Budh Shukr Gochar March 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (Shukra Gochar 2023) କରିଥାଆନ୍ତି । ଶୁକ୍ର (venus)ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ ।  ଏ-ହି କ୍ରମରେ ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚ ୩ ତାରିଖରେ ସକାଳ ୫ଟା ୪୫ ମିନିଟ୍ ସମୟରେ ଶୁକ୍ର ମେଷ ରାଶି ଛାଡି଼ ମିଥୁନ ରାଶିକୁ ଚଳନ କରିବେ। କେବଳ ସେତିକି ନୁହେଁ, ଗ୍ରହମାନଙ୍କ ରାଜକୁମାର ବୁଧ ମଧ୍ୟ ସେହି ଦିନ ସେହି (ମିଥୁନ)ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ଦୁଇ ଗ୍ରହକଙ୍କ ଚଳନ କିଛି ରାଶିକୁ ଭାଗ୍ୟଶାଳି କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ... 


COMMERCIAL BREAK
SCROLL TO CONTINUE READING

ମିଥୁନ ରାଶି: ବୁଧ-ଶୁକ୍ରଙ୍କ କୃପା ଏହି ରାଶି ଉପରେ ରହିବ। ଫଳରେ ଆସନ୍ତାମାସରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଯେଉଁମାନେ ବ୍ୟବସାୟ କରୁଛନ୍ତି, ସେମାନେ ସେମାନଙ୍କର ବ୍ୟବସାୟରେ ଦ୍ୱିଗୁଣ ଲାଭ ପାଇପାରିବେ । ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମିଥୁନ ରାଶିର ଅଷ୍ଟମ ଘରେ ବୁଧ ଏବଂ ଶୁକ୍ରଙ୍କ ଚଳନ ହେତୁ ସାମଗ୍ରୀକ ସୁଖ ବୃଦ୍ଧି ପାଇବ । ଏକ ନୂତନ ଯାନ କିଣିପାରନ୍ତି। 


ସିଂହ ରାଶି: ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି ରାଶିର ବ୍ୟକ୍ତି ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। ବୁଧ ଏବଂ ଶୁକ୍ରର ରାଶି ଚିହ୍ନରେ ପରିବର୍ତ୍ତନ ହେତୁ ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ୟା ଦୂରେଇ ଯିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଯିବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଆପଣ ନିଜ ପରିବାର ସହିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। 


କନ୍ୟା ରାଶି: ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଦେବ। ଯେଉଁମାନେ ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆୟର ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହେବ ।


ବିଛା ରାଶି: ବୁଧ-ଶୁକ୍ର ରାଶି ପରିବର୍ତ୍ତନ ହେତୁ ଏହି ବିଛା ରାଶି ବ୍ୟକ୍ତିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ବେକାରୀ ମାନେ ଚାକିରି ପାଇବେ।  କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବୈବାହିକ ଜୀବନ ସୁଖମୟ ହେବ। ପରିବାର ଲୋକେ ପ୍ରତ୍ୟକ କାର୍ଯ୍ୟରେ ଆପଣଙ୍କୁ ସମର୍ଥନ କରିବେ। 


ତୁଳା ରାଶି: ବୁଧ ଏବଂ ଶୁକ୍ରଙ୍କ ରାଶି ପରିବର୍ତ୍ତନ ତୁଳା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ।  ଯେଉଁମାନେ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ଅଟେ। କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ରାଜନୀତି ସହ ଜଡିତ କିମ୍ବା ଯୋଗଦେବାକୁ ଚାହୁଁଛନ୍ତି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ବର୍ଷ ଶେଷ ସୁଦ୍ଧା ଜମି କିମ୍ବା ଜାଗା କିଣିବା ନେଇ ଯୋଗ ରହିଛି । ମନ ପ୍ରସନ୍ନ ରହିବ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)