Shani-Shukra Yuti 2024: ଶନିଦେବତାଙ୍କୁ (Shani dev) ନ୍ୟାୟର ଦେବତା କୁହାଯାଏ। ଶନିଦେବ ପ୍ରତ୍ୟେକ ମଣିଷକୁ ତାର କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ବର୍ଷ ୨୦୨୪  ଅର୍ଥାତ୍ ଏହି ବର୍ଷ କୁମ୍ଭ ରାଶିରେ ରହିବେ। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଶୁକ୍ର କୁମ୍ଭ ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ଦୁଇଟି ଗ୍ରହଙ୍କ ମିଳନ ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି । ଅର୍ଥାତ୍ ଶନି-ଶୁକ୍ର ଦିର୍ଘ ୩୦ ବର୍ଷ ପରେ ଗୋଟିଏ ରାଶିରେ ମିଳନ ହେବେ। ତେବେ, ଶନି-ଶୁକ୍ରଙ୍କ ଏହି ମିଳନ ଦୁର୍ଲଭ ସଂଯୋଗ ବା ଶନି ଶୁକ୍ର ୟୁତି ଯୋଗ ସୃଷ୍ଟି କରୁଛି । ଏହି କାରଣରୁ ତିନି ରାଶିର ଲୋକେ ଶୁଭଫଳ ପାଇବେ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ : Today Horoscope: କର୍କଟ ସହ ଏହି ୩ ରାଶି ପାଇଁ ମାଡ଼ି ଆସିବ ବିପଦ! ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?


ଧନୀ ହେବେ ଏହି ତିନି ରାଶି:


ମିଥୁନ: ଶନି-ଶୁକ୍ରଙ୍କ ଏହି ମିଳନ ମିଥୁନ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହେବ। ବିଭିନ୍ନ କ୍ଷେତ୍ରରେ ଏହି ରାଶିର ଲୋକେ ସଫଳତା ପାଇବେ। ଯଦି ଆପଣ, ଏହି ଅବଧି ମଧ୍ୟରେ କୌଣସି ଯୋଜନା କାର୍ଯ୍ୟକାରୀ କରନ୍ତି ସେଥିରୁ ଅଧିକ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି । ବ୍ୟବସାୟରେ ଅଟିକି ଥିବା ଟଙ୍କା ଆପଣଙ୍କୁ ମିଳିବ। ବିଦେଶ ଭ୍ରମଣ କରିପାରିବେ। ନିଜ ସନ୍ତାନଙ୍କ ଠାରୁ ଭଲ ଖବର ପାଇଁ ମନ ପ୍ରଫୁଲ୍ଲିତ ହେବ। ସନ୍ତାନ ପ୍ରାପ୍ତିର ଖବର ବି ପାଇ ପାରନ୍ତି। ବ୍ୟବସାୟୀଙ୍କ ପାଇଁ ସମୟ ବହୁତ ଭଲ ରହିଛି। କ୍ୟାରିୟର ସହିତ ଜଡି଼ତ କିଛି ଭଲ ଖବର ପାଇପାରନ୍ତି। 



କୁମ୍ଭ:  ଶନି ଓ ଶୁକ୍ରଙ୍କ କୃପା ଏହି ରାଶିର ଲୋକଙ୍କ ଉପରେ ରହିବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ହେବ। ଏହି ଲୋକମାନଙ୍କର ପୁରୁଣା ସମସ୍ୟା ଶେଷ ହେବ । ପ୍ରଗତିର ରାସ୍ତା ଖୋଲିବ । ଆପଣଙ୍କର ଜୀବନରେ ଧନ, ସମୃଦ୍ଧତା ଏବଂ ସୁଖ ଆସିବ । ଆପଣଙ୍କର ପ୍ରେମ ଜୀବନ ଭଲ ହେବ । ଅଟକି ଥିବା ଟଙ୍କା ମିଳିବ । ଚାକିରିରେ ଅଗ୍ରଗତି ହେବ । ଏବଂ ବିଶେଷ କରି ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଶୁଭ ଫଳ ମିଳିବ। ଆଶାୟୀଙ୍କୁ ସରକାରୀ ଚିକିରି ମିଳିବାର ସମ୍ଭାବନା ରହିଛି। ଅବିବାହିତଙ୍କ ପାଇଁ ବିବାହ ଠିକ୍ ହୋଇପାରେ। ଏହି ଅବଧି ମଧ୍ୟରେ  ଆପଣ ନୂଆ ଜମି ଓ ଗାଡି କିଣି ପାରନ୍ତି। 


ତୁଳା : ଶନି-ଶୁକ୍ରଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। କ୍ୟାରିୟରରେ ଅଗ୍ରଗତି ହେବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଅନ୍ୟପକ୍ଷରେ ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କୁ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ।  ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି। ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। ଆର୍ଥିକ ସମସ୍ୟା ଦୂର ହେବ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)