ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାମ୍ନାକୁ ଆସିଲା । ଜଣାପଡିଛି ଯେ ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ନୂତନ ବିଷୟ ସାମିଲ ହେବ । ଶିକ୍ଷାବର୍ଷ ୨୦୨୨-୨୩ ରୁ ଏହାକୁ ଲାଗୁ କରିବା ପାଇଁ ବୋର୍ଡ ତରଫରୁ ନିଷ୍ପତି ନିଆଯାଇଛି । ପାଠ୍ୟକ୍ରମରେ ବୁକ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କାରିକୁଲାର ଆକ୍ଟିଭିଟି ଓ କିଛି ଆଇଟି ସ୍କିଲକୁ ନେଇ ଚଳିତ ଶିକ୍ଷାବର୍ଷ ପାଠ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତି ମଧ୍ୟ କରାଯାଇଛି । ଏହା କେବଳ ନିର୍ଦ୍ଦିଷ୍ଟ ଶ୍ରେଣୀ ତଥା ନବମ ଓ ଦଶମରେ ସ୍ଥାନ ପାଇବ ବୋଲି ଜଣାପଡିଛି । ଯାହାକି ପରବର୍ତ୍ତୀ ଶିକ୍ଷା ବର୍ଷରେ ଏହି ପାଠ୍ୟକ୍ରମ ଲାଗୁହେବ । ତେବେ ପାଠ୍ୟକ୍ରମର ପରୀକ୍ଷାରେ ତିନୋଟି ପର୍ଯ୍ୟାୟକରି ପାଞ୍ଚ ମାର୍କ ଲେଖାଏଁ ପରୀକ୍ଷା କରିଯିବ ଓ ଶେଷ ପର୍ଯ୍ୟାୟରେ ୧୦ ମାର୍କ ଲେଖାଏଁ ପରୀକ୍ଷା କରାଯିବାର ନିଷ୍ପତ୍ତି ହୋଇଛି । ଏହି ମାର୍କ ଆଧାରରେ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରେଡ଼ ପ୍ରଦାନ କରାଯିବ । ଯାହାକୁ ବୋର୍ଡ ପାଠ୍ୟକ୍ରମରେ ବାଧ୍ୟତାମୂଳକ ବୋଲି ବିଚାର କରିଛି । ଶେଷରେ ପରକ୍ଷା ଫଳ ପ୍ରକାଶିତ ହେଲେ ସାର୍ଟିଫିକେଟକୁ ଗ୍ରେଡ଼ ସହ ବିବେଚନା କରଯାଇ ପ୍ରଦାନ କରାଯିବ ।  


COMMERCIAL BREAK
SCROLL TO CONTINUE READING

ତେବେ ବୋର୍ଡ ଯାହା ନିଷ୍ପତ୍ତି ନେଇଛି ଏହାକୁ ଅନେକାଂଶରେ ସ୍ୱାଗତ କରାଯାଇଛି । କାରଣ ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କୁ ନୂଆ ପିଢ଼ିରେ ସାମିଲ ହେବାପାଇଁ ଏହା ଅନେକ ସହାୟକ ହେବ । ସହର ଓ ଗ୍ରାମାଞ୍ଚଳରେ ଗଢି ଉଠିଥିବା ବେସରକାରୀ ଶିକ୍ଷାନୁଷ୍ଠାନ ଯେଉଁଭଳି ଭାବରେ ଶିକ୍ଷାବ୍ୟବସ୍ଥାକୁ ନୂଆ ପିଢ଼ି ସହିତ ଟକ୍କର ଦେଇ ପାଠ୍ୟକ୍ରମ ସ୍ଥିର କରୁଛନ୍ତି, ସେହିଭଳି ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ହେଉ ସରକାରଙ୍କର ଶିକ୍ଷାନୁଷ୍ଠାନ ଗୁଡିକରେ ସ୍କିଲ୍ଡ ଭୀତିକ ଶିକ୍ଷା ନିହାତି ଆବଶ୍ୟକ ଅଟେ । ଯଦି ଆମେ ଆଇଟି ଆନୁସଙ୍ଗିକ ଶିକ୍ଷା ପ୍ରଚଳନ ବିଷୟରେ କାହିବା ତେବେ ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଅନ୍ୟ ମାନଙ୍କ ଠାରୁ ବହୁ ନିମ୍ନରେ ରହିଛି । ଗ୍ରାମାଞ୍ଚଳରେ ଏମିତି ବି ସ୍କୁଲ ରହିଛି ଯେଉଁଠି ଆଜି ବି ଇଣ୍ଟରନେଟ ପହଁଚି ପାରିନାହିଁ । ତେଣୁ ସରକାର ଏସବୁ ଆନୁସଙ୍ଗିକ ବ୍ୟବସ୍ଥା ସହିତ ନୂତନ ଶିକ୍ଷାବ୍ୟବସ୍ଥା ପ୍ରଚଳନ କଲେ ଛାତ୍ରଛାତ୍ରୀ ମାନେ ଅଧିକ ଉନ୍ନତ ମାନର ଶିକ୍ଷା ପାଇପାରିବେ ।


ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ କଣା ସମସ୍ତଙ୍କୁ ଜଣା । ଆମେ ଖବର ମାଧ୍ୟମରେ ଅନେକ ସମୟରେ ପ୍ରସାରଣ କରିବା ସହିତ ଠୋସ ପ୍ରମାଣ ମଧ୍ୟ ଦେଇଛୁ ଯେ, ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ ଜାଲ ସାର୍ଟିଫିକେଟ ଦେଇ ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଛନ୍ତି । ଏମିତି ବି ଦେଖାଯାଇଛି କେଉଁଠି ସ୍କୁଲ ଅଛି, ପିଲା ଅଛନ୍ତି କିନ୍ତୁ ଶିକ୍ଷକ ନାହାଁନ୍ତି । ସେହିପରି ଏମିତି ବି ସ୍କୁଲ ଅଛି ଓ ଶିକ୍ଷକ ଅଛନ୍ତି କିନ୍ତୁ ଛାତ୍ରଛାତ୍ରୀ ନାହାଁନ୍ତି । ଏହିପରି ଅବ୍ୟବସ୍ଥାର ସମାଧାନ ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଉଚିତ । କାରଣ ଓଡ଼ିଶାରେ ଏମିତି ଅନେକ ଗରିବ ଛାତ୍ରଛାତ୍ରୀ ମାନେ ଅଛନ୍ତି ଯାହାଙ୍କର ଟେଲେଣ୍ଟ ସ୍ୱତନ୍ତ୍ର । କିନ୍ତୁ ଉପଯୁକ୍ତ ଶିକ୍ଷା ପାଇବାରୁ ବଂଚିତ ହେଉଥିବାରୁ ସେମାନେ ନିଜର ଟେଲେଣ୍ଟକୁ ପରିପ୍ରକାଶ କରିବାରେ ସଫଳ ପାରୁନାହାଁନ୍ତି ।