Trigrahi Yog 2023: ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରନ୍ତି। ଯାହାର ପ୍ରଭାବ ସମସ୍ତ ୧୨ଟି ରାଶି ଚକ୍ର (Zodiac Signs) ଉପରେ ପଡିଥାଏ। ଏହି କ୍ରମରେ ଶନି ଓ ରାହୁ ଗୋଟିଏ ରାଶି କୁମ୍ଭରେ ଅବସ୍ଥାନ କରିଥିବା ବେଳେ କେତୁ ଓ ଶୁକ୍ର ଗୋଟିଏ ରାଶି(କନ୍ୟା) (kanya)ରେ ବିରାଜମାନ କରିଛନ୍ତି। ଯେଉଁ କାରଣରୁ ତ୍ରିଗ୍ରାହି ଯୋଗ  (Trigrahi Yog 2023) ସୃଷ୍ଟି ହେଉଛି । ଫଳରେ ଏହି ତ୍ରିଗ୍ରାହି ଯୋଗ କାରଣକୁ ତିନୋଟି ରାଶିର ଲୋକଙ୍କ ଭାଗ୍ୟ ଆଜିଠାରୁ ଚମକିବ। ବିଶେଷ କରି ଏହି ତିନି ରାଶିର ଲୋକଙ୍କ ଭାଗ୍ୟରେ ଧନ,ଐଶ୍ବର୍ଯ୍ୟ ପ୍ରାପ୍ତ ହେବା ସହ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ତେବେ, ଆସନ୍ତୁ ଜାଣିବା ଏହି ତିନି ରାଶିଙ୍କ ବିଷୟରେ...


COMMERCIAL BREAK
SCROLL TO CONTINUE READING

କନ୍ୟା: କୁନ୍ୟା ରାଶିରେ ଶୁକ୍ର ଓ କେତୁଙ୍କ ମିଳିନ ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ତ୍ରିଗ୍ରାହୀ ଯୋଗ କନ୍ୟା ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ରାଶିର ଭଗବାନ ହେଉଛନ୍ତି ଶୁକ୍ର, ଯିଏ ଗୋଚର ଭାବେ କୁଣ୍ଡଳୀରେ ତୃତୀୟ ଘରେ ଚଳନ କରୁଛନ୍ତି। ତେଣୁ ଏମିତିରେ ଶକ୍ତି ଏବଂ ସାହସରେ ବୃଦ୍ଧି ହୋଇପାରେ। ବିଦେଶରୁ ମଧ୍ୟ ଲାଭର ସମ୍ଭାବନା ଅଛି। ଯେଉଁମାନେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟରେ ଅଛନ୍ତି ସେମାନେ ଲାଭାନ୍ୱିତ ହୋଇପାରିବେ। ଅକସ୍ମାତ୍ ଧନଲାଭର ଯୋଗ ବି ରହିଛି। ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ନୂଆ ଗାଡି କିମ୍ବା ଘର କିଣି ପାରିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନେ ସଫଳତା ପାଇପାରିବେ।


କୁମ୍ଭ: ଦିର୍ଘ ଦିନର ଆଶା ପୂରଣ ହେବ। ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବେ। ନୂଆ ନିଯୁକ୍ତି ଅଫର ବି ଆସିପାରେ।  ଯଦି ଆପଣ କୌଣସି ପୁରୁଣା ବିନିଯୋଗ କରିଛନ୍ତି, ତେବେ ଆପଣ ଏଥିରୁ ଉପକୃତ ହୋଇପାରିବେ। ବ୍ୟବସାୟରେ ସଫଳତା ପାଇବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଖାସ୍ କରି,  ଋଣ ଭାରରୁ ମୁକ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ। ଦିର୍ଘ ଦିନରୁ ଲାଗି ରହିଥିବା ରୋଗରୁ ମୁକ୍ତି ମିଳିବ।


ମକର:  ଏହି ରାଶିର ନବମ ଘରେ ବିରାଜମାନ ଅଛନ୍ତି ଶୁକ୍ର ଏବଂ କେଟୁ। ଯାହା ଫଳରେ ଏହି ରାଶିର ଲୋକେ ମାଲାମାଲ୍ ହେବେ। ଆର୍ଥିକ ସ୍ଥିତି ମଜବୁତ ହେବ । ଯାହାଦ୍ୱାର ଆପଣ ଆପଣଙ୍କର ଅଧା ରହିଥିବା ସମସ୍ତ କାର୍ଯ୍ୟକୁ ଭଲ ଭାବେ କରିପାରିବେ । ବିଦେଶ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଅଧିକ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)