Shani Favourite Zodiac: ଶନିଦେବଙ୍କୁ(shani dev) ନ୍ୟାୟର ଦେବତା ବୋଲି କୁହାଯାଏ। ନଅଟି ଗ୍ରହ ମାନଙ୍କ ମଧ୍ୟରୁ ଶନିଦେବ (shani dev) ସବୁଠୁ ମନ୍ଥର ଗତିରେ ଗତି କରନ୍ତି । ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ୩୦ ବର୍ଷ ସମୟ ନେଇ ଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଶନିଦେବଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। କୁହାଯାଏ ଯେ, ଯଦି ଶନିଦେବ ଜଣେ ବ୍ୟକ୍ତିଙ୍କ ଉପରେ କୋପଦୃଷ୍ଟି ପକାନ୍ତି, ତେବେ ତାଙ୍କ ଜୀବନ ନର୍କ ପାଲଟିଯାଏ। ଯଦି ଆପପଣଙ୍କ ଜାତକରେ ଶନିଦଶା ଥାଏ ତେବେ, ତାହା ୧୯ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ସମସ୍ୟାରେ ପକାଇଥାଏ। ଶନିମହାଦଶା ସମୟରେ, ଜଣେ ବ୍ୟକ୍ତିଙ୍କ ଜୀବନରେ ନାନାଦି ସମସ୍ୟା ଦେଖାଦେଇଥାଏ।  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ ସର୍ବଦା କିଛି ରାଶି ଉପରେ ସର୍ବଦା ପ୍ରସନ୍ନ ଥାଆନ୍ତି। ସେମାନଙ୍କ ରାଶିରେ କେବେବି ଶନିଦଶା ପଡେ ନାହିଁ। ତେବେ, ଆସନ୍ତୁ ଜାଣିବା ଶନିଦେବଙ୍କ ପ୍ରିୟ ଏହି ୪ ରାଶି ବିଷୟରେ...


COMMERCIAL BREAK
SCROLL TO CONTINUE READING

Also Read: Venus Transit in Libra: ୩୦ ନଭେମ୍ବର ଠାରୁ ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା


ଏହି ରାଶି ଉପରେ ସର୍ବଦା ପ୍ରସନ୍ନ ଥାଆନ୍ତି ଶନିଦେବ:


ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃଷ  ରାଶିର ପ୍ରଭୁ ହେଉଛନ୍ତି ଶୁକ୍ର। ଶୁକ୍ର ଶନିଦେବଙ୍କ ଅତି ପ୍ରିୟ ବନ୍ଧୁ ଅଟନ୍ତି। ଯଦି ଦେଖାଯାଏ, ଏହି ଦୁଇଟି ଗ୍ରହ ପରସ୍ପରର ସହ ସଡି଼ତ। ଫଳରେ ଏହି ରାଶିରେ କେବେବି ଶନିଙ୍କ କୋପଦୃଷ୍ଟି ପଡେ ନାହିଁ। ଏହି ରାଶିର ଲୋକମାନେ ଜୀବନରେ ସମସ୍ତ କ୍ଷେତ୍ରରେ ସଫଳତା ପାଆନ୍ତି। ଆର୍ଥିକ ସ୍ଥିତି ଏମାନଙ୍କର ସୁଦୃଢ ଥାଏ। ଜୀବନରେ ବହୁତ ଅଗ୍ରଗତି କରନ୍ତି। ରୋଜଗାର ପାଇଁ ନୂଆ ବାଟ ଶନିଦେବ ଏମାନଙ୍କ ପାଇଁ ଖୋଲନ୍ତି।


ତୁଳା : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ତୁଳା ରାଶିର ପ୍ରଭୁ ହେଉଛନ୍ତି ଶୁକ୍ର । ଏହା ସହିତ ଶନିଦେବଙ୍କ ପ୍ରିୟ ରାଶି ହେଉଛି ତୁଳା। ଏଭଳି ସ୍ଥିତିରେ ତୁଳା ରାଶିର ଲୋକମାନେ ଶନି ଦେବଙ୍କଠାରୁ ଆଶୀର୍ବାଦ ପାଆନ୍ତି । କାହିଁକିନା ଏହି ରାଶିର ଲୋକମାନେ ସର୍ବଦା ଠିକ୍ ରାସ୍ତା ଓ ନ୍ୟାୟରେ ଚାଲନ୍ତି । ଏଥିପାଇଁ ଶନିଦେବ ଏହି ରାଶି ଉପରେ ସର୍ବଦା ପ୍ରସନ୍ନ ଥାଆନ୍ତି। କାହିଁକିନା ଯେଉଁମାନେ ନ୍ୟାୟର ରାସ୍ତାରେ ଚାଲନ୍ତି ସେମାନଙ୍କୁ ଶନିଦେବ କେବେବି ସମସ୍ୟାରେ ପକାନ୍ତି ନାହିଁ। ଶନିଙ୍କ କୃପା ଏହି ରାଶି ଉପରେ ଥିବାରୁ ଏମାନଙ୍କୁ କେବେବି ଆର୍ଥିକ ଅଭାବ ଦେଖାଦିଏ ନାହିଁ। ।  ଏହି ରାଶିର ଲୋକମାନେ କ୍ୟାରିୟରରେ ବିଶେଷ ସଫଳତା ପାଆନ୍ତି।


ମକର : 
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଦେବ ହେଉଛନ୍ତି ମକର ରାଶିର ପ୍ରଭୁ। ଏହି କାରଣରୁ ମକର ରାଶିର ବ୍ୟକ୍ତିମାନେ ସର୍ବଦା ଶନି ଦେବଙ୍କ ଠାରୁ ଆଶୀର୍ବାଦ ପାଇଥାଆନ୍ତି।  ଏହି ରାଶିର ଲୋକମାନେ ପ୍ରାୟତଃ ପରିଶ୍ରମୀ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରନ୍ତି । ଯେଉଁଥିପାଇଁ ଶନିଦେବ ସର୍ବଦା ମକର ରାଶିର ଲୋକଙ୍କ ଉପରେ ନିଜର ଶୁଭ ଦୃଷ୍ଟି ରଖନ୍ତି ।ଶନିଙ୍କ କୃପା କାରଣରୁ ଏହି ରାଶିର ଲୋକଙ୍କ ଜୀବନରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଶନିଦେବ ସେମାନଙ୍କୁ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଅନେକ ସଫଳତା ପ୍ରଦାନ କରନ୍ତି। ଏହି ରାଶିର ଲୋକେ ପରିଶ୍ରମୀ ହୋଇଥିବା କାରଣରୁ ଶନିଦେବଙ୍କ ପ୍ରିୟ ହୋଇଥାଆନ୍ତି। 


କୁମ୍ଭ : ସେହିପରି,  ଏହି ରାଶିର ଲୋକଙ୍କ ଉପରେ ସବୁବେଳେ ଶନିଦେବଙ୍କ ଶୁଭଦୃଷ୍ଟି ରହିଥାଏ। କାହିଁକିନା ଏହି ରାଶିର ଲୋକମାନେ ଅସହାୟ ଲୋକଙ୍କୁ ସର୍ବଦା ସାହାର୍ଯ୍ୟ କରିବା ସହିତ ବିପଦରେ ପଡିଥିବା ଲୋକଙ୍କ ସହ ଠିଆ ହୁଅନ୍ତି। ଏହି କାରଣରୁ ଶନିଦେବ ଏହି ରାଶିର ଲୋକଙ୍କ ଉପରେ ସର୍ବଦା ପ୍ରସନ୍ନ ରହିଥାଆନ୍ତି।   ଫଳରେ ଏହି ରାଶିର ଲୋକେ ସର୍ବଦା ଧନୀ ଶ୍ରେଣୀର ହୋଇଥାଆନ୍ତି । ଏହା ବ୍ୟତୀତ ଏମାନେ ଚାକିରିରେ ମଧ୍ୟ ଉଚ୍ଚ ପଦବୀ ପାଆନ୍ତି। ଅଳ୍ପ ସମୟ ମଧ୍ୟରେ ଅଧିକ ସଫଳତା ପାଇଥାଆନ୍ତି । 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)