Mahalaxmi Raja Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତାକାଲି ସକାଳ ୭ଟା ୩୪ ମିନିଟ୍ ସମୟରେ ମଙ୍ଗଳ ବିଛା ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଶୁକ୍ର ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶୁକ୍ର-ମଙ୍ଗଳଙ୍କ ମିଳନ ମହାଲକ୍ଷ୍ମୀ ରାଜଯୋଗ (Mahalaxmi Raja Yog 2024) ସୃଷ୍ଟି କରିବ। ଏହି ମହାଲକ୍ଷ୍ମୀ ରାଜଯୋଗ କିଛି ରାଶିଙ୍କୁ ମାଲେମାଲ୍ କରିଦେବ। ସେମାନଙ୍କ ଜୀବନରେ ଧନଧାନ୍ୟ ଭରିଯିବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ତେବେ,ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କୁ ମହାଲକ୍ଷ୍ମୀ ରାଜଯୋଗ ଧନବାନ୍ କରାଇବ। ...


COMMERCIAL BREAK
SCROLL TO CONTINUE READING

ALSO READ: Surya Grahan 2024: ସୂର୍ଯ୍ୟ ଗ୍ରହଣରେ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ପ୍ରେମ ଜୀବନରେ ଆସିବ ମଧୁରତା ସହ...


ମାଲେମାଲ୍ ହେବେ ଏହି ସବୁ ରାଶି :


କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଏହି ମହାଲକ୍ଷ୍ମୀ ରାଜଯୋଗ ବେଶ ଲାଭଦାୟୀ ରହିବ । ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ । ନୂତନ ବ୍ୟବସାୟ ଆରମ୍ଭ କରିବା ନେଇ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ । ନୂଆ ଜମି ବା ଯାନ କିଣିବେ । ବୈହାବିକ ଜୀବନ ସୁଖମୟ ହେବ । ପରିବାର ଲୋକଙ୍କ ସହଯୋଗ ମିଳିବ । ବିଦେଶ ଯାତ୍ରା ନେଇ ଯୋଗ ରହିଛି ।


ବୃଷ ରାଶି-  ମହାଲକ୍ଷ୍ମୀ ରାଜଯୋଗ ଯୋଗୁଁ ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଲାଭବାନ ହେବେ । ଏହି ସମୟରେ ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ବ୍ୟବସାୟରେ ଅଗ୍ରଗତି ହେବ । ଚାକିରିରେ ପଦୋନ୍ନତିର ହେବା ନେଇ ସମ୍ଭାବନା ରହିଛି । ଆୟ ବୃଦ୍ଧି ହେବ । ବେକାରୀ ଯୁବକ ଓ ଯୁବତୀଙ୍କୁ ରୋଜଗାର  ମିଳିବ।  ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟ ବେଶ ଲାଭଦାୟୀ ରହିବ । ଉଚ୍ଚ ଶିକ୍ଷା ଲାଗି ବିଦେଶ ଗସ୍ତ ନେଇ ଯୋଗ ରହିଛି ।


କର୍କଟ ରାଶି- ଏହି ସମୟ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଭଲ ରହିବ । ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ହେବା ସହ ଅନେକ ନୂତନ ସୁଯୋଗ ସୃଷ୍ଟି ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆପଣ ଚାହୁଁଥିବା ଫଳାଫଳ ପାଇବାକୁ ସକ୍ଷମ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଉତ୍ତମ ଅଟେ । ଆର୍ଥିକ ସ୍ଥିତି ମଜଭୁତ ହେବ । ବୈବାହିକ ଜୀବନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ ।


ମକର ରାଶି:  ମହାଲକ୍ଷ୍ମୀ ରାଜଯୋଗ ଯୋଗୁଁ ମକର ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଲାଭବାନ ହେବେ । ଏହି ସମୟରେ ହଠାତ୍ ଧନ ପ୍ରାପ୍ତି ହେବା ନେଇ ଯୋଗ ରହିଛି । ବିଶେଷକରି ଏହି ସମୟ ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ଅବିବାହିତାଙ୍କ ପାଇଁ ବିବାହ ନେଇ ଯୋଗ ରହିଛି । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ। ଘରେ ସୁଖ ଶାନ୍ତି ଲାଗି ରହିବ । ନୂତନ ଚାକିରି ନେଇ ଯୋଗ ରହିଛି ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)