Laxmi Narayan Rajyog 2024: ସମସ୍ତ ଗ୍ରହ ଏ- ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ଚଳନ (grah gochar 2023) କରିଥାଆନ୍ତି ।  ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି କ୍ରମରେ ବୁଧ ଫେବୃଆରୀ ମାସ ଅର୍ଥାତ୍ ଚଳିତ ମାସ ୧୨ ତାରିଖରେ ମକର ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ବରୁ ଶୁକ୍ର ବିରାଜମାନ ଅଛନ୍ତି । ଗୋଟିଏ ରାଶିରେ ଶୁକ୍ର ଓ ବୁଧଙ୍କ ମିଳନ ଲକ୍ଷ୍ମୀ ନାରାୟଣ ରାଜଯୋଗ (Laxmi Narayan Rajyog 2024) ସୃଷ୍ଟି କରୁଛି।  ଏହି ରାଜଯୋଗ କାରଣରୁ କିଛି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ଧନବାନ୍ ହେବେ ଏହି ସବୁ ରାଶି :


ମିଥୁନ:  ଲକ୍ଷ୍ମୀ ନାରାୟଣ ରାଜଯୋଗ (Laxmi Narayan Rajyog 2024) କାରଣରୁ ଏହି ରାଶିର ଲୋକେ ମାଲେମାଲ୍ ହେବେ।  ଏ-ହି ଅବଧି ମଧ୍ୟରେ କ୍ୟାରିୟରରେ ଆପଣଙ୍କୁ ବିପୁଳ ସଫଳତା ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟ ମଧ୍ୟରେ ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ଫାଇନାଲ୍ କରିପାରିବେ।  ଦିର୍ଘ ଦିନର ଆଶା ପୂରଣ ହେବ। ବାପା- ମା’ଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ ଯତ୍ନ ନିଅନ୍ତୁ ।


ମେଷ:  ଏ-ହି ରାଶିର ଲୋକଙ୍କ ପାଇଁ ଫେବୃଆରୀ-ମାସ ଅତ୍ୟନ୍ତ ଲାଭଦାୟୀ ହେବାକୁ ଯାଉଛି। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଏକ ଭଲ ନିଯୁକ୍ତି ଅଫର ବି ମିଳିପାରେ। ନିଜ ପରିବାର ସଦସ୍ୟଙ୍କ ଠାରୁ ଏକ ଦାମୀ ଗିଷ୍ଟ ମଧ୍ୟ ଆପଣଙ୍କୁ ମିଳିପାରେ। କିନ୍ତୁ, ଖାଦ୍ୟପେୟର ଯତ୍ନ ନିଅନ୍ତୁ। ନଚେତ୍ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇ। କୋର୍ଟ କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। ଆକସ୍ମିକ ଧନଲାଭ ଯୋଗ ରହିଛି । ଏବଂ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ। 


କର୍କଟ: ଏହି ରାଶିର ଲୋକଙ୍କ ଉପରେ ବୁଧ-ଶୁକ୍ରଙ୍କ କୃପା ବର୍ଷିବ। ଫଳରେ କର୍କଟ ରାଶିର ଲୋକଙ୍କ ଭାଗ୍ୟରେ ହାତୀ ସୁନା କଳସ ଢାଳିବ। ପ୍ରେମ ବ୍ୟାପାରରେ ଶୁଭଫଳ ମିଳିବ। କ୍ୟାରିଅର ଓ ଚାକିରିରେ ପରିଶ୍ରମର ଫଳ ମିଳିବ।  ଏହି ଅବଧି ମଧ୍ୟରେ, କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ। ଏହା ବ୍ୟତୀତ ଚାକିରିରେ ଦରମା ବୃଦ୍ଧି ହୋଇପାରେ । ଆପଣ  ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟରେ ଆୟ ଦ୍ୱିଗୁଣିତ ହୋଇପାରେ । 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)