Trigrahi Yog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରି ପରିବର୍ତ୍ତନ କରିଥାଆନ୍ତି। ଏପରି ସ୍ଥିତିରେ ଗତକାଲି ଠାରୁ ଚୈତ୍ର ନବରାତ୍ରୀ (Chaitra Navratri 2024) ଆରମ୍ଭ ହୋଇଛି।  ଯାହା ଏପ୍ରିଲ ୧୭ ତାରିଖରେ ଶେଷ ହେବ। ଏହି କ୍ରମରେ ଚୈତ୍ର ନବରାତ୍ରୀର ଦ୍ବୀତିୟ ଦିନ ଅର୍ଥାତ୍ ଆଜି ଗ୍ରହମାନଙ୍କର ରାଜକୁମାର ବୁଧ ସକାଳ ୯ଟା ୩୦ ମିନିଟ୍ ସମୟରେ ମୀନ ରାଶିରେ ପ୍ରବେଶ କରିବେ। ଯେଉଁ ରାଶିରେ କି ପୂର୍ବରୁ ଶୁକ୍ର ଓ ସୂର୍ଯ୍ୟ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ତିନି ଗ୍ରହଣଙ୍କ ମିଳନ ତ୍ରିଗ୍ରାହୀ ଯୋଗ (Trigrahi Yog 2024) ସୃଷ୍ଟି କରୁଛି । ନବରାତ୍ରୀ ସମୟରେ ତ୍ରିଗ୍ରାହୀ ଯୋଗ ସୃଷ୍ଟି ହେଉଥିବା କାରଣରୁ ୩ ରାଶିର ଲୋକଙ୍କୁ ଶୁଭଫଳ ମିଳିବାକୁ ଯାଉଛି । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ମେଷ କର୍କଟ ସହ ସତର୍କ ରୁହନ୍ତୁ ଏହି ସବୁ ରାଶି! ଜାଣନ୍ତୁ ଆଜିର ରାଶିଫଳ


ଲାଭବାନ୍ ହେବେ ଏହି ସବୁ ରାଶି: 


ମିଥୁନ: ତ୍ରିଗ୍ରାହୀ ଯୋଗ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ବିଶେଷ କରି, କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟାଳୟରେ ପଦୋନ୍ନତି ମିଳିବ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ। ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ବିଦ୍ୟାର୍ଥୀମାନେ ପାଠପଢାରେ ମନୋନିବେଶ କରିବେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ ଏକ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହୋଇପାରେ।  ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।


କର୍କଟ : ତ୍ରିଗ୍ରାହୀ ଯୋଗ ଏହି ରାଶି ପାଇଁ ଖୁବ୍ ଲାଭଦାୟୀ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନ ପସନ୍ଦର ଚାକିରି ଅଫର ମିଳିବ। ସେହିପରି, ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବେ।  ଯଦି ଆପଣ କୌଣସି ପୁରୁଣା ବିନିଯୋଗ କରିଛନ୍ତି, ତେବେ ଆପଣ ଏଥିରୁ ଉପକୃତ ହୋଇପାରିବେ। ବ୍ୟବସାୟରେ ସଫଳତା ପାଇବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଖାସ୍ କରି,  ଋଣ ଭାରରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦିର୍ଘ ଦିନରୁ ଲାଗି ରହିଥିବା ରୋଗରୁ ମୁକ୍ତି ମିଳିବ।  ପ୍ରେମ ଜୀବନରେ ମଧୁରତା ବଢିବ।


ମକର: ତ୍ରିଗ୍ରାହୀ ଯୋଗ ମକର ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ରାଶିର ଭଗବାନ ହେଉଛନ୍ତି ଶୁକ୍ର, ଯିଏ ଗୋଚର ଭାବେ କୁଣ୍ଡଳୀରେ ତୃତୀୟ ଘରେ ଚଳନ କରୁଛନ୍ତି। ତେଣୁ ଏମିତିରେ ଶକ୍ତି ଏବଂ ସାହସରେ ବୃଦ୍ଧି ହୋଇପାରେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଯେଉଁମାନେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟରେ ଅଛନ୍ତି ସେମାନେ ଲାଭାନ୍ୱିତ ହୋଇପାରିବେ। ଅକସ୍ମାତ୍ ଧନଲାଭର ଯୋଗ ବି ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ନୂଆ ଗାଡି କିମ୍ବା ଘର କିଣି ପାରିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ସଫଳତା ପାଇପାରିବେ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)