Venus Transit in Sagittarius 2024: ଶୁକ୍ରଙ୍କୁ(venus) ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ (shukra gochar 2024 ) ଅବସ୍ଥା ଖରାପ ହୁଏ,ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ । ଚଳିତ ମାସ ଜାନୁଆରୀ ୭ ତାରିଖରେ ଶୁକ୍ର ଧନୁ ରାଶିକୁ ଚଳନ ବା ଗୋଚର (Shukra Gochar 2024) କରିବେ । ଧନୁରେ ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି । ଗୋଟିଏ ଗ୍ରହରେ ଦୁଇଟି ଗ୍ରହଙ୍କ ମିଳନ ତିନି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ତିନି ରାଶିର ବ୍ୟକ୍ତି ବିଶେଷ ଉପକୃତ ହେବେ ।  ଧନଧାନ୍ୟରେ ସେମାନଙ୍କ ଜୀବନ ପୁରି ଉଠିବ। ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ :  Rajyog 2024: ଜାନୁଆରୀରେ ପଡି଼ଛି ଦୁଇଟି ରାଜଯୋଗ, ମେଷ ସହ ଏହି ଦୁଇ ରାଶିଙ୍କର ଫିଟିବ ଭାଗ୍ୟ


ମେଷ: ଶୁକ୍ରଙ୍କ ଗୋଚର ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ। ଏହି ସମୟ ମଧ୍ଯରେ ବିଗିଡ଼ି ଯାଇଥିବା କାର୍ଯ୍ୟ ହଠାତ୍ ସମାପ୍ତ ହେବ । ଆର୍ଥିକ୍ ଲାଭ ମିଳିବ । ପୈତୃକ ସମ୍ପତ୍ତି ସହ ବ୍ୟବସାୟରୁ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବେରୋଜଗାରମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ନିବେଶରୁ ହଠାତ୍ ଲାଭ ମିଳିବ । ବିଶେଷ କରି ଲଭ୍ ଲାଇଫ୍ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ।


ମିଥୁନ: ଶୁକ୍ରଙ୍କ ରାଶି ପରିବର୍ତ୍ତନ ମିଥୁନ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିଛି । କୌଣସି ସ୍ଥାନରେ ଅର୍ଥ ବିନିଯୋଗ କରିବାକୁ ଚାହୁଁଛନ୍ତି । ଯଦି ଏହି ସମୟରେ କରନ୍ତୁ ଲାଭବାନ ହେବେ । ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ନୂତନ ଚାକିରି ନେଇ ଅଫର୍ ମିଳିବ । ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି ।


ତୁଳା: ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁକ୍ରଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଆର୍ଥିକ ସମସ୍ୟାକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଏହି ସମୟରେ ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଦୂର ଯାତ୍ରା ସୁଖଦ ଓ ଲାଭଦାୟୀ ପ୍ରମାଣିତ ହେବ । ଆୟ ଲାଗି ଅନେକ ନୂତନ ଉତ୍ସ ସୃଷ୍ଟି ହେବ । ବୈବାହିକ ଜୀବନ ସୁଖମୟ ହେବ । ନୂତନ ଯାନବାହାନ ବା ଜମି କିଣିବା ନେଇ ଯୋଗ ରହିଛି । ଧନଧାନ୍ୟରେ ଆପଣଙ୍କ ଜୀବନ ଭରିଯିବ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)