Mercury Combust Effects 2024:  ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ମାନଙ୍କ ରାଜକୁମାର ବୁଧଙ୍କୁ ବକ୍ତବ୍ୟ, ବୁଦ୍ଧି, ଧନ ଓ ବ୍ୟବସାୟର କାରକ ବୋଲି କୁହାଯାଏ। ଜାତକରେ ବୁଧଙ୍କର ସ୍ଥିତି ବ୍ୟକ୍ତିଙ୍କୁ ବିଶେଷକରି ବ୍ୟବସାୟ ,ଚାକିରିରେ ସଫଳତା ପ୍ରଦାନ କରିଥାଏ । ଯଦି ଜାତକରେ ବୁଧଙ୍କ ସ୍ଥିତି ଦୁର୍ବଳ ତେବେ, ଆପଣଙ୍କୁ ଏସବୁ କ୍ଷେତ୍ରରେ ଅଫଳତାର ସାମ୍ନା କରିବାକୁ ପଡ଼ିପାର। ଏହି କ୍ରମରେ ବୁଧ ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାକାଲି (ଗୁରୁବାର) ସକାଳ ୬ଟା ୫୦ ମିନିଟ୍ ସମୟରେ ସେହି ରାଶିରେ ଅସ୍ତ ହେବେ। ବୁଧଙ୍କ ଅସ୍ତ ହେବା କିଛି ରାଶି ପାଇଁ ବଡ଼ ବିପଦ ଆଣିପାରେ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ସାବଧାନ୍ ରହିବା ଉଚିତ୍।...


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ବୁଧବାର, ଜାଣନ୍ତୁ ଆଜିର ରାଶିଫଳ


ସାବଧାନ୍ ରୁହନ୍ତୁ ଏହି ସବୁ ରାଶି :


ମେଷ:  ବୁଧଙ୍କ ଅସ୍ତ ହେବା ଏହି ରାଶିକୁ ଅଶୁଭ ଫଳ ପ୍ରଦାନ କରିବ। ବିଶେଷ କରି କ୍ୟାରିୟରରେ ସମସ୍ୟା ସୃଷ୍ଟି ହୋଇପାରେ। ଯଦି ଆପଣ ଚାକିରି କରୁଛନ୍ତି । ତେବେ, ନିଜ ସହକର୍ମୀଙ୍କ ସହ ଜଗିରଖି ଚଳନ୍ତୁ । ଏବଂ କିଛି ନିସ୍ପତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ । ବ୍ୟବସାୟୀମାନଙ୍କ ପାଇଁ ସମୟ ଆଦୈ ଭଲ ନାହିଁ। ତେଣୁ, ଆପଣ ଏହି ସମୟରେ କୌଣସି ବି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ଏପିରିକି କୌଣସି ସ୍ଥାନରେ ଅର୍ଥ ବିନିଯୋଗ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ।


ମିଥୁନ: ଏହି ରାଶିର ବ୍ୟକ୍ତିଙ୍କୁ ମଧ୍ୟ ଚଳିତ ମାସ ଆରମ୍ଭରୁ ଜଗିରଖି ଚଳିବାକୁ ପଡିବ। ମନ ଭାରାକ୍ରାନ୍ତ ରହିବ। କାର୍ଯ୍ୟାଳୟରେ ଅଧିକ ଚାପ ଯୋଗୁଁ ପରିବାରରେ ସମସ୍ୟା ସୃଷ୍ଟି ହେବ। ଆତ୍ମବିଶ୍ବାସ କମିବ। ଆୟ ଠାରୁ ବ୍ୟୟ ଅଧିକ ରହିବ। କ୍ୟାରିୟରକୁ ନେଇ ଦ୍ବନ୍ଦରେ ରହିବେ। ବ୍ୟବସାୟରେ କ୍ଷତି ସହିବେ। ସ୍ବାସ୍ଥ୍ୟବସ୍ଥାରେ ବି ସମସ୍ୟା ଦେଖାଦେବ।


କନ୍ୟା: ବୁଧଙ୍କ ଅସ୍ତ ହେବା ଏହି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। କାର୍ଯ୍ୟାଳୟରେ ଆପଣଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ନା କରିବାକୁ ପଡିପାରେ।  ହେବାକୁ ଥିବା ପଦୋନ୍ନତି ବି ଅଟକିପାରେ। ପରିବାରରେ ପତି -ପତ୍ନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ସହ ପ୍ରେମ ବ୍ୟାପରରେ ମଧ୍ୟ ମତଭେଦ ସୃଷ୍ଟି ହେବ। କେବଳ ସେତିକି ନୁହେଁ ଆର୍ଥିକ ପରିସ୍ଥିତି ବି ଜଟିଳ ହେବ।


ବିଛା: ବୁଧଙ୍କ ଅସ୍ତ ହେବା ଏହି ରାଶି ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ। ବିଶେଷକରି କାର୍ଯ୍ୟାଳୟରେ ଆପଣଙ୍କୁ ବିଭିନ୍ନ ଚ୍ୟାଲେଜିଂ ଟାକ୍ସ ମିଳିପାରେ। ଛୋଟ ଛୋଟ କଥାରେ ସହକର୍ମୀଙ୍କ ସହ ବିବାଦ ଦେଖାଦେଇପାରେ। ଯାହାକୁ ନେଇ ଆପଣ ଆଇନର ଜାଲରେ ବି ଫସିପାରନ୍ତି। ନିଜ ସହକର୍ମୀଙ୍କ ସହ ଜଗିରଖି କଥାବାର୍ତ୍ତା କରନ୍ତୁ। କାର୍ଯ୍ୟାଳୟରେ କାର୍ଯ୍ୟ ଚାପ ଅଧିକ ରହିବ। ତେଣୁ ତରବରିଆ ହୋଇ କୌଣସି ନିସ୍ପତି ନିଅନ୍ତୁ ନାହିଁ। ବ୍ୟବସାୟୀଙ୍କ ପାଇଁ ସମୟ ଆଦୌ ଭଲ ନାହିଁ। 


ଧନୁ: ବୁଧଙ୍କ ଅସ୍ତ ଆପଣଙ୍କ ପାଇଁ ଶୁଭ ହେବ ନାହିଁ । ଏହି ସମୟରେ ଆପଣଙ୍କ ଜୀବନରେ ଅନେକ ପ୍ରକାରର ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ । ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି । ବ୍ୟବସାୟ ଏବଂ କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ । ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରନ୍ତୁ । ଏହି ସମୟରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ ନଚେତ୍ ଆପଣ କ୍ଷତି ସହିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ମାନସିକ ଚାପ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ଚିନ୍ତାରୁ ମୁକ୍ତି ରହିବା ପାଇଁ ଯୋଗ ଏବଂ ଧ୍ୟାନ କରନ୍ତୁ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)