Grah Gochar March 2024: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଚଳିତ ମାସ ( ମାର୍ଚ୍ଚ)ରେ ଅନେକ ଗ୍ରହ ସେମାନଙ୍କର ମୂଳ ରାଶି ଓ ନକ୍ଷେତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାର ପ୍ରଭାବ ୧୨ଟି ରାଶି ଉପରେ ପଡି଼ବ। ମାର୍ଚ୍ଚ ୪ ତାରିଖରେ କେତୁ ହସ୍ତା ନକ୍ଷେତ୍ରେ ( Hasta Nakshatra)ରେ ପ୍ରବେଶ କରିବାକୁ ଥିବା ବେଳେ ଚଳିତ ମାସ ୭ ତାରିଖରେ ବୁଧଙ୍କ ଗୋଚର କନ୍ୟା ରାଶିରେ ହେବ। ମାର୍ଚ୍ଚ ୧୪ରେ ସୂର୍ଯ୍ୟଙ୍କ ଗୋଚର , ୧୮ ତାରିଖରେ କୁମ୍ଭ ରାଶିରେ ଶନି ଉଦୟ ହେବେ। ଏହା ସହିତ ଚଳିତ ମାସ ୨୫ ତାରିଖରେ ମଙ୍ଗଳଙ୍କ ଗୋଚର ବି ହେବାକୁ ଯାଉଛି। ତେବେ, ଏହି ଗୋଚର ୬ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ।  ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡି଼କ ବିଷୟରେ...


COMMERCIAL BREAK
SCROLL TO CONTINUE READING

ମାଲେମାଲ୍ ହେବେ ଏହି ସବୁ ରାଶି:


ବୃଷ:  ମାର୍ଚ୍ଚ ମାସ ଆରମ୍ଭରୁ ଏହି ରାଶିର ଲୋକେ ବେଶ୍ ଲାଭାବନ୍ ହେବେ।  ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ବିଶେଷ କରି ଚାକିରି କରୁଥିବା ଲୋକେ ଏହି ସମୟରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଦିର୍ଘ ଦିନ ଧରି ଚାକିରି ଆଶାରେ ଥିବା ଲୋକଙ୍କୁ ଶୁଭ ଖବର ମିଳିବ। ଆର୍ଥିକ ସ୍ଥିତି ପୂର୍ବଅପେକ୍ଷା ମଜବୁତ୍ ହେବ। ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବା। 


କର୍କଟ:  ମାସ ଆରମ୍ଭରୁ ବିଦେଶ ଯାତ୍ରାର ଯୋଗ ରହିଛି । ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଆକସ୍ମିକ ଧନ ଲାଭର ଯୋଗ ରହିଛି। ପ୍ରେମ ଜୀବନରେ ମଧୁରତା ଆସିବ। ଏବଂ ଦିର୍ଘ ଦିନ ଧରି ପ୍ରେମ କରୁଥିବା ଲୋକଙ୍କୁ ଆପଣ ବିବାହ ବି କରିପାରନ୍ତି। 


ସିଂହ: ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଖାସ୍ ରହିପାର ମାର୍ଚ୍ଚ ମାସ। କୋର୍ଟ କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି । ଏହି ମାସରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। 


କନ୍ୟା: ଏହି ମାସ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତି ବେଶ ମଜବୁତ୍ ରହିବ। ବିଳାସ ପୂର୍ଣ୍ଣ ଜୀବନ ଯାପନ କରିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଦିର୍ଘ ଦିନର ଆଶା ପୂରଣ ହେବ।


ବିଛା: ଏହି ମାସ ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ।  ପୁରୁଣା ବିନିଯୋଗରୁ ଲାଭ ପାଇବେ। ମାର୍ଚ୍ଚରେ ଏକ ଘର କିମ୍ବା ଗାଡି କିଣି ପାରନ୍ତି। ଆର୍ଥିକ ସ୍ଥିତି ଭଲ ହେବ। ସମ୍ପର୍କ ଉନ୍ନତି ହେବ । ଭଲ କାମ କରି ପ୍ରଂଶସିତ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ ରହିଛି ।


କୁମ୍ଭ:  ଏହି ମାସରେ ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଦେବ। ଯେଉଁମାନେ ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆୟର ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହେବ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)