ଜଗଦୀଶ୍ ବାରିକ୍, Alone Time Benefits: ମନୁଷ୍ୟ ଏହି ଦୁନିଆର ସମସ୍ତଙ୍କୁ ସମୟ ଦେଇଥାଏ । ସେ ଅଫିସରେ ସମୟ ଦେଇଥାଏ, ପରିବାରକୁ ସମୟ ଦେଇଥାଏ, ସାଙ୍ଗମାନଙ୍କୁ ସମୟ ଦେଇଥାଏ ଓ ପୂଜା ପାଠ ପାଇଁ ମଧ୍ୟ ସମୟ ଦେଇଥାଏ । କିନ୍ତୁ ଏହା ସବୁ ମଧ୍ୟରେ ସେ ନିଜେ ନିଜକୁ ସମୟ ଦେବାକୁ ଭୁଲିଯାଇଥାଏ । ନିଜକୁ ସମୟ ଦେବା ସବୁଠୁ ଅଧିକ ଜରୁରୀ । ବାସ୍ତବରେ ନିଜ ସହିତ କେବଳ ସମୟ ବିତାଇବାକୁ Alone Time କୁହାଯାଏ । ଏହି ସମୟ ମଧ୍ୟରେ ଆପଣ ଏକାକୀ ଥାନ୍ତି ଓ କେବଳ ଆପଣଙ୍କ ସହ ଜଡିତ ବିଷୟ ଉପରେ ଚିନ୍ତା କରିଥାନ୍ତି କିମ୍ବା ଆପଣଙ୍କ ନିଜ ଖୁସି ପାଇଁ କିଛି କରିଥାନ୍ତି । ତେବେ ଆମେ ଏକାକୀ ସମୟ ବିତାଇବାର ଅର୍ଥ ଜାଣିଗଲେ । ବର୍ତ୍ତମାନ ଜଣାନ୍ତୁ ଏହା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ।


COMMERCIAL BREAK
SCROLL TO CONTINUE READING

ଏକାକୀ ସମୟ ବିତାଇବାର ଲାଭ (Benefits of Alone Time)


  • Alone Time ବିତାଇବାର ସବୁଠାରୁ ବଡ ଓ ପ୍ରଥମ ଲାଭ ହେଉଛି ଏହି ସମୟ ମଧ୍ୟରେ ଆମେ ନିଜେ ନିଜକୁ ଜାଣିବା ପାଇଁ ସମୟ ପାଇଥାଉ । ବାସ୍ତବରେ ଯେତେବେଳେ ଜଣେ ବ୍ୟକ୍ତି କେବଳ ନିଜ ବିଷୟରେ ଚିନ୍ତା କରେ ସେତେବେଳେ ସେ ନିଜର ଇଚ୍ଛା, ଆଶା, ବ୍ୟକ୍ତିତ୍ୱ ଓ ଲକ୍ଷ୍ୟ ବିଷୟରେ ଏକ ସ୍ପଷ୍ଟ ବୁଝାମଣା ବିକାଶ କରିବାରେ ସକ୍ଷମ ହୁଏ । ସେ ଜାଣିବାକୁ ପାଇଥାଏ ଯେ ନିଜ ଜୀବନର ପ୍ରକୃତ ଅର୍ଥ କ’ଣ ଓ ଏହି ପ୍ରଶ୍ନ ସବୁଠୁ ବଡ଼ । ଯାହା ଜାଣିବା ପାଇଁ ଅନେକ ବର୍ଷର ପରିପକ୍ୱତା ଲାଗିଥାଏ ।

  • ଯେତେବେଳେ ଆପଣ ଏକାକୀ ସମୟ ବିତାନ୍ତି ସେତେବେଳେ ପ୍ରାୟତଃ ଆପଣ ଏକ ସୃଜନଶୀଳ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତି ଯାହା ଆପଣଙ୍କର ହବି ଅଟେ । ଏହା ମାଧ୍ୟମରେ ଆପଣ ସେହି ସମସ୍ତ ଭାବନା, ଚିନ୍ତାଧାରା ଓ ଆକ୍ରୋଶକୁ ହଟାଇବାକୁ ଚେଷ୍ଟା କରଥାନ୍ତି, ଯାହାକୁ ଆପଣ କାହାକୁ କହିପାରିବେ ନାହିଁ । ଯେଉଁମାନେ ଏକାକୀ ଅଧିକ ସମୟ ବିତାଇଥାନ୍ତି ସେମାନେ ସୃଜନଶୀଳ କିମ୍ବା କିଛି ନୂଆ କରି ଦେଖାଇବାର ସମ୍ଭାବନା ଅଧିକ ।

  • Alone Time ଅତିବାହିତ କରି ଆପଣ ନିଜର ଆବଶ୍ୟକତା ଓ ନିଷ୍ପତ୍ତି ବିଷୟରେ ଏକ ଉତ୍ତମ ବୁଝାମଣା କରିବାରେ ସକ୍ଷମ ହୋଇ ପରିଥାନ୍ତି । ଆପଣ ଏହା ଭାବିବାରେ ସକ୍ଷମ ହୋଇଯାନ୍ତି ଯେ ଆପଣ କେଉଁ ନିଷ୍ପତ୍ତିକୁ ନିଜର ଖୁସି ପାଇଁ ନେଉଛନ୍ତି କିମ୍ବା ଏହା ପଛରେ ଅନ୍ୟକାହାର ଖୁସି ସାମିଲ ରହିଛି ।

  • ମଣିଷକୁ ପଶୁଠାରୁ ଭିନ୍ନ କରୁଥିବା ଜିନିଷ ହେଉଛି ତାର ମସ୍ତିଷ୍କ କିମ୍ବା ମାନସିକ ଶକ୍ତି । ଯେତେବେଳେ ଆପଣ ଏକାକୀ ସମୟ ବିତାଇଥାନ୍ତି ସେତେବେଳେ ସେହି ସମସ୍ତ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି ଯାହା ଆପଣଙ୍କୁ ଖୁସି ଦିଏ । ଏହା ବ୍ୟତୀତ ଆପଣ ଏହି ସମୟ ମଧ୍ୟରେ ଆଧ୍ୟାତ୍ମିକତା ଓ ଧ୍ୟାନର ସାହାଯ୍ୟ ମଧ୍ୟ ନେଇପାରିବେ । ମୋଟ ଉପରେ କହିବାକୁ ଗଲେ ଏହି ସବୁ ଜିନିଷ ଆପଣଙ୍କୁ ମାନସିକ ସୁଖ ଦେଇ ଆପଣଙ୍କୁ ଅଧିକ ଶକ୍ତିଶାଳୀ କରିଥାଏ । ଯେଉଁ କାରଣରୁ ଆପଣ ଚାପ, ଉଦାସୀନତା ଭଳି ମାନସିକ ସମସ୍ୟାରୁ ଦୂରରେ ରୁହନ୍ତି ଓ ଏକ ସୁସ୍ଥ ଜୀବନଯାପନ କରିପାରନ୍ତି ।

  • ଯଦି ଆପଣଙ୍କର ଚାପ ଓ ମାନସିକ ଚିନ୍ତା କମ୍ ହେବ ତେବେ ଆଚରଣ ମଧ୍ୟ ଭଲ ହେବ । ଜଣେ ବ୍ୟକ୍ତି ଯାହାର ଆଚରଣ ଭଲ, ସେ ଲୋକଙ୍କ ସହିତ ନିଜର ସମ୍ପର୍କକୁ ମଜବୁତ କରିବାରେ ସକ୍ଷମ । ସେତେବଳେ ଯାଇ ଆପଣ ଦୃଢ଼ ଆତ୍ମବିଶ୍ୱାସର ବ୍ୟକ୍ତି ହୋଇପାରିବ । ଯାହା ଆପଣଙ୍କ ସମ୍ପର୍କରେ ମଧ୍ୟ ନଜର ଆସିବ ।


ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଆମେ ଏହାକୁ ନିଶ୍ଚିତ କରି ନ ଥାଉ ।