Surya and Shani Yuti 2024: ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି । ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଚଳିତ ମାସ ଗ୍ରହ ଚଳନ ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ଅଟେ। କାହିଁକିନା ନ୍ୟାୟ ଦେବତା ଶନି ଏବେ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । ଆଉ ଆଜି ସେହି ରାଶିକୁ ସୂର୍ଯ୍ୟ ଚଳନ କରିବେ। ଆଜି ଦିନ ୧୨ଟା ୪୫ ମିନିଟ୍ ସମୟରେ ସୂର୍ଯ୍ୟ କୁମ୍ଭ ରାଶିକୁ ଚଳନ କରିବେ । ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ସୂର୍ଯ୍ୟ -ଶନିଙ୍କ ଗୋଟିଏ ରାଶିରେ ମିଳନ ସୂର୍ଯ୍ୟ-ଶନି ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ସଂଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...  


COMMERCIAL BREAK
SCROLL TO CONTINUE READING

ଧନବାନ୍ ହେବେ ଏହି ସବୁ ରାଶି:


ମେଷ ରାଶି:  ସୂର୍ଯ୍ୟ-ଶନି ୟୁତି ବା ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଏହି ସମୟରେ, ଉକ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ନେଇ ଯୋଗ ରହିଛି । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ନିବିଡ଼ ହେବ ।


ମିଥୁନ ରାଶି:  ସୂର୍ଯ୍ୟ ଏବଂ ଶନିଙ୍କ କୃପା ଏହି ରାଶି ଉପରେ ରହିବ। କ୍ୟାରିୟର ସମ୍ବନ୍ଧିୟ ଭଲ ଖବର  ପାଇବେ। ଚାକିରିରେ ପଦୋନ୍ନତିର ନେଇ ଯୋଗ ରହିଛି। ର୍ମ କ୍ଷେତ୍ର ବିସ୍ତାରିତ ହେବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଚାକିରି ମିଳିବ । ସ୍ବାସ୍ଥ୍ୟ ଭଲ ରହିବ । ସମ୍ପର୍କୀୟଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ମନ୍ତାନ୍ତର ଦୂର ହେବ ।  ଯେଉଁମାନେ ରାଜନୀତି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ଏକ ଭଲ ସମୟ।  ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ।  ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।


ତୁଳା ରାଶି: ଆଜିଠାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଏହି ଅବିଧି ମଧ୍ଯରେ ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏହି ରାଶିର ମହିଳା ମାନଙ୍କ ଲାଗି ଏହି ସମୟ ଅତ୍ୟନ୍ତ ଖାସ୍ ରହିବ ।


କର୍କଟ :  ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ଏହି ରାଶିର ବ୍ୟକ୍ତି ବିଶେଷ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ୍ ଦେବ। ଏହି ଅବଧି ମଧ୍ୟରେ ଆପଣ ନୂତନ ଗାଡି଼ ଓ ଜମି କିଣି ପାରିବେ। ଯେଉଁମାନେ ଚାକିରି କରୁଛନ୍ତି। ସେମାନଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ସମୟ ବିତିହ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବର୍ଷ ଶେଷ ଯାଏଁ ଆର୍ଥିକ ସମସ୍ୟା ରହିବ ନାହିଁ। 



​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)