Budh Gochar 2024 Zodiac Effects: ସମସ୍ତ ଗ୍ରହ ଏ- ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ଚଳନ (grah gochar 2023) କରିଥାଆନ୍ତି ।  ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି କ୍ରମରେ ବୁଧ (Budh Gochar 2023) ମଧ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧ ଏବେ ବିଛା ରାଶିରେ ଥିବା ବେଳେ ଜାନୁଆରୀ ୭ ସକାଳ ୮ଟା ୪୫ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ବୁଧଙ୍କର ଏହି ଚଳନ (Budh Gochar 2023) କିଛି ରାଶିର ବ୍ୟକ୍ତିଙ୍କୁ (zodiac signs) ଶୁଭଫଳ ପ୍ରଦାନ କରିବ। କାହିଁକନା ବୁଧ ଗ୍ରହକୁ ରାଜକୁମାର ଗ୍ରହ ବୋଲି କୁହାଯାଏ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ : Today Horoscope: ଅକସ୍ମାତ୍ ଧନ ପ୍ରାପ୍ତିର ରହିଛି ଯୋଗ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ?


ଜାନୁଆରୀ ପ୍ରଥମ ସପ୍ତାହରୁ ଧନବାନ୍ ହେବେ ଏହି ତିନି ରାଶି:


କନ୍ୟା: ଧନୁ ରାଶିରେ ବୁଧଙ୍କ ଚଳନ ଏହି ରାଶିରେ ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଏ-ହି ଅବଧି ମଧ୍ୟରେ କ୍ୟାରିୟରରେ ଆପଣଙ୍କୁ ବିପୁଳ ସଫଳତା ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟ ମଧ୍ୟରେ ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ଫାଇନାଲ୍ କରିପାରିବେ।  ଦିର୍ଘ ଦିନର ଆଶା ପୂରଣ ହେବ। ବାପା- ମା’ଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ ଯତ୍ନ ନିଅନ୍ତୁ ।


ବିଛା: ଏ-ହି ରାଶିର ଲୋକଙ୍କ ପାଇଁ ଜାନୁଆରୀ-ମାସ ଅତ୍ୟନ୍ତ ଲାଭଦାୟୀ ହେବାକୁ ଯାଉଛି। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଏକ ଭଲ ନିଯୁକ୍ତି ଅଫର ବି ମିଳିପାରେ। ନିଜ ପରିବାର ସଦସ୍ୟଙ୍କ ଠାରୁ ଏକ ଦାମୀ ଗିଷ୍ଟ ମଧ୍ୟ ଆପଣଙ୍କୁ ମିଳିପାରେ। କିନ୍ତୁ, ଖାଦ୍ୟପେୟର ଯତ୍ନ ନିଅନ୍ତୁ। ନଚେତ୍ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇ। କୋର୍ଟ କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। 
ଆକସ୍ମିକ ଧନଲାଭ ଯୋଗ ରହିଛି । ଏବଂ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ। 


ମକର:
ଏହି ରାଶିର ଲୋକଙ୍କ ଉପରେ ବୁଧଙ୍କ କୃପା ବର୍ଷିବ। ଫଳରେ ମକର ରାଶିର ଲୋକଙ୍କ ଭାଗ୍ୟରେ ହାତୀ ସୁନା କଳସ ଢାଳିବ। ପ୍ରେମ ବ୍ୟାପାରରେ ଶୁଭଫଳ ମିଳିବ। କ୍ୟାରିଅର ଓ ଚାକିରିରେ ପରିଶ୍ରମର ଫଳ ମିଳିବ।  ଏହି ଅବଧି ମଧ୍ୟରେ, କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ। ଏହା ବ୍ୟତୀତ ଚାକିରିରେ ଦରମା ବୃଦ୍ଧି ହୋଇପାରେ । ଆପଣ  ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟରେ ଆୟ ଦ୍ୱିଗୁଣିତ ହୋଇପାରେ । 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)