Shukra Gochar: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ଖରାପ ପ୍ରଭାବ ପକାଇଥାଏ । ଶୁକ୍ର ବୃଷ ଓ ତୁଳା ରାଶିର ସ୍ବାମୀ ଅଟନ୍ତି । ଶୁକ୍ରଙ୍କୁ ଧନ, ଐଶ୍ବର୍ଯ୍ୟର କାରକ ଭାବେ ବିବେଚନା କରାଯାଏ । ଏହା ବ୍ୟତୀତ ଶୁକ୍ର ମାତା ଲକ୍ଷ୍ମୀଙ୍କ ସହ ମଧ୍ଯ ଜଡିତ। ଶାସ୍ତ୍ର ଅନୁଯାୟୀ, ଶୁକ୍ର ନଭେମ୍ବର ୩୦ ତାରିଖରେ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ । ଶୁକ୍ରଙ୍କ ଏହି ଚଳନ ଅନେକ ରାଶିର ଜୀବନରେ ବଡ଼ ପରିବର୍ତ୍ତନ ଆଣିବ । ତେବେ ଆସନ୍ତୁ ଜାଣିବା କେଉଁ ୫ ରାଶିଙ୍କୁ ଧନବାନ କରିବେ ଶୁକ୍ର ।


COMMERCIAL BREAK
SCROLL TO CONTINUE READING

ମେଷ ରାଶି- ଶୁକ୍ରଙ୍କ ଚଳନର ଶୁଭ ପ୍ରଭାବ ହେତୁ ପ୍ରେମ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଆସିବ । ବ୍ୟବସାୟୀମାନେ ଏହି ଅବଧି ମଧ୍ୟରେ ବିଶେଷ ସୁବିଧା ପାଇବେ । ବ୍ୟବସାୟରେ ଏକ ବଡ଼ ଡିଲ୍ ଚୂଡାନ୍ତ ହୋଇପାରେ । ପରିବାର ଲୋକଙ୍କ ସହଯୋଗ ମିଳିବ । ପ୍ରେମ ଜୀବନ ସୁଖମୟ ହେବ । ଅଟକ ରହିଥିବା କାର୍ଯ୍ୟ ପୂରଣ ହେବ ।


ମିଥୁନ ରାଶି- ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଓ ଲାଭଦାୟୀ ରହିବ । ଶୁକ୍ରଙ୍କ ଏହି ଚଳନ ସମୟରେ ଅବିବାହିତଙ୍କ ବିବାହ ସ୍ଥିର ହେବା ନେଇ ଯୋଗ ରହିଛି । କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନ ଆସିବ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନର ଇଚ୍ଛା ପୂରଣ ହେବ।


ତୁଳା ରାଶି- ଏହି ଚଳନ ତୁଳା ରାଶି ପାଇଁ ମଧ୍ଯ ଶୁଭଫଳ ଦାୟୀ ରହିବ । ଏହି ସମୟରେ ଆର୍ଥିକ ଲାଭ ମିଳିବା ନେଇ ସମ୍ଭାବନା ରହିଛି । ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ। କ୍ୟାରିୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ସହ ପଦୋନ୍ନତି ନେଇ ଯୋଗ ରହିଛି। ବ୍ୟବସାୟରେ ବିପୁଳ ଲାଭ ପାଇବେ।


କର୍କଟ ରାଶି- ଶୁକ୍ରଙ୍କ ଏହି ଚଳନ କର୍କଟ ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ । ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ୍ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ଚାକିରି ଓ ବ୍ୟବସାୟରେ ଅଗ୍ରଗତି କରିବେ । ତଥାପି, ଏହି ଅବଧି ମଧ୍ୟରେ ଭାବିଚିନ୍ତି ନିବେଶ କରନ୍ତୁ ।


ବିଛା ରାଶି- ଏହି ସମୟରେ ବିଛା ରାଶିର ବିଶେଷଙ୍କୁ ବିଶେଷ ଶୁଭଫଳ ମିଳିବ । ବ୍ୟକ୍ତିତ୍ୱର ଉନ୍ନତି ହେବ। ଏହି ସମୟରେ ନେଇଥିବା ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ଉପକୃତ ହେବେ। ବୈବାହିକ ଜୀବନ ସୁଖମୟ ହେବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଆର୍ଥିକ ଲାଭ ମିଳିବ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)