Budh Gochar Niti: ପ୍ରତିଟି ମଣିଷର ଭାଗ୍ୟ ଓ ଭବିଷ୍ୟତ ଉପରେ ଖୁବ୍ ଭରଷା ରହିଥାଏ। ସେଥିଯୋଗୁଁ ଯେକୌଣସି ଗ୍ରହର ରାଶିର ପରିବର୍ତ୍ତନକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରନ୍ତି । ଗ୍ରହଙ୍କ ଗୋଚର ସବୁ ରାଶିର ଜୀବନ ଉପରେ ପ୍ରଭାବ ପକାଇଥାଏ। କାହା ପାଇଁ କୌଣସି ଗ୍ରହର ଗୋଚର କାହା ପାଇଁ ସମସ୍ୟା ଓ ଦୁଃଖ ଆଣିଥାଏ ତ ଆଉ କେଉଁ ରାଶିରେ ଗ୍ରହର ଗୋଚର କାହାପାଇଁ ଧନବାନ ଓ ଲାଭଦାୟକ ହୋଇଥାଏ। ତେବେ ଆଜିଠାରୁ ହେଉଥିବା ବୁଧ ଗୋଚର କେଉଁ ରାଶି ଉପରେ ଭଲ ପ୍ରଭାବ ପକାଇବ ଓ କେଉଁ ରାଶି ପାଇଁ ଖରାପ ପ୍ରଭାବ ଆସନ୍ତୁ ଜାଣିବା ।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ଡିସେମ୍ବର ମାସରେ ବୁଧ ଗ୍ରହ ବିଭିନ୍ନ ସମୟରେ ରାଶି ପରିବର୍ତ୍ତନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ତର୍କ କ୍ଷମତା, ଗଣିତ, ଚତୁରତା , ସମ୍ବାଦ ଓ ସଞ୍ଚାରର କାରକ ଗ୍ରହ ବୋଲି ବିବେଚନା କରାଯାଏ। ବୁଧଙ୍କୁ ଗ୍ରହଙ୍କ ଯୁବରାଜ ବୋଲି ବିବେଚନା କରାଯାଏ ସେଥିପାଇଁ ରାଶିରେ ବୁଧ ଗ୍ରହଙ୍କ ଗୋଚରକୁ ବହୁତ ମାନ୍ୟତା ଦିଆଯାଏ। 


Also Read: 2023 Januray Festival: ନୂଆବର୍ଷ ପ୍ରଥମ ମାସରେ କେବେ କେଉଁ ପର୍ବ, ଜାଣନ୍ତୁ ତାଲିକା


ବୃଷ ରାଶି: (Taurus)ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୁଧ ଗୋଚର ବୃଷରାଶିଙ୍କ ପାଇଁ ବିଶେଷ ରୂପରେ ଲାଭଦାୟୀ ହୋଇଥାଏ। ଏହି ସମୟରେ ଏମାନଙ୍କୁ ଧନପ୍ରାପ୍ତି ହୋଇଥାଏ। ଅପ୍ରତ୍ୟାଶିତ ଭାବେ ଅର୍ଥ ଲାଭ ହେବ । ବୈବାହିକ ଜୀବନ ସୁଖଦାୟକ ହେବ। ଏହି ରାଶିର ଲୋକଙ୍କ ପାରିବାରିକ ଜୀବନ ଭଲ ରହିବ। ପରିବାରରେ ସୁଖର ବାତାବରଣ ରହିବ। ଆପଣଙ୍କ ବାଣୀ ବା କଥା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ । ସରକାରୀ କ୍ଷେତ୍ରରେ ଚାକିରୀ କରିଥିବା ଲୋକଙ୍କୁ ମଧ୍ୟ ଅନେକ ସଫଳତା ମିଳିବ। ଏହି ସମୟରେ ବିବାହ ପାଇଁ ଉପଯୋଗୀ ସମୟ ମଧ୍ୟ ରହିଛି ଏହାବାଦ୍ ଏହି ସମୟରେ ଏହି ରାଶିର ବ୍ୟକ୍ତିତ୍ୱ ମାନେ ଧନବାନ ହେବାର ସୌଭାଗ୍ୟ ଅର୍ଜିପାରିବେ। 


ମିଥୁନ ରାଶି - (Gemini) ଏହି ରାଶିର ବ୍ୟକ୍ତିତ୍ୱ ମାନଙ୍କୁ ବୁଧ ଗୋଚର ସମୟରେ ସକରାତ୍ମକ ଫାଇଦା ମିଳିବ। ଏହି ଅବସରରେ ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଅନେକ ଲାଭ ମିଳିବ। ବ୍ୟବସାୟରେ ଅନେକ ସଫଳତା ମିଳିବ। ଏହି ସମୟରେ ଅଟକି ରହିଥିବା ଅର୍ଥ ଫେରି ଆସିବାର ସମ୍ଭାବନା ରହିଛି। ସବୁ କ୍ଷେତ୍ରରେ ଉନ୍ନତି ମଧ୍ୟ ଘଟିବ।


Also Read: Women's Health: କର୍ମଜୀବୀ ମହିଳା ଦୈନିକ କରନ୍ତୁ ଏହି ରସ ସେବନ, ଯିବାକୁ ପଡିବନି ପାର୍ଲର ସପ୍ତାହକ ମଧ୍ୟରେ ପାଇବେ ରେଜଲ୍ଟ !


କର୍କଟ ରାଶି- (Cancer)ବୁଧ ଗ୍ରହଙ୍କ ଧନୁ ରାଶିରେ ପ୍ରବେଶ କର୍କଟ ରାଶି ଉପରେ ବିଶେଷ ଫାଇଦା ଆଣିଦେବ। ସେହିପରି ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। କ୍ୟାରିୟରରେ ଉନ୍ନତି ଘଟିବାର ସମ୍ଭାବନା ରହିଛି । ବୁଧ ଗୋଚର ଧନପ୍ରାପ୍ତି କରାଇବ। କ୍ୟାରିୟରରେ ଖୁବ ସଫଳତା ମଧ୍ୟ ଦେବ। ଏହି ସମୟରେ ଜୀବନରେ ବହୁତ ଖୁସିରେ ରହିବେ। ବିବାହ କରିବାକୁ ଯାଉଥିବା ଦମ୍ପତ୍ତିଙ୍କ ପାଇଁ ଏକା ଶୁଭ ମୁହୂର୍ତ୍ତ। ସନ୍ତାନ ପ୍ରାପ୍ତିର ସୁଖ ଯୋଗ ମଧ୍ୟ ରହିଛି। ଏହି ସମୟରେ ନିଜର ଯୋଜନାକୁ ଲୁଚେଇ କାମ କରିବା ଦ୍ୱାରା ଲାଭବାନ ହେବେ।


ସିଂହରାଶି- (Leo) ଏହି ରାଶିର ବ୍ୟକ୍ତିତ୍ୱଙ୍କ ପାଇଁ ଏହି ସମୟ ଖୁବ ଶୁଭ ରହିବ। ଏହି ସମୟରେ କ୍ୟାରିୟରରେ ଅନେକ ଉନ୍ନତି ହେବ । ଏହି ସମୟରେ ଆପଣ ଭଲ ପ୍ରଦର୍ଶନ କରିପାରିବେ । ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ନେଇ ବଡ଼ ଖୁସିଖବର ମିଳିପାରେ । ଲଭ ଲାଇଫ ଭଲ ରହିବ । ନିବେଶ କରିଥିବା ପୁରୁଣା କାମରେ ଲାଭବାନ ହେବେ।