Mangal Ruchak Rajyog 2023: ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତା ଅକ୍ଟୋବର ମାସ ୩ ତାରିଖରେ ତୁଳା ରାଶିକୁ (libra) ଚଳନ କରିବେ ମଙ୍ଗଳ (Mangal Ruchak 2023) । ବର୍ତ୍ତମାନ ମଙ୍ଗଳ କନ୍ୟା (virgo) ରାଶିରେ ବିରାଜମାନ ଅଛନ୍ତି । ମଙ୍ଗଳଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ଶୁଭଫଳ ଆଣିଦେବ । ତେବେ ଆସନ୍ତୁ ଜାଣିବା କେଉଁ ୩ଟି ରାଶିକୁ ମାଲେମାଲ କରିବ ମଙ୍ଗଳଙ୍କ ଏହି ଚଳନ ।


COMMERCIAL BREAK
SCROLL TO CONTINUE READING

ମେଷ ରାଶି- ମଙ୍ଗଳଙ୍କ ଏହି ଚଳନ (Mangal Rashi Parivartan 2023) ଫଳରେ ଲାଭବାନ ହେବେ ମେଷ ରାଶିର (Aries) ବ୍ୟକ୍ତି ବିଶେଷ । ଏହି ଚଳନ ଯୋଗୁଁ ସୃଷ୍ଚି ହେଉଥିବା ରାଜଯୋଗ ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆର୍ଥିକ୍ ସ୍ଥିତି ମଜବୁତ ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦୂରସ୍ଥାନକୁ ଭ୍ରମଣ ଯୋଗ । ଆକସ୍ମିକ୍ ଧନ ଲାଭ ସହ ଆୟ ବୃଦ୍ଧି ସମ୍ଭାବନା। ପରିବାରରେ ଲାଗି ରହିଥିବା ବିଦାଦର ଅନ୍ତ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ ।


ତୁଳା ରାଶି- ମଙ୍ଗଳଙ୍କ ଏହି ଚଳନ ତୁଳା ରାଶିର (Libra) ବ୍ୟକ୍ତି ବିଶେଷ ପାଇଁ ମଧ୍ଯ ଶୁଭ ରହିବ। ଏହି ସମୟରେ ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ। ଆୟ ବଢିବ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ସନ୍ତାନ ସନ୍ତତିଙ୍କ ଠାରୁ ଶୁଭ ସମାଚାର ପାଇ ଖୁସି ହେବେ।  ଚାକିରି କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । ମାନ ସମ୍ମାନ ବଢିବ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭଫଳ ପ୍ରଦାନ କରିବ ।


ବିଛା ରାଶି- ମଙ୍ଗଳଙ୍କ ଚଳନ ଫଳରେ ବିଶେଷ ଭାବେ ଲାଭବାନ ହେବେ ବିଛା ରାଶିର (scorpio) ବ୍ୟକ୍ତି ବିଶେଷ । ମଙ୍ଗଳ ବିଛା ରାଶିର ଅଧିପତି ହୋଇଥିବାରୁ ଏହି ସମୟରେ ଚମିକିବ ଏହି ରାଶିର ଭାଗ୍ୟ । ପୁରୁଣା ବିବାଦରୁ ମୁକ୍ତି ମିଳିବ। ଆର୍ଥିକ୍ ସ୍ଥିତି ମଜବୁତ ହେବ। ନୂତନ ସମ୍ପତ୍ତି ଓ ଯାନ କ୍ରୟ ନେଇ ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ବେଶ ଭଲ ରହିବ । ବ୍ୟବସାୟ ନେଇ ବଡ଼ ଡ଼ିଲ୍ ହେବାର ଯୋଗ ରହିଛି । ଅଟକି ଥିବା କାର୍ଯ୍ୟ ପୂରଣ ହେବ ।


Also Read-ବୁଧବାର ଦିନ କରନ୍ତୁ ଏହି ବିଶେଷ ଉପାୟ, ଧନ୍ୟଧାନ୍ୟ ବୃଦ୍ଧି ହେବା ସହ ଦୂର ହେବ ସମସ୍ୟା!


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)