୍ଦୀ ବେଳକୁ ସେଠାକୁ ଇସଲାମ ଆସିଲା ଓ ସବୁକିଛି ବଦଳି ଗଲା ।
ରାଜା ପେରୁମଲ ଓ ଇସଲାମ
ଲାକ୍ଷାଦ୍ୱିପର ଆଧିକାରିକ ୱେବସାଇଟ ଅନୁସାରେ କ୍ରେଙ୍ଗାନୋର ଦ୍ୱିପରେ ଅଷ୍ଟମ ଶତାବ୍ଦୀରେ ରାଜା ଚେରମାନ ପେରୁମାଲ ରାଜୁତି କରୁଥିଲେ । ୮୨୫ ଖ୍ରୀଷ୍ଟାବ୍ଦରେ କିଛି ଆରବୀ ବ୍ୟବସାୟୀଙ୍କ ପ୍ରଭାବରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ମକ୍କା ଯାତ୍ରା କରିଥିଲେ । ଏହା ପରେ ରାଜାଙ୍କର କୌଣସି ଖୋଜଖବର ମିଳିନଥିଲା ।ରାଜାଙ୍କୁ ଖୋଜିବା ପାଇଁ ତାଙ୍କ ରାଜ୍ୟରୁ କିଛି ବ୍ୟକ୍ତି ବାହାରିଥିଲେ । ସେମାନେ ନୌକାରେ ମକ୍କା ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ସେଠାରେ ରାଜାଙ୍କୁ ନପାଇ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡିଥିଲା । ରାଜାଙ୍କୁ ଖୋଜିବାକୁ ଯାଇଥିବା ବ୍ୟକ୍ତିମାନେ ଆମିନୀ ଦ୍ୱୀପ ଆବିଷ୍କାର କରି ସେଠାରେ ରହିବାକୁ ଲାଗିଲେ। ତାଙ୍କୁ ଖୋଜିବା ପାଇଁ ସେଠାକୁ ଯାଇଥିବା ଲୋକମାନେ ହିନ୍ଦୁ ଥିଲେ। ଧୀରେ ଧୀରେ ଏଠାରେ ଜନସଂଖ୍ୟା ବୃଦ୍ଧି ପାଇଲା ଏବଂ ଆମିନୀ, କଭାରତୀ, ଆଣ୍ଡ୍ରୋଟ ଏବଂ କଲପାନି ଦ୍ୱୀପପୁଞ୍ଜ ସୃଷ୍ଟି ହେଲା । ଲୋକମାନେ ସେଠାରେ ବସତି ସ୍ଥାପନ କରି ରହିବା ଆରମ୍ଭ କଲେ । ଧୀରେ ଧୀରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ତେବେ ସେପର୍ଯ୍ୟନ୍ତ ଏହି ଦ୍ୱୀପ ସବୁର ବାସିନ୍ଦା ହିନ୍ଦୁ ଥିଲେ ।
ଇସଲାମ ଲାକ୍ଷାଦ୍ୱିପକୁ କେବେ ଆସିଲା?
ଇସଲାମ ଲାକ୍ଷାଦ୍ୱୀପରେ ଶେଖ ଉବାଇଦୁଲ୍ଲାଙ୍କ ଜରିଆରେ ଲାକ୍ଷାଦ୍ୱୀପକୁ ଆସିଥିଲା । ଉବାଇଦୁଲାଙ୍କୁ ମଧ୍ୟ ସନ୍ଥ ଉବାଇଦୁଲ୍ଲା ବୋଲି କୁହାଯାଏ । କାହାଣୀ ଅନୁସାରେ ସେ ମକ୍କା-ମେଦିନାରେ ନମାଜ ପାଠ କରୁଥିଲେ। ମକ୍କାରେ ପ୍ରାର୍ଥନା କରୁଥିବା ସମୟରେ ସେ ଶୋଇପଡିଥିଲେ ଏବଂ ପ୍ରଫେଟ୍ ମହମ୍ମଦ ତାଙ୍କ ସ୍ୱପ୍ନରେ ଦେଖାଦେଇଥିଲେ। ତାଙ୍କୁ ଯେଦାହ ଯିବାକୁ ସ୍ୱପ୍ନାଦେଶ ହୋଇଥିଲା । ଯେଦାହରୁ ଜଳଯାତ୍ରାରେ ଯାଇ ଦୁରଦୂରାନ୍ତରେ ଇସଲାମର ପ୍ରଚାର କରିବାକୁ ତାଙ୍କୁ କୁହାଯାଇଥିଲା । ଏହା ପରେ ଉବାଇଦୁଲ୍ଲା ଜଳଯାତ୍ରାରେ ବାହାରି ଯାଇଥିଲେ ।
ମାସେ ଧରି ସମୁଦ୍ରରେ ଯାତ୍ରା କରୁଥିବାବେଳେ ଦିନେ ଝଡ଼ରେ ତାଙ୍କ ଜାହାଜ ଧ୍ୱଂସ ହୋଇଯାଇଥିଲା । ଉବାଇଦୁଲ୍ଲା ଆମିନୀ ଦ୍ୱୀପରେ ପହଞ୍ଚିଥିଲେ । ଆମିନି ଦ୍ୱୀପରେ ଶୋଇଥିବା ବେଳେ ଉବାଇଦୁଲ୍ଲାଙ୍କ ସ୍ୱପ୍ନରେ ପ୍ରଫେଟ୍ ଆସି ତାଙ୍କୁ ସେହି ଦ୍ୱୀପରେ ଇସଲାମର ପ୍ରଚାର କରିବାକୁ କହିଥିଲେ । ଉବାଇଦୁଲ୍ଲା ସ୍ୱପ୍ନାଦେଶ ଅନୁସାରେ ଧର୍ମପ୍ରଚାରରେ ଲାଗିଥିଲେ । କିନ୍ତୁ ଦ୍ୱୀପର ମୁଖିଆ ଏହାକୁ ପସନ୍ଦ କରିନଥିଲେ ।ମୁଖିଆ ଉବାଇଦୁଲ୍ଲାଙ୍କୁ ଦ୍ୱୀପ ଛାଡି ଚାଲିଯିବାକୁ କହିଥିଲେ । ଏହି ସମୟରେ ଉବାଇଦୁଲ୍ଲା ଜଣେ ସୁନ୍ଦରୀ ଝିଅର ପ୍ରେମରେ ପଡିଥିଲେ ଓ ସେହି ଝିଅର ଧର୍ମାନ୍ତରଣ କରାଇ ବିବାହ କରିଥିଲେ । ଯାହାର ନାମ ସେ ଦେଇଥିଲେ ହମିଦତ ବିବି । ଏହାପରେ ଧିରେଧିରେ ଲାକ୍ଷାଦ୍ୱୀପରେ ଇସଲାମ ବ୍ୟାପିଥିଲା । ତେଣୁ ଉବାଇଦୁଲ୍ଲାଙ୍କୁ ଲାକ୍ଷାଦ୍ୱୀପରେ ଇସଲାମର ପ୍ରଚାରକ ଭାବେ ଦେଖାଯାଏ ।
କବର ଦେଖିବା ପାଇଁ ପର୍ଯ୍ୟଟକମାନେ ଅସନ୍ତି
କୁହାଯାଏ ଯେ ଅମିନୀ ଦ୍ୱୀପରେ ବିରୋଧ ପରେ ସେ ସେହି ଦ୍ୱୀପ ଛାଡି ଅନ୍ୟ ଅନେକ ଦ୍ୱୀପପୁଞ୍ଜରେ ପହଞ୍ଚି ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କହିଥିଲେ। ଧୀରେ ଧୀରେ ସେ ଲାକ୍ଷାଦ୍ୱିପର ବିଭିନ୍ନ ଦ୍ୱୀପକୁ ଯାଇ ଇସଲାମ ବିସ୍ତାର କରିବାରେ ଲାଗିଲେ। ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ପରେ ସେ ଶେଷ ଦିନରେ ଆଣ୍ଡ୍ରୋଟକୁ ଫେରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ମଧ୍ୟ ସେହିଠାରେ ତାଙ୍କ କବର ରହିଛି । ଶ୍ରୀଲଙ୍କା, ମିଆଁମାର ଏବଂ ମାଲେସିଆରୁ ଆଜି ମଧ୍ୟ ଅନେକ ମୁସଲମାନ ତାଙ୍କ କବର ଦର୍ଶନ ପାଇଁ ଆସିଥାନ୍ତି ।