Odisha Election 2024: କୋରାପୁଟରେ ମୁଖ୍ୟମନ୍ତ୍ରୀ LIVE

ଜୀ ଓଡ଼ିଶା ଡେସ୍କ Sat, 04 May 2024-12:31 pm,

ଜୟପୁରରେ ପଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ବିମାନ ଯୋଗେ ସେ କୋରାପୁଟର ଜୟପୁରରେ ପହଞ୍ଚିଛନ୍ତି। ଏଠାରେ ବିଧାୟକ ଓ ସାଂସଦଙ୍କ ଲାଗି ପ୍ରଚାର କରିବେ। କୋରାପୁଟ, ନବରଙ୍ଗପୁର ଏବଂ ଗଜପତି ଜିଲ୍ଲା କସ୍ତ କରି ତିନୋଟି ନିର୍ବାଚନ ପ୍ରଚାର ସଭାରେ ସେ ଆଜି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Naveen Pattnaik: ଜୟପୁରରେ ପଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ବିମାନ ଯୋଗେ ସେ କୋରାପୁଟର ଜୟପୁରରେ ପହଞ୍ଚିଛନ୍ତି। ଏଠାରେ ବିଧାୟକ ଓ ସାଂସଦଙ୍କ ଲାଗି ପ୍ରଚାର କରିବେ। କୋରାପୁଟ, ନବରଙ୍ଗପୁର ଏବଂ ଗଜପତି ଜିଲ୍ଲା କସ୍ତ କରି ତିନୋଟି ନିର୍ବାଚନ ପ୍ରଚାର ସଭାରେ ସେ ଆଜି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

नवीनतम अद्यतन

  • ମୁଖ୍ୟମନ୍ତ୍ରୀଙ୍କ ପରେ ଭିକେ ପାଣ୍ଡିଆନ୍‍ଙ୍କ ସମ୍ବୋଧନ। କହିଲେ ପାଞ୍ଚ ବର୍ଷରେ ଥରେ ମିଳୁଛି ସୁଯୋଗ। ମୁଖ୍ୟମନ୍ତ୍ରୀ ଦିନ ରାତି ଓଡ଼ିଶାବାସୀଙ୍କୁ ପରିଶ୍ରମ କରୁଛନ୍ତି। ତାଙ୍କୁ ଆଉଥରେ ଆଶୀର୍ବାଦ ଦେବାକୁ ଅନୁେରାଧ କରିଛନ୍ତି ପାଣ୍ଡିଆନ୍‍। 

  • ମୁଖ୍ୟମନ୍ତ୍ରୀଙ୍କ ପରେ ଭିକେ ପାଣ୍ଡିଆନ୍‍ଙ୍କ ସମ୍ବୋଧନ। କହିଲା ପାଞ୍ଚ ବର୍ଷରେ ଥରେ ମିଳୁଛି ସୁଯୋଗ। ମୁଖ୍ୟମନ୍ତ୍ରୀ ଦିନ ରାତି ଓଡ଼ିଶାବାସୀଙ୍କୁ ପରିଶ୍ରମ କରୁଛନ୍ତି। ତାଙ୍କୁ ଆଉଥରେ ଆଶୀର୍ବାଦ ଦେବାକୁ ଅନୁେରାଧ କରିଛନ୍ତି ପାଣ୍ଡିଆନ୍‍। 

  • ଜନସାଧାରଣଙ୍କୁ ଯୋଜନା ସମ୍ବନ୍ଧରେ ପଚାରିଲେ ଓ ବିରୋଧିଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ। କାଳିଆ ଯୋଜନା, ମମତା ଯୋଜନା,  ବିଏସକେଓ୍ୱାଇ , ଲକ୍ଷ୍ମୀ ଯୋଜନା ସମ୍ପର୍କରେ ପଚାରିଲେ। ପରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବା ପାଇଁ ଅନୁରୋଧ କରି ଶେଷ କଲେ ଉଦ୍‍ବୋଧନ। 

  • ବିଏସ୍‍କେେଓ୍ୱାଇ ଭଲ ହେଉଛି?
    ଲକ୍ଷ୍ମୀ ବସ୍‍ ଭଲ ହେଉଛି
    ପିଲାଙ୍କ ସ୍କଲାରଶିପ୍‍ ଭଲ ହେଉଛି?
    କାଳିଆ ଭଲ ହେଉଛି?
    ବିେରାଧୀ ଦଳ ମିଛ କଥା କହୁଛନ୍ତି। ବିରୋଧି ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ େମାତେ ଆଶୀର୍ବାଦ କରନ୍ତୁ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ କହିଲେ ମୁଖ୍ୟମନ୍ତ୍ରୀ।

  • କୋରାପୁଟର ଓଏମ୍‍ପି ପଡ଼ିଆରେ ଜନସାଧାରଣଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ। ସମସ୍ତ ପ୍ରାର୍ଥୀ ମଞ୍ଚରେ ଉପସ୍ଥିତ। 
    ଆପଣମାନେ ଏତେ ଖରାରେ ଆସିଛନ୍ତି ସେଥିଲାଗି ଧନ୍ୟବାଦ ଦେବା ସହ ଆପଣମାନେ ଭଲ ଅଛନ୍ତି କି ବୋଲି ପ୍ରଶ୍ନ ପଚାରିଲେ। 

  •  ମୁଖ୍ୟମନ୍ତ୍ରୀଙ୍କ ସଭାରେ ଉଦବୋଧନ ରଖୁଛନ୍ତି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା।  ୫-ଟି ମାଧ୍ୟମରେ ଓଡ଼ିଶା ବିକାଶର ସାରଥୀ ହୋଇଛନ୍ତି  ଭିକେ ପାଣ୍ଡିଆନ୍‍ ବୋଲି କହିଲେ କୌଶଲ୍ୟା। ବିଜୁ ଜନତା ଦଳ ଏକ ଦଳ ନୁହେଁ ଏହା ଏକ ସାମାଜିକ ଆନ୍ଦୋଳନ କହିବା ସହ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କୌଶଲ୍ୟା। ମିଶନ ଶକ୍ତି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୭୦ ଲକ୍ଷ ସଶକ୍ତ ହୋଇଛନ୍ତି। ମୁଁ କେବେ ଭାବିନଥିଲି ରାଜନୀତି କରିବି, କିନ୍ତୁ ତାହା ସମ୍ଭବ କରିଛନ୍ତି ନବୀନ ପଟ୍ଟନାୟକ।  

  • ଏଥର କୋରାପୁଟ ବିଧାନସଭା ଆସନରୁ ବିଜେଡି ପାଇଁ ରଘୁରାମ ପଡାଲ, ଜୟପୁରରୁ ଡ. ଇନ୍ଦିରା ନନ୍ଦ, ପଟାଙ୍ଗିରୁ ପ୍ରଫୁଲ୍ଲ ପାଙ୍ଗି, ଲକ୍ଷ୍ମୀପୁରରୁ ପ୍ରଭୁ ଜାନୀ, ରାୟଗଡ଼ାରୁ ଅନୁସୂୟା ମାଝି, ବିଷମ କଟକରୁ ଜଗନ୍ନାଥ ସାରକା ଏବଂ ଗୁଣୁପୁରରୁ ରଘୁନାଥ ଗମାଙ୍ଗ ପ୍ରାର୍ଥୀ ହୋଇଛନ୍ତି।

  • ଏଥର କୋରାପୁଟ ବିଧାନସଭା ଆସନରୁ ବିଜେଡି ପାଇଁ ରଘୁରାମ ପଡାଲ, ଜୟପୁରରୁ ଡ. ଇନ୍ଦିରା ନନ୍ଦ, ପଟାଙ୍ଗିରୁ ପ୍ରଫୁଲ୍ଲ ପାଙ୍ଗି, ଲକ୍ଷ୍ମୀପୁରରୁ ପ୍ରଭୁ ଜାନୀ, ରାୟଗଡ଼ାରୁ ଅନୁସୂୟା ମାଝି, ବିଷମ କଟକରୁ ଜଗନ୍ନାଥ ସାରକା ଏବଂ ଗୁଣୁପୁରରୁ ରଘୁନାଥ ଗମାଙ୍ଗ ପ୍ରାର୍ଥୀ ହୋଇଛନ୍ତି।

  • କୋରାପୁଟର ଓଏମ୍‍ପି ପଡ଼ିଆରେ ଆୟୋଜିତ ହୋଇଛି ବିଶାଳ ଜନସଭା। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ଦ୍ୱଇତୀୟ ଷତ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଛନ୍ତି।

  • କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଟି କୋରାପୁଟ ଜିଲ୍ଲାରେ ଆସୁଥିବା ବେଳେ ୩ଟି ରାୟଗଡ଼ା ଜିଲ୍ଲା ଅନ୍ତର୍ଭୁକ୍ତ। ୨୦୧୯ ନିର୍ବାଚନରେ ଏଠାରେ ବିଜେଡଇ ଓ ବିଜେପି ମଧ୍ୟରେ ଲଢ଼େଇ ହୋଇଥିଲା। ଦୁଇଟି ଆସନ କଂଗ୍ରେସ ଅକ୍ତିଆର କରିଥିବା ବେଳେ ୪ଟି ବିଧାନସଭା ଆସନ ବିଜେଡି କବଳରେ ରହିଥିଲା।  ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ।

  • କୋରାପୁଟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି କୌଶଲ୍ୟା ହିକକା। ୨୦୧୯ ମସିହାରେ ମାତ୍ର ୩୬୧୩ ଭୋଟ ବ୍ୟବଧାନରେ ଜିତିଥିଲେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲକା। ଏଥର ମଧ୍ୟ ଉଭୟ ପ୍ରାର୍ଥୀ ହୋଇଛନ୍ତି। ବିଜେପିର ପ୍ରାର୍ଥୀ ହୋଇଛନ୍ତି କାଳୀରାମ ମାଝି। ୨୦୧୪ ମସିହାରେ ଏଠାରୁ ବିଜେଡି ଟିକଟରେ ଝିନ ହିକକା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link