Shash And Malavya Rajyog: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଏହି କ୍ରମରେ ବର୍ତ୍ତମାନ ନ୍ୟାୟର ଦେବତା ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ମେ ୧୯ ତାରିଖରେ ଦେବଗୁରୁ ବୃହସ୍ପତି ଓ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ତିନି-ଗ୍ରହଙ୍କ ମିଳିନ ଶଶ ଓ ମାଲାଭ୍ୟ ରାଜଯୋଗ ସୃଷ୍ଟି କରୁଛି ।  ଦିର୍ଘ ୩୦ ବର୍ଷ ପରେ ଏହି ଦୁଇ ରାଜଯୋଗ ଏକା ସାଙ୍ଗରେ ସୃଷ୍ଟି ହୋଇଥିବାରୁ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବା ସହିତ ମାଲେମାଲ୍ କରିବ। ୨୦୨୫ ପର୍ଯ୍ୟନ୍ତ ଏହି ସବୁ ରାଶିଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ।... 


COMMERCIAL BREAK
SCROLL TO CONTINUE READING

ALSO READ: Gajlaxmi Rajyog 2024: ଏହି ସବୁ ରାଶି ଭାଗ୍ୟ ବଦଳାଇବ ଗଜଲକ୍ଷ୍ମୀ ରାଜଯୋଗ, ମିଳିବ ଖୁସି ଖବର ସହ ରହିଛି ଧନଲାଭ ଯୋଗ!


ଧନୀ ହେବେ ଏହି ସବୁ ରାଶି:


ବୃଷ: ଶଶ ଓ ମାଲାଭ୍ୟ ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। ବିଶେଷ କରି କର୍ମକ୍ଷେତ୍ରରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଏବଂ ବେତନ ବୃଦ୍ଧି ହେବ।  ପୁରୁଣା ବିନିଯୋଗରୁ ଲାଭ ପାଇବେ। ଏହି ଅବଧି ମଧ୍ୟରେ ବ୍ୟବସାୟୀମାନେ ଆର୍ଥିକ ଭାବରେ ଉପକୃତ ହେବାର ସମ୍ଭାବନା ରହିଛି। ଯଦି ଏହି ରାଶିର ଲୋକମାନେ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି।  ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ । ସେଥିରୁ ଅଧିକ ଲାଭ ପାଇବେ।  ଚାକିରି ଖୋଜୁଥିବା ଲୋକମାନେ ଭଲ ଖବର ପାଇପାରନ୍ତି । ବିଦେଶ ଯାତ୍ରା କରିପାରନ୍ତି।  ଆର୍ଥିକ ସ୍ଥିତି ମଜବୁତ୍ ହେବ।


ସିଂହ:  ଏହି  ରାଶିଙ୍କୁ ମାଲେମାଲ୍ କରିଦେବ ଶଶ ଓ ମାଲାଭ୍ୟ ରାଜଯୋଗ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଆୟ ବ୍ୟୟ ସମାନ ରହିବା ସହିତ ଆକସ୍ମିକ ଧନଲାଭର ଯୋଗ ରହିଛି। ଏହି ଅବଧି ମଧ୍ୟରେ ଅପ୍ରତ୍ୟାଶିତ ଆର୍ଥିକ ଲାଭ ପାଇପାରେ।  ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 


କୁମ୍ଭ:  ଏ-ହି ରାଶିର ଲୋକଙ୍କ ଉପରେ ଧନ ବର୍ଷା କରିବେ ଶୁକ୍ର-ଶନି-ବୃହସ୍ପତି। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ୨୦୨୫ ପର୍ଯ୍ୟନ୍ତ ଟଙ୍କାର ଅଭାବ ରହିବ ନାହିଁ। ଚାକିରିରେ ପଦୋନ୍ନତିର ଯୋଗ ରହିଛି । ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି । ଏହି ଅବଧି ମଧ୍ୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ପାର୍ଟନରସିପରେ ବ୍ୟବସାୟ କରୁଥିବା ଲୋକେମାନେ ମଧ୍ୟ ଅଧିକ ଲାଭ ପାଇବେ। ଚାକିରି ଖୋଜୁଥିବା ଲୋକେ ଭଲ ଚାକିରି ପାଇବେ। ସମାଜରେ ମାନ ସମ୍ନାନ ବଢିବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ।


ମକର :  ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ ଶଶ ଓ ମାଲାଭ୍ୟ ରାଜଯୋଗ। ଏହି ସମୟରେ ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। କଠିନ ପରିଶ୍ରମର ଫଳ ପାଇବେ। ଉଚ୍ଚଶିକ୍ଷା ପାଇଁ  ଛାତ୍ରଛାତ୍ରୀ ବିଦେଶ ଯାତ୍ରା କରିପାରନ୍ତି। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ଆପଣଙ୍କ ସାଥୀ ସହିତ ହୋଇଥିବା ଭୁଲ ବୁଝମଣା ଦୂର ହୋଇଯିବ । ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ଗାଡି଼ କିଣିପାରିବେ। 


(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)