ଆମେ ସମସ୍ତେ ସକାଳୁ ଉଠିବା ମାତ୍ରେ ଭଗବାନ (God) ଙ୍କ ନିକଟରେ ପ୍ରାର୍ଥନା ପ୍ରାର୍ଥନା (Pray) କରୁ ଯେ ମୋ ପାଇଁ ଦିନଟି ଭଲ ଯାଉ । କିନ୍ତୁ ଆପଣଙ୍କ ଦିନ ସେତେବେଳେ ଭଲ ହେବ ଯେତେବେଳେ ଆପଣଙ୍କ ସକାଳର ଆରମ୍ଭ ସଠିକ୍ ଭାବରେ ହେବ । କିନ୍ତୁ ପ୍ରାୟତଃ କିଛି ଲୋକ ସକାଳୁ ଉଠିବା ମାତ୍ରେ କିଛି ଛୋଟ ଛୋଟ ଭୁଲ କରନ୍ତି, ଯେଉଁ କାରଣରୁ ଆମର ଦିନ ଖରାପ ହୋଇଯାଏ ଏବଂ ସେହି ସମୟରେ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏଠାରେ ଆମେ ଆପଣଙ୍କୁ ଏପରି ୭ଟି ଭୁଲ୍ ବିଷୟରେ କହୁଛୁ ଯାହା ସକାଳେ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।


COMMERCIAL BREAK
SCROLL TO CONTINUE READING

୧. ଧୂମପାନ (Smoking): ସକାଳେ ଉଠିବା ପରେ ତୁରନ୍ତ ଧୂମ୍ରପାନ କରିବା ଉଚିତ୍ ନୁହେଁ । ଖାଲି ପେଟରେ ସିଗାରେଟ୍ ଟାଣିବା ସାଧାରଣ ତୁଳନାରେ କର୍କଟ (Cancer) ରୋଗର ଆଶଙ୍କା ବୃଦ୍ଧି କରିଥାଏ ।


୨. ଜଳଖିଆ ନ ଖାଇବା (Breakfast): ସକାଳୁ ଉଠିବାର 1 ଘଣ୍ଟା ମଧ୍ୟରେ ଜଳଖିଆ ନ ଖାଇଲେ ଏସିଡିଟିର ସମସ୍ୟା ବଢ଼ିପାରେ । ଜଳଖିଆ ନ କରିବାରୁ ଶରୀରରେ ଶକ୍ତି ଅଭାବ ମଧ୍ୟ ଦେଖାଦିଏ, ଯାହା ଏକ ଦିନସାରା ଦୁର୍ବଳତା ଅନୁଭବ କରାଇଥାଏ ।


୩. କଫି ପିଇବା (Coffee): ସକାଳେ ଉଠିବା ମାତ୍ରେ କଫି ପିଇବା କାର୍ଟିସୋଲ ହରମୋନର ସ୍ତରକୁ ବୃଦ୍ଧି କରିଥାଏ | ଏହାଦ୍ୱାରା ଆପଣଙ୍କ ଷ୍ଟ୍ରେସ ବା ମାନସିକ ଚାପ ବଢ଼ିଥାଏ । ଯଦି ଆପଣଙ୍କୁ କଫି ପିଇବାକୁ ଇଚ୍ଛା, ତେବେ ହାଲୁକା କିଛି ଖାଇ ଏବଂ ପିଅନ୍ତୁ ।


୪. କିଛି ମସଲାଯୁକ୍ତ ଖାଦ୍ୟ (Spicy Food): ରାତିରେ ଆମ ପେଟ ଭିତରେ ଏସିଡ୍ ପରିମାଣ ବଢ଼ିଯାଏ, ତେଣୁ ସକାଳେ ତେଲ ମସଲା ସହିତ ଜଳଖିଆ ଖାଇବା ଦ୍ୱାରା ଇନଡାଇଜେଶନ ସମସ୍ୟା ସୃଷ୍ଟି ହୋଇପାରେ ।


୫. ପାଣି ନ ପିଇବା (Water): ସକାଳୁ ଉଠିବା ମାତ୍ରେ ଅତି କମରେ ଏକ ଗ୍ଲାସ୍ ପାଣି ନ ପିଇଲେ, ଶରୀରର ବର୍ଜ୍ୟବସ୍ତୁ ସଠିକ୍ ଭାବରେ ବାହାରକୁ ଆସେ ନାହିଁ । ଏହା ଡିହାଇଡ୍ରେସନ୍, କିଡନୀ ଏବଂ ଯକୃତ ସମସ୍ୟା ସୃଷ୍ଟି କରିପାରେ ।


ଏହା ବି ପଢ଼ନ୍ତୁ:-ସତ ହେବାରେ ଲାଗିଛି ବାବା ଭେଙ୍ଗାଙ୍କ ଭୟାନକ ଭବିଷ୍ୟବାଣୀ, ତେବେ କ'ଣ ଖୁବ୍ ଶୀଘ୍ର ଧ୍ୱଂସ ହୋଇଯିବ ଦୁନିଆ?


ଏହା ବି ପଢ଼ନ୍ତୁ:-ଆଉ ଏହିପରି ଭାବରେ ପିଏମ ମୋଦି ପୂରଣ କଲେ 'ଦିଦି'ଙ୍କ ଦାବି


ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଏହି ରାଜ୍ୟ ସରକାର କଲେ ବଡ଼ ଘୋଷଣା


 


୬. ବ୍ୟାୟାମ ନ କରିବା (Exercise): ସକାଳେ ବ୍ୟାୟାମ ନକରିବା କାରଣରୁ ଶରୀର ଫିଟ୍ ରୁହେ ନାହିଁ । ଏହା ମେଦବହୁଳତା, ଇନଡାଇଜେଶନ, ଅମ୍ଳତା ଏବଂ କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି କରେ ।


୭. ମଦ୍ୟପାନ (Drink): ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ମଦ୍ୟପାନ କରିବା ଦ୍ୱାରା ଯକୃତ ନଷ୍ଟ ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଯାଏ ।