Mangal Rashi Parivartan: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ, ମଙ୍ଗଳଙ୍କୁ (Mangal)ରକ୍ତ, କ୍ରୋଧ, ସମ୍ପତ୍ତି ଏବଂ ସାହସର କାରକ ବୋଲି ବିବେଚନା କରାଯାଏ। ଏ-ହି କ୍ରମରେ ମଙ୍ଗଳ ମିଥୁନ ରାଶିରୁ କୁମ୍ଭ ରାଶିକୁ ଗତକାଲି (ମାର୍ଚ୍ଚ ୧୫) ସଂନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ଚଳନ କରିଛନ୍ତି। ମଙ୍ଗଳଙ୍କ ଏହି ଚଳନ ୫ ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ସେମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବା ସହ  ଧନଧାନ୍ୟରେ ସେମାନଙ୍କ ଜୀବନ ଭରିଯିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶି ଗୁଡିକ ଆଜିଠାରୁ ମାଲେମାଲ୍ ହେବାକୁ ଯାଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ମେଷ ରାଶି: ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ମଙ୍ଗଳ ଏ-ହି ରାଶିର ପଞ୍ଚମ ଘରେ ଥିବାରୁ କାର୍ଯ୍ୟରେ ଆସୁଥିବା ସମସ୍ତ ପ୍ରତିବନ୍ଧକ ଦୂର ହୋଇଯିବ। କ୍ୟାରିୟରେ ବିପୁଳ ସଫଳତା ପାଇବେ।  କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି । ଆୟ ବୃଦ୍ଧି ହେବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି । ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି । ଏହି ସମୟରେ ଆପଣ ନୂତନ ଡିଲ୍ ଫାଇନାଲ୍ କରିପାରିବେ।


ମିଥୁନ ରାଶି:  ମଙ୍ଗଳଙ୍କ ଚଳନ ଏହି ରାଶିଙ୍କୁ ଧନୀ କରାଇବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଶୁଭ ଫଳ ମିଳିବ। ଏହି ସମୟ ମଧ୍ୟରେ ଆପଣଙ୍କୁ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ଆୟ ବୃଦ୍ଧି ପାଇବ। ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ପାଇଁ ଏହି ସମୟ ଶୁଭ ରହିବ । ବୈବାହିକ ଜୀବନ ସୁଖମୟ ହେବ।


ସିଂହ ରାଶି: ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଏହି ସମୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ବିଶେଷ କରି କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ପଦୋନ୍ନତି ମିଳିପାରେ। ନୂତନ ଚାକିରି ନେଇ ଅଫର୍ ମିଳିବ । ଜମି ସମ୍ବନ୍ଦୀୟ କୋର୍ଟ କଚେରୀରେ ଲାଗିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।  ବିଶେଷ କରି ପ୍ରେମ ଜୀବନରେ ବି ମଧୁରତା ଆସିବ। ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । କିନ୍ତୁ ନିଜ କ୍ରୋଧରୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ ହେବାକୁ ଥିବା କାର୍ଯ୍ୟ ମଧ୍ୟ ବିଗିଡିଯିବ।


କନ୍ୟା ରାଶି :  ମଙ୍ଗଳଙ୍କ ଚଳନ ଏହି ରାଶି ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ। ଯେହେତୁ କନ୍ୟା ରାଶିର ଅଧିପତି ହେଉଛନ୍ତି ମଙ୍ଗଳ, ତେଣୁ, ଏଭଳି ପରିସ୍ଥିତିରେ ମଙ୍ଗଳଙ୍କ ଚଳନ ଏହି ରାଶି ଭାଗ୍ୟରେ ବିରାଟ୍ ପରିବର୍ତ୍ତନ ଆଣିବ। ଦୀର୍ଘ ଦିନର ସ୍ୱପ୍ନ ସାକାର ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଲାଭବାନ ହେବା । ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ଏହି ମାସ ଶୁଭଦାୟୀ ରହିବ । ଚାକିରିରେ ପଦୋନ୍ନତି ଯୋଗ ରହିଛି । ଅସଂପୂର୍ଣ୍ଣ ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହ ସଂପର୍କ ମଧୁର ହେବ ।


ଧନୁ ରାଶି:  ଆଜିଠାରୁ ଏ-ହି ରାଶିର ବ୍ୟକ୍ତି ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି । ତେବେ, ଏହା ଆପଣଙ୍କୁ ଅଧିକ ଲାଭବାନ୍ କରିବ। କୋର୍ଟ କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷୟରେ ଯିବ। କର୍ମକ୍ଷେତ୍ରରେ ପ୍ରଗତିର ସମ୍ଭାବନା ଅଛି ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)