ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଆସନ୍ତାକାଲି ଅର୍ଥାତ ରବିବାର ଦିନ ନିଜ ମନ୍ତ୍ରିମଣ୍ଡଳର ନବକଳେବର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜି ଅର୍ଥାତ ଶନିବାର ଦିନର ବିଜେଡ଼ି ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବାବେଳେ, ଆସନ୍ତାକାଲି ଦିନ ୧୧ଟା ୪୫ମିନିଟରେ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଲୋକସେବା ଭବନରେ ନୂଆ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳ ଗଣେଷି ଲାଲ ଏହି ସମସ୍ତ ମନ୍ତ୍ରୀ ମାନଙ୍କୁ ଶପଥ କରାଇବେ । ଖବର ଅନୁଯାୟୀ ବିକ୍ରମ ଆରୁଖ ରାଜ୍ୟ ବିଧାନସଭାର ପରବର୍ତ୍ତୀ ବାଚସ୍ପତି ହୋଇପାରନ୍ତି ।


COMMERCIAL BREAK
SCROLL TO CONTINUE READING

କ୍ୟାବିନେଟ ମନ୍ତ୍ରୀ:


(୧) ନିରଞ୍ଜନ ପୂଜାରୀ
(୨) ରଣେନ୍ଦ୍ର ପ୍ରତାପ ସ୍ୱାଇଁ
(୩) ପ୍ରମିଳା ମଲ୍ଲିକ
(୪) ଉଷା ଦେବୀ 
(୫) ପ୍ରଫୁଲ୍ଲ କୁମାର ମଲ୍ଲିକ
(୬) ପ୍ରତାପ କେଶରୀ ଦେବ
(୭) ଅତନୁ ସବ୍ୟସାଚୀ ନାୟକ
(୮) ନବକିଶୋର ଦାସ
(୯) ଅଶୋକ ଚନ୍ଦ୍ର ପଣ୍ଡା 
(୧୦) ଟୁକୁନି ସାହୁ 
(୧୧)ରାଜେନ୍ଦ୍ର ଢୋଲକିଆ
(୧୨) ପ୍ରଦୀପ କୁମାର ଅମାତ
(୧୩) ଜଗନ୍ନାଥ ସାରକା


ରାଷ୍ଟ୍ରମନ୍ତ୍ରୀ:
(୧) ସମୀର ରଞ୍ଜନ ଦାସ
(୨) ଅଶ୍ୱନି କୁମାର ପାତ୍ର
(୩) ପ୍ରତାପ ରଞ୍ଜନ ଘଡେଇ
(୪) ଶ୍ରୀକାନ୍ତ ସାହୁ 
(୫) ତୁଷାର କାନ୍ତି ବେହେରା
(୬) ରୋହିତ ପୂଜାରୀ
(୭) ରିତା ସାହୁ 
(୮) ବାସନ୍ତୀ ହେମ୍ବ୍ରମ


ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂଆ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବା ପାଇଁ ଫୋନ୍ ମାଧ୍ୟମରେ କୁହାଯାଇଛି । ଯେଉଁ ବିଜେଡି ବିଧାୟକମାନଙ୍କୁ ମନ୍ତ୍ରୀ ପଦ ମିଳିବ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।


ଏହା ବି ପଢ଼ନ୍ତୁ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ବିରୋଧରେ ମାନହାନି ମକଦ୍ଦମା କରିବେ ଆସାମ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ ମାମଲା


ଏହା ବି ପଢ଼ନ୍ତୁ: Bank Jobs: ଅନେକ ପଦବୀରେ ନିଯୁକ୍ତି ଦେଉଛି ଏହି ବ୍ୟାଙ୍କ; ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ