Amit Shah Odisha Visit: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ (Amit Shah) । ଓଡ଼ିଶା ଗସ୍ତରେ ଆସି ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ (Naveen Patnaik) ପଟ୍ଟନାୟକ ଉପସ୍ଥିତ ରହିବାର ସୂଚନା ମିଳିଛି । ତେବେ ଶୁକ୍ରବାର ରାତି ପ୍ରାୟ ୧୦.୪୦ ସମୟରେ ଭୁବନେଶ୍ୱର ବିମାନ ବନ୍ଦରଠାରେ (Bhubaneswar Airport) ପହଞ୍ଚିବା ପରେ ସିଧା ଏକ ପଞ୍ଚତାରକା ହୋଟେଲ ଯିବେ ଓ ସେଠାରେ ରାତ୍ରୀଯାପନ କରିବେ ।


COMMERCIAL BREAK
SCROLL TO CONTINUE READING

ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତର କାର୍ଯ୍ୟସୂଚୀ
ଶନିବାର ପୂର୍ବାହ୍ନରେ ୧୧ଟାରୁ ୧୨ଟା ମଧ୍ୟରେ କନଭେନସନ ସେଣ୍ଟରରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏନ୍.ଏଚ.ଏ.ଆଇ.ର ବିଭିନ୍ନ ପ୍ରୋଜେକ୍ଟ ଉଦଘାଟନ କରିବେ । ଏହା ପରେ ଉକ୍ତ କନଭେନସନ ସେଣ୍ଟରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ରିଭ୍ୟୁ କରିବା ସହ ଦିନ ୧୨.୩୦ରୁ ଗୋଟାଏ ମଧ୍ୟରେ ମିଟିଂ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିବା ପରେ ୨ଟାରୁ ୫ଟା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବରିଷ୍ଠ କାର୍ଯ୍ୟକର୍ତ୍ତା ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଶେଷରେ ସଂଧ୍ୟା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଚାଲିଯିବେ ।


ଅନ୍ୟପଟେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ରାଜ୍ୟ ରାଜନୀତି ସରଗରମ ହୋଇଛି । ଦିଲ୍ଲୀ ଅର୍ଡିନାନ୍ସ ବିଲକୁ ବିଜେଡିର ସମର୍ଥନ ଓ ଅନାସ୍ଥା ପ୍ରସ୍ତାହକୁ ବିରୋଧ ପରେ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ସେ ଆସୁଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଏହା ସମେତ ବିରୋଧୀ ମେଣ୍ଟ 'INDIA' ଗଠନ ପରେ ବିଜେପି ଭୟଭିତ ହୋଇ ସେଟିଂରେ ଲାଗି ପଡିଥିବା କଥା ସେ କହିଛନ୍ତି ।


ମଙ୍ଗଳବାର ଦିନ ବିଜୁ ଜନତା ଦଳ ଦିଲ୍ଲୀର ଅଧିକାରୀଙ୍କ ସ୍ଥାନାନ୍ତର ତଥା ପୋଷ୍ଟିଂକୁ ନେଇ ଦିଲ୍ଲୀ ଅର୍ଡିନାନ୍ସ ବିଲ୍ ତଥା ବିରୋଧୀ ଦଳର ଅବିଶ୍ୱାସ ପ୍ରସ୍ତାବ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ଲୋକସଭାରେ କେନ୍ଦ୍ର ସରକାରଙ୍କ ବିଲ୍ ଉପସ୍ଥାପନ କରିବାବେଳେ ବିଜେଡି କହିଥିଲା ଯେ ଦଳ ବିଜେପିକୁ ସମର୍ଥନ କରିବ । ଦଳ ଏହା ମଧ୍ୟ କହିଥିଲା ଯେ ବିରୋଧୀ ଦଳ 'ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ' (I.N.D.I.A) ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ବିରୋଧ କରିବ । ଏହି ପରିପ୍ରେକ୍ଷୀରେ ବିଜେଡି ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଥିଲା । ତେବେ ଏହାକୁ ନେଇ ରାଜ୍ୟ କଂଗ୍ରେସ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଥିଲା ।


 


ଏହା ବି ପଢ଼ନ୍ତୁ: China: ସରକାର ଆଣିଲେ କଡ଼ା ନିୟମ! ଏତିକି ସମୟରୁ ଅଧିକ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ ଛୋଟ ପିଲା


ଏହା ବି ପଢ଼ନ୍ତୁ: Canada PM: ବିବାହର ୧୮ ବର୍ଷ ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପତ୍ନୀ ସୋଫିଙ୍କଠାରୁ ହେଲେ ଅଲଗା