ଭୁବନେଶ୍ୱର: ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହାୟକ କହି ଲୋକଙ୍କୁ ଠକୁଥିବା ଅଭିଯୋଗରେ ସନ୍ତୋଷ ମହୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଚାକିରି ଦେବା ନା କହି ସେ ଲୋକଙ୍କୁ ଲୁଟୁଥିଲେ । ଏନେଇ କଟକ ସାଇବର ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ତାହାର ତଦନ୍ତ କରି ସନ୍ତାଷଙ୍କୁ ବାଲେଶ୍ୱରରୁ ଗିରଫ କରିଛନ୍ତି ।
 
ପୂର୍ବତଟ ରେଳବାଇ ଓ ଇଣ୍ଡିଆନ୍‍ ଅଏଲ୍‍ କର୍ପୋରେସନ୍‍ରେ ଚାକିରି କରାଇଦେବା କହି ସେ ନିଜର ନେଟ୍‍ୱାର୍କ ବିସ୍ତାର କରିଥିଲେ । ଠକେଇର ଶିକାର ହୋଇଥିବା କିଛି ବ୍ୟକ୍ତି କଟକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମହୁରୀଙ୍କୁ ଗିରଫ କରିବା ସହ ତାଙ୍କଠାରୁ ନକଲି ପରିଚୟପତ୍ର, ବ୍ୟାଙ୍କ୍‍ ଆକାଉଣ୍ଟ ଓ ଅନ୍ୟ କିଛି ନଥି ଜବତ କରିଛି ।


COMMERCIAL BREAK
SCROLL TO CONTINUE READING